|
logo
Live

Argus News - ଠିକା ନିଯୁକ୍ତି ବଢିବା ପଛରେ ନବୀନ !

Odisha

ଠିକା ନିଯୁକ୍ତି ବଢିବା ପଛରେ ନବୀନ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଠିକା ନିଯୁକ୍ତି ବଢିବା ପଛରେ ନବୀନ !

Key Points

  • ଠିକା ନିଯୁକ୍ତି ବଢିବା ପଛରେ ନବୀନ !
  • ବିଧାନସଭାରେ ପୋଲ ଖୋଲିଲେ ମନ୍ତ୍ରୀ
  • ଡିସେମ୍ବର ଶେଷ ସୁଦ୍ଧା ପୂରଣ ହେବ ୩୪ ହଜାର ପଦବୀ

ଅର୍ଗସ ବ୍ୟୁରୋ: ଭୟଙ୍କର ଭାବରେ ବଢିଥିଲା ଠିକା ନିଯୁକ୍ତି । ସରକାରୀ ସଂସ୍ଥାରେ ବି ଆଉଟ ସୋର୍ସିଂକୁ ଗୁରୁତ୍ଵ ଦେଉଥିଲେ ନବୀନ । କହୁଥିଲେ ଠିକା ନିଯୁକ୍ତି ବନ୍ଦ ହେବ, କିନ୍ତୁ ବଢାଉଥିଲେ । ଖାଲି ଏତିକି ନୁହେଁ ବରଂ ବେକାରୀ ସମସ୍ୟା ବଢିବା ପଛରେ ବି ନବୀନ ଥିଲେ । ସରକାର ବଦଳିବା ପରେ ଏବେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଗତକାଲି ବିଧାନସଭାରେ ବେକାରୀ ସମସ୍ୟା ପ୍ରସଙ୍ଗ ଉଠିଥିଲା । ଯାହାର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । 

ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ସରକାରୀ ପଦବୀ ପୁରଣ ନହେବା, ନୂତନ ପଦବୀ ସୃଷ୍ଟି ନହେବା ଓ ଚୁକ୍ତି ଭିତ୍ତିକ ତଥା ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନକରିବା ନେଇ ବିଧାନସଭାରେ କଂଗ୍ରେସ ଦେଇଥିଲା ମୁଲତବୀ ନୋଟିସ । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ୨୦୨୨ - ୨୦୨୩ ର ରିପୋର୍ଟ ଅନୁସାରେ ବେକାରୀ କ୍ଷେତ୍ରରେ ଜାତୀୟ ହାରଠାରୁ ରାଜ୍ୟରେ ବେକାରୀ ଅଧିକ ଥିଲା । ଜାତୀୟ ହାର ୩.୨ ଥିବା ବେଳେ ରାଜ୍ୟରେ ଥିଲା ୩.୯ । ହେଲେ ଏବେ ସରକାର ବଦଳିବା ପରେ କେମିତି ରାଜ୍ୟରେ ବେକାରୀ ସମସ୍ୟା କମିବ ସେନେଇ ଗୁରୁତ୍ଵ ଦିଆଯାଉଥିବା ମନ୍ତ୍ରୀ କହିଥିଲେ । 

ନୂଆ ସରକାର ଆସିବା ପରେ ଆଗାମୀ ୫ ବର୍ଷ ଭିତରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ଅନୁସାରେ, ମୂଳ ପଦବୀ ଖାଲି ରହିଛି ୧ ଲକ୍ଷ ୩୨ ହଜାର ୪୫୯ । ଏହା ମଧ୍ୟରୁ ୯୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ଵାରା ଅନୁମୋଦନ ମିଳିସାରିଛି । ସେଥିରୁ ୭୮ ହଜାର ୯୧୯ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ୨ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପୂରଣ କରାଯିବ । ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର ୩୪ ହଜାର ୬୮୬ ସରକାର ପଦବୀ ପୂରଣ କରିବେ । ଯେଉଁଥି ଲାଗି ପ୍ରକ୍ରିୟା ବି ଆରମ୍ଭ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ଥାୟୀ ସରକାର, ସ୍ଥାୟୀ ମୁଖ୍ୟମନ୍ତ୍ରୀ ଥିବା ପରେ ରାଜ୍ୟରେ ଭୟଙ୍କର ଭାବରେ ବଢିଥିଲା ବେକାରୀ ସମସ୍ୟା । ଭୋଟ୍‌ ନେବା ପରେ ଓଡ଼ିଆଙ୍କୁ ପ୍ରତାରଣା କରିଛି ବିଜେଡି ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଥିଲେ । ୨୦୨୨ ଅକ୍ଟୋବର ୨୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚୁକ୍ତି ଭିତ୍ତିକ ନିଯୁକ୍ତି ବନ୍ଦ ହେବ ଏବଂ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ । ହେଲେ କାହିଁକି ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ବନ୍ଦ ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର ।

ସେପଟେ ଟଙ୍କଧରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିରୋଧୀ ବିଜେଡି ।  ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ବେକାରୀରେ ଓଡ଼ିଶା ୨୧ ନମ୍ବର । ଦୁଇ ବର୍ଷ ଭିତରେ ୬୫ ହଜାର ନିଯୁକ୍ତି ଦେବାକୁ ସରକାର କହୁଛନ୍ତି । ଏହା ବାଦ ଆଉ କେତେ ପଦବୀ ଖାଲି ଅଛି ନା ଅଧିକ ସେ ନେଇ ସରକାର ସ୍ପଷ୍ଟ କରନ୍ତୁ । ଆଉ କଂଗ୍ରେସ କହିଛି, ଯେଉଁ ମାନେ ଆଜି ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ସ୍ଥାୟୀ କରାଯାଉ । ।

ମୋଟ୍‌ ଉପରେ ରାଜ୍ୟରେ ବେକାରୀ ସମସ୍ୟା ବଢିଛି , ନିଯୁକ୍ତି ସମସ୍ୟା ବି ରହିଛି । ତେଣୁ ନୂଆ ସରକାର ଆସିବା ପରେ କେବେ ଏହାର ସମାଧାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।
 

Sponsored
ଠିକା ନିଯୁକ୍ତି ବଢିବା ପଛରେ ନବୀନ ! | Argus News