Videos
|
Odisha

ପଖାଳ ଦିବସର କଣ ରହିଛି ସତ୍ୟତା?

Ritu Das
Browse all articles by Ritu Das
·1 year ago·2 min read
ପଖାଳ ଦିବସର କଣ ରହିଛି ସତ୍ୟତା?

ଆଜି ହେଉଛି ବିଶ୍ବ ପଖାଳ ଦିବସ। ସେଥିପାଇଁ ସମସ୍ତେ ଏକ୍ସାଇଟେଡ। କି ଆଜିର ମେନ୍ୟୁରେ ପଖାଳ ସହ ସାଇଡ ଆଇଟମ କଣ ରହିବ। ଓଡ଼ିଶାର ଯୁବପିଢ଼ି ଏହି ଦିବସକୁ ଏବେ ଚାର ଚାନ୍ଦ ଲଗାଉଛନ୍ତି। ଓଡ଼ିଶାର ବଡ଼ ବଡ଼ ତାରକା ହୋଟେଲ ମଧ୍ୟ ଏହି ଦିବସକୁ ଖୁବ ଆଡମ୍ବର ସହ ପାଳନ କରୁଛନ୍ତି।


ଓଡ଼ିଶାର ପାରମ୍ପରିକ ଖାଦ୍ୟ ହେଉଛି ପଖାଳ। କଂସେ ପଖାଳରେ ଯେଉଁ ଆନନ୍ଦ ମିଳେ ବୋଧହୁଏ ତାହା ଆଉ କୌଣସି ଖାଇବାରେ ନ ଥାଏ। ଛୋଟ ହେଉ କିମ୍ବା ବଡ଼ ସମସ୍ତଙ୍କ ଘରେ ଏହି ପଖାଳ ହାଣ୍ଡି ଥାଏ। କେବଳ ଗୋଟିଏ ଦିନ ବର୍ଷକ ୩୬୫ ଦିନ ଓଡ଼ିଆମାନେ ଖୁସିରେ ପଖାଳ ଖାଇଥାନ୍ତି। କିନ୍ତୁ ମାର୍ଚ୍ଚ ୨୦ ତାରିଖକୁ ବିଶ୍ବ ପଖାଳ ଦିବସ ଭାବେ ପାଳନ କରାଯାଏ। ଯେଉଁଥିପାଇଁ ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ବର କୋଣ ଅନୁକୋଣରେ ଲୋକମାନେ ଖୁବ ଭଲରେ ବାରି ପାରନ୍ତି। ଖରାଦିନ ଆସିଗଲେ ଓଡ଼ିଆ ମନ ଖୋଜେ ପଖାଳ କଂସା।
ଆଉ ତା' ସହ ବଡ଼ି ଚୁରା, ବାଇଗଣ ଭଜା, ଗୋଟା ପୋଟଳ ଭଜା, ମାଛ ଭଜା, ଶାଗ ଭଜା ଏମିତି ଅନେକ କିଛି। ସେଥିପାଇଁ ଓଡ଼ିଆ ମାନେ ସବୁବେଳେ ଗର୍ବରେ କୁହନ୍ତି ମୁଁ ଓଡ଼ିଆ ମୋ ପଖାଳ କଂସା ଭାରି ବଢ଼ିଆ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସାମ, ଛତିଶଗଡ଼, ଝାଡଖଣ୍ଡ, ବିହାର, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସମେତ ପଡ଼ୋଶୀ ବାଙ୍ଗଲାଦେଶରେ ମଧ୍ୟ ଏହି ପଖାଳ ଖାଇବାର ପରମ୍ପରା ରହିଛି। ଓନିଶାରେ ଛୁଙ୍କ ଦହି ପଖାଳ ଭାରି ପ୍ରସିଦ୍ଧ। ଆସାମରେ ଏହାକୁ ପୋଇତା ଭାତ, ପଶ୍ଚିମବଙ୍ଗରେ ପାନ୍ତା ଭାତ, ଝାଡ଼ଖଣ୍ଡ ଏବଂ ବିହାରରେ ମାରା ଭାତ, ସେହିପରି ଛତିଶଗଡ଼ରେ ବୋରେ ଭାତ ମାଲାୟଲମରେ ବୋଲୁଚରୁ ଏବଂ ତାମିଲନାଡୁରେ ଏହାକୁ ବକଲା ଭାତ ବୋଲି କୁହାଯାଏ।


ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟମାନକୁ ଛାଡ଼ିଦେଲେ ଅନ୍ୟ କୋଉଠି ଭାତକୁ ପାଣିରେ ରଖି ବାସି ତୋରାଣି ସହ ଖାଇବାର ପରମ୍ପରା ନାହିଁ। ସାଧାରଣତଃ ଗ୍ରୀଷ୍ମ ଋତୁ ବା ଖରା ଦିନ ଆସିଲେ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ପଖାଳର ଆସର ଜମେ। ପଖାଳ ସାଙ୍ଗକୁ ବଡ଼ି ଚୁରା କିମ୍ବା ଆଳୁ ଭଜା ଟିକେ ହେଲେ ପୁରା ପେଟେ ଖାଆନ୍ତି ଓଡ଼ିଆ ଲୋକ। ଗରିବଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ କିଏ ବା ପଖାଳକୁ ଭଲ ନ ପାଏ। ଖରାଦିନରେ ପଖାଳ ସତେ ଯେମିତି ଅମୃତ ଭଳି ଲାଗେ।


ତେବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବି ପ୍ରିୟ ଖାଦ୍ୟ ହେଲା ପଖାଳ। ଶ୍ରମନ୍ଦିରର ଟଙ୍କ ତୋରାଣି ଏହାର ଏକ ପ୍ରମାଣ ଅଟେ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହି ଟଙ୍କ ତୋରାଣି ରୂପରେ ଭୋଗ ଲାଗି ମଧ୍ୟ କରାଯାଏ। ଇଏ ତ ଥିଲା ଆମ ଓଡ଼ିଆଙ୍କ ପଖାଳ କଂସା କଥା। ଆପଣଙ୍କର ପଖାଳ ଦିବସକୁ ନେଇ କଣ ପ୍ଲାନ ଆପଣ ଆଜି ପଖାଳ ଖାଇଲେ ନା ନାହିଁ ଆମକୁ କମେଣ୍ଟ କରିବାକୁ ଜମା ଭୁଲନ୍ତୁ ନାହିଁ।

what-is-the-truth-about-pakhala-divasa | Argus News