Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅକଳରେ ପଶ୍ଚିମବଙ୍ଗ ସରକାର

Smruti Parija
Browse all articles by Smruti Parija
·1 year ago·2 min read
ଅକଳରେ ପଶ୍ଚିମବଙ୍ଗ ସରକାର

ଅର୍ଗସ ବ୍ୟୁରୋ: ଅଡୁଆରେ ଦିଦି । ଅକଳରେ ପଶ୍ଚିମବଙ୍ଗ ସରକାର । ଗୋଟେ ପଟେ ଦିଦିଙ୍କୁ ଆଳୁ ବ୍ୟବସାୟୀଙ୍କ ଚେତାବନୀ । ଆଉ ଆର ପଟେ କୋଲକତାରେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ବିବାଦରେ ଟିଏମସି । 

ଓଡ଼ିଶାକୁ ଆଳୁ ବନ୍ଦ କରିବା ପରେ ଏବେ ଅଡୁଆରେ ପଶ୍ଚିମବଙ୍ଗ ସରକାର । ପଶ୍ଚିମବଙ୍ଗରେ ମଧ୍ୟ ସୃଷ୍ଟି ହୋଇପାରେ ଆଳୁ ସଙ୍କଟ । ଦୁଇ ରାଜ୍ୟ ମଧ୍ୟରେ ଆଳୁ ବିବାଦର ଶୀଘ୍ର ସମାଧାନ ନହେଲେ କୋଲକାତା ସମେତ ଦେଶର ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କରିବାକୁ ଚେତାବନୀ ଦେଇଛି ପଶ୍ଚିମବଙ୍ଗ ପ୍ରଗତିଶୀଳ ଅଳୁ ବ୍ୟବସାୟୀ ସମିତି ସଂଘ । ଏନେଇ ବାଙ୍କୁରା ଜିଲ୍ଲାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟର ୨୫୦ ଜଣ ଆଳୁ ବ୍ୟବସାୟୀ ଯୋଗଦେଇଥିଲେ । 

ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଆଲୋଚନା ସଫଳ ନହେଲେ ରାଜ୍ୟର ୪୭୦ ଶୀତଳ ଭଣ୍ଡରରେ ଥିବା ଆଳୁ କଢ଼ାଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ପଶ୍ଚିମବଙ୍ଗର ବିଭିନ୍ନ ଶୀତଳ ଭଣ୍ଡରରେ ଏବେ ୮ କୋଟି ୬୯ ଲକ୍ଷ ବସ୍ତା ଆଳୁ ଗଚ୍ଛିତ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ କୋଲକତା ଆରଜି କର ମେଡିଲାରେ ବୁଧବାର ମଧ୍ୟରାତିରେ ଘଟିଯାଇଥିବା ଭୟାନକ ଦୃଶ୍ୟ କେହି ଭୁଲି ପାରୁନାହାନ୍ତି । କେମିତି ହଜାର ହଜାର ସଂଖ୍ୟାରେ ଉପଦ୍ରବୀ ମେଡିକାଲ କଲେଜ ପରିସରକୁ ମାଡିଆସିଲେ । ଆଉ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଳକୁ ଧ୍ବସ୍ତ ବିଧ୍ବସ୍ତ କରିବା ସହ ହସପିଟାଲ ଭିତରେ ବ୍ୟାପକ ଭଙ୍ଗାରୂଜା କଲେ । ଟ୍ରକରେ ଭରି ଉପଦ୍ରବକାରୀଙ୍କୁ ହସପିଟାଲ ନିକଟକୁ ଅଣାଯାଇଥିଲା । ଇଏ ସେହି ହସପିଟାଲ ଯେଉଁଠାରେ ଆଜିକୁ ୭ ଦିନ ତଳେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ବର୍ବର ହତ୍ୟା କରାଯାଇଥିଲା । ଯାହାକୁ ନେଇ ସାରା ଦେଶରେ କ୍ରୋଧ ଦେଖିବାକୁ ମିଳିଛି । 

ଦେଶର ଅଧିକାଂଶ ସହରରେ ଡାକ୍ତର ପ୍ରଦର୍ଶନ କରୁଛନ୍ତି । ନ୍ୟାୟ ଦାବି କରୁଛନ୍ତି । ନ୍ୟାୟର ଏହି ଲଢେଇ ଭିତରେ ଏହି ଉପଦ୍ରବୀମାନେ ଏପରି କାଣ୍ଡ ଘଟାଇଲେ ଯାହାକୁ ନେଇ ଏବେ ପ୍ରଶ୍ନ ଘେରରେ ପଶ୍ଚିମବଙ୍ଗ ପୋଲିସ ଓ ମମତା ସରକାର । କାରଣ ଏବେ ମୁଖ୍ୟ ପ୍ରସଙ୍ଗଠାରୁ ନଜର ହଟି ଏହି ଉପଦ୍ରବକୁ ନେଇ ଚର୍ଚ୍ଚା । ଅର୍ଥାତ ସରକାରଙ୍କୁ ଖସିବାକୁ ବଡ଼ ମୌକା ମିଳିଯାଇଛି । ଆଉ ଚାଲାକ୍ ମମତା ବି ନିଜର ଅପାରଗତା ଢାଙ୍କିବାକୁ ଏହି ଉପଦ୍ରବକୁ ବାମ ଓ ରାମ ନାଁ ନେଇ ଖସିବାକୁ ପ୍ରୟାସ କରିଛନ୍ତି ।

ନିଜ ପୋଲିସ ଓ ପ୍ରଶାସନର ଅପାରଗତାକୁ ଢାଙ୍କିବା ପାଇଁ ଏହାକୁ ଧାର୍ମିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି କି ମମତା ? ବାମ ଓ ରାମ କଥା କହି ପ୍ରସଙ୍ଗ ଡାଇଭର୍ଟ କରିବାକୁ ହେଉଛି କି ପ୍ରୟାସ ? ବିଜେପିର ଆଭିଯୋଗ ଏହି ମଧ୍ୟରାତି ଉପଦ୍ରବ ପଛରେ ଅଛି ଟିଏମସିର ହାତ ।  
 

Sponsored
westbengal-govt-in-tension | Argus News