କ'ଣ ଲାଭ ହେବ ଓଡ଼ିଶାକୁ ?

ଅର୍ଗସ ବ୍ୟୁରୋ: ପୁଞ୍ଜିନିବେଶ କ୍ଷେତ୍ରରେ ବିପୁଳ ସମ୍ଭାବନା ନେଇ ଏବେ ଅଗ୍ରସର ହେଉଛି ଓଡ଼ିଶା। ଓଡ଼ିଶାକୁ ଏକ ଶିଳ୍ପସମୃଦ୍ଧ ରାଜ୍ୟଭାବେ ଗଢିବାକୁ ଆସନ୍ତାକାଲି ଅର୍ଥାତ ଜାନୁୟାରୀ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ। ୨୮,୨୯ ତାରିଖରେ ବିଭିନ୍ନ ଆଲୋଚନା ହେବାକୁ ଥିବାବେଳେ ୩୦ ତାରିଖରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ପୁଞ୍ଜିନିବେଶ ପାଇଁ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ଉପରେ ରହିଛି ସାରା ବିଶ୍ବର ନଜର। ଓଡ଼ିଶାର ସାମଗ୍ରିକ ବିକାଶ ଓ ଆର୍ଥିକ ଅଭିବୃଦ୍ଧିରେ ଉତ୍କର୍ଷ ଓଡ଼ିଶା ଏକ ଐତିହାସିକ ସଫଳତା ହେବ ବୋଲି ଆଶା ରଖିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟସରକାର। ବିଶେଷକରି ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହି ସମ୍ମିଳନୀର ରହିବ ବଡ଼ ଯୋଗଦାନ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ କାର୍ଯ୍ୟକ୍ରମର ଶୁଭଉଦଘାଟନ କରିବେ।
ଯୋଗଦେବେ କେଉଁମାନେ ?
ଏହି ଇନଭେଷ୍ଟର୍ସ ମିଟରେ ୨୦ ଟି ଦେଶରୁ ପ୍ରାୟ ୧୦୦ ରୁ ଅଧିକ ଆନ୍ତର୍ଜାତିକ ପ୍ରତିନିଧି ଯୋଗଦେବେ।
ସିଙ୍ଗାପୁର, ଅଷ୍ଟ୍ରେଲିଆ, ମାଲେସିଆରୁ ଅଧିକ ଡେଲିଗେଟ୍ ଏଥିରେ ଯୋଗଦେବେ।
ଉତ୍କର୍ଷ କଣ୍ଟ୍ରି ଅଫ୍ ଫୋକସ ସେସନରେ ୨୦ ଟି ଦେଶର ପ୍ରତିନିଧିମାନେ ଆଲୋଚନା କରିବେ।
ଉତ୍କର୍ଷ ଓଡ଼ିଶା ଓ୍ବେବସାଇଟରେ ୭୫୦୦ ରୁ ଅଧିକ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି।
୧୫୦ ଜଣ ଏକ୍ସିଭିଟର ସେମାନଙ୍କ ପ୍ରଡକ୍ଟ, ସର୍ଭିସ ଓ ଇନୋଭେସନ ପ୍ରଦର୍ଶନ କରିବେ।
୩୦ ତାରିଖରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାରହିବ।
📱 Get Argus News App
✨କ'ଣ ଲାଭ ହେବ ଓଡ଼ିଶାକୁ ?
ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ଅଧିକ ବିନିଯୋଗ ପାଇଁ ସୁଯୋଗ ସୃଷ୍ଟିହେବ।
ଆଇଟି, ଲଜିଷ୍ଟିକ୍ କ୍ଷେତ୍ରରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା।
୩ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବା ସମ୍ଭାବନା ରହିଛି।
ବର୍ଯ୍ୟବସ୍ତୁରୁ ଶକ୍ତି ପ୍ରକଳ୍ପ, ସବୁଜ ଶକ୍ତିରୁ ଇନ୍ଧନ ଉତ୍ପାଦନ, ଅେଟୋମେସନ, ଆଇଓଟି ପ୍ରକଳ୍ପ ଓଡ଼ିଶାରେ ନିବେଶ ପାଇଁ ଆଗଭର ହେବେ ।
୨୦୩୬ ସୁଦ୍ଧା ଓଡ଼ିଶା ସମୃଦ୍ଧ, ଶିଳ୍ପୋନ୍ନତ ଓ ସାମଗ୍ରିକ ବିକାଶର ଏକ ବିଶ୍ବସ୍ତରୀୟ କେନ୍ଦ୍ରରେ ପରିଣତ ହେବ
ଓଡ଼ିଶାରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବା ସମ୍ଭାବନା।
୧୦୦ରୁ ଅଧିକ ନିବେଶକଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିବେ ରାଜ୍ୟସରକାର
ଶ୍ରମିକ ଓ କୃଷକଙ୍କ ପାଇଁ ମଧ୍ୟ ସୃଷ୍ଟିହେବ ବିପୁଳ ସୁଯୋଗ
ବିଶ୍ବ ବଜାରରେ ବୃଦ୍ଧିହେବ ଓଡ଼ିଶାରେ ବିନିଯୋଗର ଆଶା
ରାଜ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ୫ ଟି ଅର୍ଥନୀତି ମଧ୍ୟରେ ଓଡ଼ିଶା ସ୍ଥାନ ପାଇବାର ଲକ୍ଷ୍ୟ