Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୀମାନ୍ତରେ ପଡ଼ୋଶୀ ପଶ୍ଚିମବଙ୍ଗର ମନମାନି; ଲୋକଙ୍କ ବିରୋଧ ପରେ ପୋତିଥିବା ଖୁଣ୍ଟ ଉପାଡ଼ି ନେଲେ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସୀମାନ୍ତରେ ପଡ଼ୋଶୀ ପଶ୍ଚିମବଙ୍ଗର ମନମାନି; ଲୋକଙ୍କ ବିରୋଧ ପରେ ପୋତିଥିବା ଖୁଣ୍ଟ ଉପାଡ଼ି ନେଲେ

ଭୋଗରାଇ: ପୁଣି ତେଜିଲା ସୀମା ବିବାଦ । ସୀମାନ୍ତ ସାହାବାଜିପୁରରେ ପଶ୍ଚିମବଙ୍ଗର ଜୋର ଜବରଦସ୍ତି ଜବରଦଖଲ ଉଦ୍ୟମ । ଗ୍ରାମବାସୀଙ୍କ ତୀବ୍ର ବିରୋଧ ପରେ ଫେରିଗଲେ ପଶ୍ଚିମବଙ୍ଗ ରାଜସ୍ଵ ଅଧିକାରୀ । ରାଜ୍ୟର ସିଂହଦ୍ଵାର ସୀମାନ୍ତ ସାହାବାଜିପୁର ଉପରେ ପଶ୍ଚିମବଙ୍ଗ ସରକାରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି ।

ପଶ୍ଚିମବଙ୍ଗ ପ୍ରଶାସନ କେତେବେଳେ ଗାଁ ଭିତରକୁ ଜୋର ଜବରଦସ୍ତି ପଶୁଛି ତ ପୁଣି କେତେବେଳେ ସୀମାରେ ବେଆଇନ ନିର୍ମାଣ କାର୍ଯ୍ୟ କରୁଛି । ପୂର୍ବ ସରକାରରେ ପ୍ରଶାସନ କିମ୍ବା ଜନ ପ୍ରତିନିଧିମାନେ ଗୁରୁତ୍ୱ ନ ଦେବାରୁ ତାହା ଆଜି ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ପଶ୍ଚିମବଙ୍ଗ ରାଜସ୍ଵ ବିଭାଗ ଓ ଦୀଘା-ଶଙ୍କରପୁର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଓଡ଼ିଶା ସୀମାନ୍ତରେ ଥିବା ସାହାବାଜିପୁରରେ ଖୁଣ୍ଟ ପୋତି ବେଆଇନ ଭାବେ ଜବରଦଖଲ କାର୍ଯ୍ୟ ଆରମ୍ଭ କରିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଓ ସାଗର ସାଥି କ୍ଳବ ତୀବ୍ର ବିରୋଧ କରିଥିଲେ । ପ୍ରବଳ ବିରୋଧ ପରେ ପଶ୍ଚିମବଙ୍ଗ ପୋତିଥିବା ଖୁଣ୍ଟକୁ ଉପାଡ଼ି ନେଇଛି । ଘଟଣା ସ୍ଥଳରେ ସାହାବାଜିପୁର ରାଜସ୍ଵ ନିରୀକ୍ଷକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Put Pillar In Odisha Boundary In Balasore | Argus News