Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୦ ମାସରେ କ'ଣ କରିଛନ୍ତି ସରକାର ? ପଢ଼ନ୍ତୁ...

Odisha

୧୦ ମାସରେ କ'ଣ କରିଛନ୍ତି ସରକାର ? ପଢ଼ନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
୧୦ ମାସରେ କ'ଣ କରିଛନ୍ତି ସରକାର ? ପଢ଼ନ୍ତୁ...

ରାଜ୍ୟରେ ବିଜେପି ସରକାରକୁ ପୁରିଛି ୧୦ ମାସ । ଆଉ ଏହି ୧୦ ମାସରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ସରକାର । ମହିଳା, ଯୁବକ, ଚାଷୀ ଓ ଶ୍ରମିକଙ୍କୁ ଏଥିରେ ଦିଆଯାଇଛି ଗୁରୁତ୍ୱ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି କ୍ଷେତ୍ରରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟର ବିଜେପି ସରକାର । ରାଜ୍ୟରେ ନାରୀଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା । ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ଯୋଗ୍ୟ ମହିଳା ସାମିଲ ହୋଇଛନ୍ତି । ଦୁଇଟି କିସ୍ତିରେ ବିତରଣ କରାଯାଇଛି ୯ ହଜାର ୯୭୦ କୋଟିରୁ ଅଧିକ ଟଙ୍କା । ସେହିପରି ଲକ୍ଷପତି ଦିଦି ପରିଚାଳନାରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ । ଏହାସହ ଆର୍ଥିକ ଦୁଃସ୍ଥ ପରିବାର ଝିଅମାନଙ୍କୁ ସମ୍ମାନର ସହ ବିବାହ କରାଇବା ପାଇଁ ନୂତନ ଭାବେ ପ୍ରଣିତ ହୋଇଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ।

ସେହିପରି ଶିକ୍ଷାରେ ଉନ୍ନତି ପାଇଁ ଆଜିଠୁ ପ୍ରାଥମିକ ସ୍କୁଲରୁ ବିଶ୍ବବିଦ୍ୟାଳୟ ଯାଏଁ କାର୍ଯ୍ୟକାରୀ ହେଲା ଜାତୀୟ ଶିକ୍ଷା ନୀତି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ପ୍ରତିଷ୍ଠା ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ । ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ ହୋଇଛି ଓଡ଼ିଶା ।

ସେହିପରି ୫ ବର୍ଷରେ ଦେଢ଼ ଲକ୍ଷ ସରକାରୀ ଚାକିରି, ପ୍ରଥମ ୨ ବର୍ଷରେ ୬୫ ହଜାର ପଦବୀ ପୂରଣ ଲକ୍ଷ୍ୟ ରଖାଯାଇଛି । କୃଷି କ୍ଷେତ୍ରରେ ବି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ସରକାର । ଧାନର MSP ସହ ପିଏମ୍ କିଷାନ ଯୋଜନା, ଶୀତଳ ଭଣ୍ଡାରରେ ଲାଭବାନ ହେଉଛନ୍ତି ଚାଷୀ ।
ସେହିପରି ବିକଶିତ ସହର ପାଇଁ ପିଏମ୍ ଇ-ବସ୍ ଯୋଜନାରେ ଚଳାଚଳ କରିବ ୪୦୦ ଇ-ବସ୍ ।

ଏହାସହ ପ୍ରଧାନମନ୍ତ୍ରୀ ଜନମନ, ବିକଶିତ ଗାଁ ବିକଶିତ ଓଡ଼ିଶା, ଅନ୍ତ୍ୟୋଦୟ ଗୃହ ଯୋଜନା ଲାଗୁ ହୋଇଛି । ଆବାସିକ ବିଦ୍ୟାଳୟ ଗୁଡିକୁ ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ 'ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ଯୋଜନା' । ସାମାଜିକ ସୁରକ୍ଷା ଭତ୍ତା- ୮୦ରୁ ଅଧିକ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସାମାଜିକ ସୁରକ୍ଷା ଭତ୍ତା ୧୨୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି । ଉତ୍କର୍ଷ‌ ଓଡ଼ିଶା ୨୦୨୫ ସମ୍ମିଳନୀରେ ୨୦ରୁ ଅଧିକ କ୍ଷେତ୍ରରେ ୫୯୩ଟି ପ୍ରକଳ୍ପ ପ୍ରସ୍ତାବ ପ୍ରାପ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
What has the government done in 10 months? Read... | Argus News