Videos
|
Odisha

ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଡାକରା ଦେଇ କ'ଣ କରୁଛି କଂଗ୍ରେସ ? ଲୋକଙ୍କୁ ହଇରାଣ କଲେ, ଚାବି ଭିଡ଼ିଲେ , କର୍ମୀ ଭଡାରେ ଆସିଲେ

Smruti Parija
Browse all articles by Smruti Parija
·1 year ago·2 min read
ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଡାକରା ଦେଇ କ'ଣ କରୁଛି କଂଗ୍ରେସ ? ଲୋକଙ୍କୁ ହଇରାଣ କଲେ, ଚାବି ଭିଡ଼ିଲେ , କର୍ମୀ ଭଡାରେ ଆସିଲେ

Key Points

ଲୋକଙ୍କୁ ହଇରାଣ କଲେ, ଚାବି ଭିଡ଼ିଲେ , କର୍ମୀ ଭଡାରେ ଆସିଲେ

ସାଧାରଣ ଲୋକଙ୍କୁ ଅସଭ୍ୟ ଭାଷା ଗାଳି ଗୁଲଜ

ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଡାକରା ଦେଇ କଣ କରୁଛି କଂଗ୍ରେସ

କଂଗ୍ରେସର ବନ୍ଦ ପାଳନ ପାଇଁ ବସ୍ତି ଭିତରୁ ବୁହା ହୋଇ ବସରେ ଆସିଲେ ମହିଳା ଓ ଛୋଟ ପିଲା। କିଏ ମୁହଁ ଯାକି ପଳାଉଛି ତ ଆଉ କିଏ କହୁଛି ମୁଁ ଦଶମ ଶ୍ରେଣୀ ରେ ପଢୁଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବରରେ ।


ଲୋକଙ୍କୁ ହଇରାଣ କଲେ, ଚାବି ଭିଡ଼ିଲେ , କର୍ମୀ ଭଡାରେ ଆସିଲେ । ସାଧାରଣ ଲୋକଙ୍କୁ ଅସଭ୍ୟ ଭାଷା ଗାଳି ଗୁଲଜ କଲେ ସେପଟେ ଯୁବ ନେତା ଗୋଲାପ ଫୁଲ ବାଣ୍ଟି ପ୍ୟାଚ ପକେଇଲେ। କଂଗ୍ରେସ ଆନ୍ଦୋଳନରେ ଚାଲିଛି କ'ଣ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟେ ପଟେ କଂଗ୍ରେସ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଡାକରା ଦେଇଛନ୍ତି । କିନ୍ତୁ ଆଉ ଗୋଟେ ପଟ ଭୁବନେଶ୍ୱର ସହ ଅନ୍ୟ ବିଭିନ୍ନ ଜିଲ୍ଲାରେ ସାଧାରଣ ଲୋକଙ୍କୁ ହଇରାଣ କରିବା, ଖାଦ୍ୟ ଓ ଫିଙ୍ଗିଦେବା, ଲୋଙ୍କ ଗାଡି ଚାବି ଛଡ଼ାଇନେବା , ପୁଣି କେଉଁଠି ଲୋକଙ୍କୁ ଗାଳି ଦେବାର ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ଆଉ ଗୋଟେ ପଟେ କଂଗ୍ରେସ ଯୁବ ନେତା ୟାକୁ ଘୋଡାଇବାକୁ ଯାଇ ଫୁଲ ବାଣ୍ଟି କଂଗ୍ରେସ ଆନ୍ଦୋଳନର ନକାରାତ୍ମକ ଦିଗକୁ ଲୁଚେଇବାକୁ ଚେଷ୍ଟା କରୁଛନ୍ତି।


ଓଡିଶାର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଛି । ଓଡ଼ିଶା ବନ୍ଦ ନାଁରେ କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ପ୍ରଥମେ ଯୁକ୍ତିତର୍କ ପରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲେ କଂଗ୍ରେସ କର୍ମୀ । ଜଗତସିଂହପୁରରୁ ଆସିଛି ଏଭଳି ଚିତ୍ର । ପୋଲିସର ବୁଝାସୁଝା ପରେ ବି ଅମାନିଆ କଂଗ୍ରେସ କର୍ମୀ ଯୁବକଙ୍କ ଉପରକୁ ଚଢି ଆସିବା ସହ ମାଡ଼ ମାରିବାର ଦୃଶ୍ୟ ଦେଖାଯାଇଛି ।


ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଟ୍ବିନ୍‌ ସିଟିର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ । ବିଧାନସଭା ଅଞ୍ଚଳରେ ପୋଲିସର କଡ଼ା ସୁରକ୍ଷା । ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ନଜର ।


ଆଜି 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ବିଭିନ୍ନ ସ୍ଥାନରେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଆଜି ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ରହିବ। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ବନ୍ଦ, ସନ୍ଧ୍ୟା ୬ ପରେ ଖୋଲିବ। ରାଜ୍ୟରେ ୩ ଡିପୋ ସହ ରାଜ୍ୟର ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ।


ବାଲେଶ୍ବରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଆତ୍ମାହୁତି ଦେବା ଏବଂ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଏହି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ କର୍ମୀମାନେ ନ୍ୟାୟ ଦାବିରେ ଅଖ, ଚଖ ବନ୍ଦ ରଖିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ବନ୍ଦ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା ।