Mohammed Moquim / ମୋକିମଙ୍କ ଉଦେଶ୍ୟ କ'ଣ, କାହିଁକି ଅସନ୍ତୁଷ୍ଟ ନେତାଙ୍କୁ ନେଇ କରୁଛନ୍ତି ମେଳି ?

Key Points
ନୂଆ ବର୍ଷରେ ମହମ୍ମଦ ମୋକିମଙ୍କ ବାସଭବନରେ କଂଗ୍ରେସ ନେତା ଓ କର୍ମୀଙ୍କ ଭିଡ଼ । ଦଳରୁ ବହିଷ୍କାର ପରେ ବି ମୋକିମଙ୍କ ସହ ଯୋଡ଼ି ହୋଇ ରହିଛନ୍ତି କଂଗ୍ରେସ ନେତା ଏବଂ କର୍ମୀ । ଯାହକୁ ନେଇ ଚର୍ଚ୍ଚା ଜୋର ଧରିଛି । କଟକ କଂଗ୍ରେସ ନଗର ସଭାପତି, କର୍ପୋରେଟର, କଂଗ୍ରେସ କର୍ମୀ ମୋକିମଙ୍କୁ ଭେଟି ଆଲୋଚନା କରିଛନ୍ତି ।
ମୋକିମ କହିଛନ୍ତି କଟକ ଭାଇ ଚାରାର ସହର। କଂଗ୍ରେସ ନେତା ମାନେ ମୋ ସହିତ ଥିଲେ, କାମ କରିଥିଲେ, ମୋତେ ଶୁଭେଚ୍ଛା ଜଣାଇବାକୁ ଆସିଛନ୍ତି । କଂଗ୍ରେସରେ କିଛି ନେତାଙ୍କର ଦଳରେ ଅସନ୍ତୋଷ ରହିଛି । ବିଜେଡିରେ ବି କିଛି ନେତା ଅସନ୍ତୁଷ୍ଟ ଅଛନ୍ତି । ଆଗକୁ ବିଜେଡି ଭାଙ୍ଗିବା ପରିସ୍ଥିତିରେ ରହିଛି । ସମୟକୁ ଅପେକ୍ଷା କର କଣ ହେଉଛି ବୋଲି ମୋକିମ କହିଛନ୍ତି ।
ସେପଟେ ବିଜେଡି ନେତା ସୁବାଷ ସିଂ ମୋକିମଙ୍କୁ ଟାର୍ଗେଟ କରି କହିଛନ୍ତି ନୂଆ ଦଳ ଗଢ଼ିବା ଏକ ସ୍ୱପ୍ନର କଥା। ଯେଉଁ ବିଜେଡି ନେତା ମୋକିମଙ୍କ ସହ ଯୋଗାଯୋଗରେ ଅଛନ୍ତି ସେମାନେ ଆମ ଦଳରେ ନାହାନ୍ତି ବୋଲି କହିଛନ୍ତି ସୁବାଷ ସିଂହ ।
ଅନ୍ୟପଟେ କଟକରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ କଂଗ୍ରେସରୁ ବହିଷ୍କୃତ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ। ସେ କହିଛନ୍ତି, ଏ ହୋର୍ଡିଂ ଆମେ ଲଗାଇନାହୁଁ। କେହି ସମର୍ଥକ ଲଗାଇଥାଇପାରନ୍ତି। ଏଥିରେ କିଛି ଅସୁବିଧା ନାହିଁ। ସୋଫିଆଙ୍କୁ ଦଳୀୟ ଚିହ୍ନର ଆବଶ୍ୟକତା ନାହିଁ। ସମର୍ଥକ ଆମକୁ ଅଲଗା କରିନାହାନ୍ତି।
ସୂଚନାଯୋଗ୍ୟ, ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂରେ ନାହିଁ ହାତ ଚିହ୍ନ । ଏପରିକି ସୋଫିଆଙ୍କ ହୋର୍ଡିଂ, ପୋଷ୍ଟରରେ ଦଳୀୟ ଚିହ୍ନ ନାହିଁ କି କଂଗ୍ରେସ ନେତୃତ୍ୱର ଫଟୋ ବି ନାହିଁ। ହୋର୍ଡିଂରେ ରହିଛି ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଓ ବର୍ତ୍ତମାନର ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଫଟୋ। କଟକର ବିଭିନ୍ନ ସ୍ଥାନରେ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ନୂଆବର୍ଷ ଅଭିନନ୍ଦନ ହୋର୍ଡିଂ ଦେଖିବାକୁ ମିଳିଛି । ସୋଫିଆଙ୍କ ହୋର୍ଡିଂ ସହ କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମଙ୍କ ନୂଆବର୍ଷରେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚାକୁ ଯୋଡ଼ି ଦେଖାଯାଉଛି ।
ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ। ମହମ୍ମଦ ମୋକିମ୍ଙ୍କ ଚିଠି ଜରିଆରେ ସୋନିଆ ଗାନ୍ଧୀଙ୍କୁ ଯେଉଁ ଆବେଦନ କରିଥିଲେ, ତାହା ଅଗ୍ରାହ୍ୟ ହୋଇଥିଲା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକ୍ରମେ ଏଆଇସିସି ମହମ୍ମଦ ମୋକିମ୍ଙ୍କୁ କଂଗ୍ରେସରୁ ବହିଷ୍କାର ଲାଗି ଅନୁମୋଦନ କରିଥିଲା। ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଥିଲେ ମୋକିମ୍। ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଚିଠି ଜରିଆରେ ସୂଚନା ଦେଇଥିାଲେ।
📱 Get Argus News App
✨Related Topics
Explore more stories