Videos
|
Odisha

ମେଣ୍ଢାପୋଡି ନୀତି କଣ ?

Banajyotshna Ray
Browse all articles by Banajyotshna Ray
·1 year ago
ମେଣ୍ଢାପୋଡି ନୀତି କଣ ?

ପୁରୀ: ରାତି ପାହିଲେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା। ଦୋଳ ପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ ଆଜି ସଂଧ୍ୟାରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳବେଦୀକୁ ବିଜେ କରିବେ। ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ, ଦେବନୀତି, ବନ୍ଦାପନା ପରେ ଭୋଗ ହେବ। ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯିବ। ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଢାପୋଡି ନୀତି ଅନୁଷ୍ଠିତ ହୋଇଥାଏ। 

ଆଜି ସନ୍ଧ୍ୟାରେ ଦୋଳବେଦୀରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ସମ୍ପନ୍ନ ହୋଇଛି । ମାରୱାଡି ସମ୍ପ୍ରଦାୟର ମହିଳାଙ୍କ ଦ୍ୱାରା ଆଜି ସକାଳୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯାଇ ହୋଲିକା ରାକ୍ଷାସୀକୁ ଦହନ କରାଯାଇଛି । ମହାପ୍ରଭୁଙ୍କର ଏହି ନୀତିକୁ ମେଣ୍ଢାପୋଡି ନୀତି ନାମରେ ନାମିତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
what-is-the-mendhapodi-niti | Argus News