ସାପ କାମୁଡିଲେ କ'ଣ କରିବେ ? ପଢନ୍ତୁ...
·1 year ago·2 min read

ଅର୍ଗସ ବ୍ୟୁରୋ: ବର୍ଷା ଋତୁରେ ଏବେ ଚାରିଆଡେ ସାପ କାମୁଡା ଖବର ସାମନାକୁ ଆସୁଛି । ସାପ କାମୁଡା ମୃତ୍ୟୁ ମଧ୍ୟ ଦିନକୁ ଦିନ ବଢୁଛି । ସାପ କାମୁଡିଲେ ତୁରନ୍ତ କଣ କରିବେ ଅନେକାଂଶ ଲୋକ ତାହା ଜାଣିପାରୁନାହାନ୍ତି । ଫଳରେ ରାଜ୍ୟରେ ସାପ କାମୁଡା ମୃତ୍ୟୁ ଏବେ ଚିନ୍ତା ବଢାଉଛି । ଏନେି ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିବା ସହ ନିର୍ଦ୍ଦେଶାବଳୀ ଜାରି କରିଛି ।
ତେବେ ଜାଣି ରଖନ୍ତୁ ସାପ କାମୁଡିଲେ କ'ଣ କରିବେ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାପ କାମୁଡିଲେ କ'ଣ କରିବେ ?
- କେଉଁ ସ୍ଥାନକୁ ସାପ କାମୁଡିଛି ତାହା ପ୍ରଥମେ ଚିହ୍ନଟ କରନ୍ତୁ । ସେହି ସ୍ଥାନରେ ହାତ ମାରନ୍ତୁ ନାହିଁ ।
- କ୍ଷତ ଚିହ୍ନ ଚାରିପଟେ ଏକ କଲମ କିମ୍ବା ମାର୍କରରେ ଚିହ୍ନଟ କରନ୍ତୁ । ଯେପରି କ୍ଷତ ଚିହ୍ନ ଅଦୃଶ୍ୟ ହୋଇଗଲେ ମଧ୍ୟ ଜଣାପଡିବ ।
- ରୋଗୀଙ୍କ ଦେହରେ ଥିବା ଅଳଙ୍କାର ଇତ୍ୟାଦିକୁ ବାହାର କରିଦିଅନ୍ତୁ । ରୋଗୀକୁ ହାଲୁକା କପଡା ପିନ୍ଧାଇ ଦିଅନ୍ତୁ ।
- ସାପ କାମୁଡିଥିବା ବ୍ୟକ୍ତିଙ୍କୁ ଯଥା ସମ୍ଭବ ଆରାମଦାୟକ ଅସ୍ଥାରେ ରଖନ୍ତୁ । ତାଙ୍କ ମନୋବଳ ବୃଦ୍ଧି କରିବାକୁ ଉପଦେଶ ଦିଅନ୍ତୁ ।
- ସମୟ ନଷ୍ଟ ନକରି ଯଥା ଶୀଘ୍ର ସେହି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରନ୍ତୁ ।
- ସାପ କାମୁଡା ବ୍ୟକ୍ତିଙ୍କୁ ସଠିକ୍ ସମୟରେ ଚିକିତ୍ସା କରାଗଲେ ଶୀଘ୍ର ଆରୋଗ୍ୟ ହୋଇପାରିବେ ।
ସାପ କାମୁଡିଲେ କ'ଣ କରିବା ଅନୁଚିତ୍ ?
- ଯେତେବେଳେ ଜାଣୁଛନ୍ତି ଯେ ବ୍ୟକ୍ତିଟିକୁ ସାପ କାମୁଡିଛି ତାଙ୍କୁ ଚଲାନ୍ତୁ ନାହିଁ । କୌଣସି ପ୍ରକାର ଶାରୀରିକ କାର୍ଯ୍ୟ କରାନ୍ତୁ ନାହିଁ । ଯାହା ଦ୍ୱାରା ତାଙ୍କ ହୃଦସ୍ପନ୍ଦନ ବଢିବ ।
- କ୍ଷତ ସ୍ଥାନରେ ବରଫ ସେକ ଦିଅନ୍ତୁ ନାହିଁ ।
- କ୍ଷତ ହୋଇଥିବା ଅଙ୍ଗରେ କୌଣସି ପ୍ରକାର ଦୌଡି କିମ୍ବା କପଡା ବାନ୍ଧନ୍ତୁ ନାହିଁ । ଏହା କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରିବ ।
- କ୍ଷତ ସ୍ଥାନରେ ଭୂଲ୍ ରେ ବି ପାଟି ଲଗାଇ ବିଷ ଶୋଷନ୍ତୁ ନାହିଁ । କିମ୍ବା କୌଣସି ପ୍ରକାର ଧାରୁଆ ଅସ୍ତ୍ର ସାହାଯ୍ୟରେ ରକ୍ତସ୍ରାବ କରାନ୍ତୁ ନାହିଁ । ପୀଡିତ ବ୍ୟକ୍ତିଙ୍କୁ କୌଣସି ପ୍ରକାର ମାଦକ/ନିଶା ଦ୍ରବ୍ୟ ଦିଅନ୍ତୁ ନାହିଁ ।
- ଉକ୍ତ ବ୍ୟକ୍ତିକୁ ଶୋଇବାକୁ ଦିଅନ୍ତୁ ନାହିଁ ।
- ସାପ କାମୁଡିଥିବା ସ୍ଥାନକୁ ଧୁଅନ୍ତୁ ନାହିଁ । କି ସେଠାରେ କିଛି ମଲମ, ଡେଟଲ, ହର୍ବାଲ ପେଷ୍ଟ ଆଦି ଲଗାନ୍ତୁ ନାହିଁ ।
- କୌଣସି ପ୍ରକାର ପାରମ୍ପରିକ ଚିକିତ୍ସା ଗୁଣି ଗାରେଡି, ଜଡିବୁଟି, ଝଡାଫୁଙ୍କା, ଆଦି କରନ୍ତୁ ନାହିଁ ।
- ସାପ କାମୁଡିଥିବା ବ୍ୟକ୍ତିଙ୍କୁ କିଛି ପାନୀୟ ବା ଖାଦ୍ୟ ଦିଅନ୍ତୁ ନାହିଁ ।
- ପ୍ରାଥମିକ ଚିକିତ୍ସା ବା First aid ଛଡା ଆଉ କିଛି କରନ୍ତୁ ନାହିଁ ।
ଏହି କିଛି ପଦକ୍ଷେପକୁ ଦୃଷ୍ଟି ଦେଲେ ଏକ ମୂଲ୍ୟବାନ ଜୀବନ ଯେ ବଞ୍ଚିଯିବ ସେଥିରେ ସନ୍ଦେହ ନାହିଁ । ସେଥିପାଇଁ ନିଜେ ସଚେତନ ହେବା ସହ ଆପଣଙ୍କ ନିଜର ଲୋକଙ୍କୁ ଏ ବିଷୟରେ ଅବଗତ କରାନ୍ତୁ ଓ ସୁସ୍ଥ ରୁହନ୍ତୁ ।