Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଏ ମୁଣ୍ଡାଇବ ଅର୍ପଣ ଚାଉଳ ନଷ୍ଟ କରିବାର ମହାପାପ ?

Smruti Parija
Browse all articles by Smruti Parija
·1 year ago·2 min read
କିଏ ମୁଣ୍ଡାଇବ ଅର୍ପଣ ଚାଉଳ ନଷ୍ଟ କରିବାର ମହାପାପ ?

Key Points

  • ୧୦ ହଜାର କୁଇଣ୍ଟାଲ୍ ରୁ ଉର୍ଦ୍ଧ୍ବ ଅର୍ପଣ ଚାଉଳର କ'ଣ ହେବ ଭବିଷ୍ୟତ !
  • କିଏ ମୁଣ୍ଡାଇବ ଅର୍ପଣ ଚାଉଳ ନଷ୍ଟ କରିବାର ମହାପାପ ?
  • ଚାଉଳ ନଷ୍ଟ କରିବାର ଉତ୍ତର ରଖିବ କିଏ ! 
  • ଅର୍ପଣ ଚାଉଳ ପ୍ରସଙ୍ଗକୁ ନେଇ ଜଗନ୍ନାଥ ପ୍ରେମୀ ଖପ୍ପା।
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା
  • ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କୁ ଅଧିକୃତ କଲା ଶ୍ରୀମନ୍ଦିର ପରିଚାଳନା କମିଟି
  • ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ରାଜ୍ୟ ସରକାରଙ୍କୁ ଦିଆଯି୍ବ ପ୍ରସ୍ତାବ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅର୍ପଣ ଚାଉଳକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କୁ ଅଧିକୃତ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ସୁଆର ମହାସୁଆର ନିଯୋଗ ସହ ବିଶେଷ ଆଲୋଚନା ପରେ ରାଜ୍ୟ ସରକାରଙ୍କୁ ଉପଯୁକ୍ତ ପ୍ରସ୍ତାବ ଦେବ କମିଟି । ସେବାୟତ ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରସ୍ତାବ ଉପରେ ରାଜ୍ୟ ସରକାର ନେବେ ନିଷ୍ପତ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କୌଣସି ଏନ୍ ଜି ଓ କିମ୍ବା ଗରିବ ଙ୍କୁ ଦାନ କରିବା ସପକ୍ଷରେ ମତ ରଖିଛି ସୁଆର ମହାସୁଆର ନିଯୋଗ । ପରିଚାଳନା କମିଟି ପ୍ରସ୍ତାବ ପରେ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଆଇନ ମନ୍ତ୍ରୀ ।

କୁଇଣ୍ଟାଲ୍ କୁଇଣ୍ଟାଲ ଅର୍ପଣ ଚାଉଳ ନଷ୍ଟ ହେଉଛି । ଯାହାକୁ ନେଇ ଦେଖା ଦେଇଛି ଅସନ୍ତୋଷ। ମହାପ୍ରଭୁଙ୍କୁ ଦାଣ୍ଡର ଭିକାରୀ ସଜେଇ ଦୁଆର ଦୁଆର ବୁଲି ଆଣିଥିବା ଚାଉଳର ଭବିଷ୍ୟତକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ! 

ସେପଟେ ଝାରସୁଗୁଡ଼ା ଜିଲ୍ଲାର ୩ଟି ପୌରପରିଷଦ ଓ ୫ଟି ବ୍ଲକ ଅଞ୍ଚଳରେ 7ଦିନ ଧରି ବୁଲିଥିଲା ଏହି ଅର୍ପଣ ରଥ । ପ୍ରାୟ ୩ କୋଟିରୁ ଉର୍ଦ୍ଧ ଟଙ୍କାର ବିଲ୍‌ ହୋଇଛି। ହେଲେ ବିନା ଟେଣ୍ଡରରେ ସମସ୍ତ କାମ କରାଯାଇଥିବାରୁ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ କାହାରି ପାଖରେ ନାହିଁ । ଅର୍ପଣ ରଥ ପରିକ୍ରମାଠାରୁ ଆରମ୍ଭ କରି ଆରମ୍ଭ ଓ ଶେଷ ଦିନ ପ୍ରସାଦ ବଣ୍ଟନ, ପ୍ରତି ୱାର୍ଡରେ ସଙ୍କୀର୍ତ୍ତନ, ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣର ସିଧା ପ୍ରସାରଣ, ପୁରୀ ନେଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇବା ଭଳି କାର୍ଯ୍ୟକ୍ରମ ହୋଇଥିଲା। ଏଥିପାଇଁ ସହରାଞ୍ଚଳର ପ୍ରତି ୱାର୍ଡରେ ସର୍ବାଧିକ ୨ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରିବା ନେଇ ଗାଇଡ୍‌ଲାଇନ୍‌ ଆସିଥିଲା । ଗ୍ରାମାଞ୍ଚଳରେ ମଧ୍ୟ ଅନୁରୂପ ନିୟମ ଲାଗୁ ହୋଇଥିଲା। ଜିଲ୍ଲାବ୍ୟାପୀ ତିଆରି ହୋଇଥିବା ୨୦ଟି ରଥ ପାଇଁ ବିନା ଟେଣ୍ଡରରେ ଗାଡ଼ି ଲାଗିଥିବା ଜଣାପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ତତ୍କାଳୀନ ବିଜେଡି ସରକାର ମହାପ୍ରଭୁଙ୍କ ଦାଣ୍ଡର ଭିକାରୀ ସଜାଇ ଅର୍ପଣ ରଥ ବୁଲାଇଥିଲା । ଏବେ ଅର୍ପଣ ଚାଉଳ ନଷ୍ଟ ହେବାକୁ ବସିଛି ଯାହା ଜଗନ୍ନାଥ ପ୍ରେମୀଙ୍କୁ ହତାସ କରିଛି । 

Sponsored
What will be the future of arpana-rice | Argus News