|
logo
Live
Argus News App
GET APP

Argus News - ଏବେ ପ୍ରଶ୍ନ ବିଫଳତାର ଶ୍ରେୟ କିଏ ମୁଣ୍ଡାଇବ ?

Odisha

ଏବେ ପ୍ରଶ୍ନ ବିଫଳତାର ଶ୍ରେୟ କିଏ ମୁଣ୍ଡାଇବ ?

Smruti Parija
Browse all articles by Smruti Parija
·1 year ago·2 min read
ଏବେ ପ୍ରଶ୍ନ ବିଫଳତାର ଶ୍ରେୟ କିଏ ମୁଣ୍ଡାଇବ ?

ଅର୍ଗସ ବ୍ୟୁରୋ: ଦଳ ଗଠନ ହେବାର 27 ବର୍ଷ ପରେ ବିଜେଡିକୁ ଶକ୍ତ ଝଟକା ଲାଗିଛି । ନବୀନ ପଟ୍ଟନାୟକ କ୍ଷମତା ଚ୍ୟୁତ ହେଲା ପରେ ଏବେ ପାଣ୍ଡିଆନଙ୍କୁ ନେଇ ପୁଳା ପୁଳା ପ୍ରଶ୍ନ । ସମସ୍ତଙ୍କ ନଜର ପାଣ୍ଡିଆନଙ୍କ ଉପରେ । ଶାସକ ଦଳ ଓ ଶାସନ କଳରେ ଅତ୍ୟନ୍ତ କ୍ଷମତାଶୀଳ ହୋଇଥିବା ପାଣ୍ଡିଆନଙ୍କର କ'ଣ ହେବ ? ଯେହେତୁ ବିଜେଡି ଶାସନରେ ରହିବନି ତାଙ୍କର କାମ କ'ଣ ହେବ ? ସବୁବେଳେ ନବୀନଙ୍କ ଛାଇ ଭଳି ରହୁଥିବା ପାଣ୍ଡିଆନ ଦଳରେ କେଉଁ କାମ କରିବେ ?

କ'ଣ ହେବ ପାଣ୍ଡିଆନଙ୍କ ରାଜନୈତିକ ଭବିଷ୍ୟତ ?

କେଉଁଠି ଅଛନ୍ତି ପାଣ୍ଡିଆନ ? 

ପ୍ରଚାର ସମୟରେ ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞଜ୍ ଦେଇଥିଲେ ଯେ, ନବୀନ ବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନହେଲେ ସେ ରାଜନୀତି ଛାଡିଦେବେ । ଏବେ ସେହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ପାଣ୍ଡିଆନ ଏବେ ସତରେ ରାଜନୀତି ଛାଡିବେ । ନା ଆଉ କଣ ଯୋଜନା ରହିଛି । 

କୋଭିଡ୍ ସମୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ ଆସିବା ବନ୍ଦ କରି ନବୀନ ନିବାସରୁ ଶାସନ କଲେ । ଆଉ ପାଣ୍ଡିଆନ ଛାଇ ଭଳି ରହିଲେ । 5ଟି ପରି ଅସ୍ତିତ୍ୱ ନଥିବା ଏକ ବିଭାଗର ସଚିବ ହେଲେ ପାଣ୍ଡିଆନ । ଧିରେ ଧିରେ ସବୁ ବିଭାଗ 5ଟି ଅଦୀନକୁ ଆସିଲା । ମୁଖ୍ୟମନ୍ତ୍ରୀ ମଧ୍ୟ ଏହାର ପ୍ରତିବାଦ କରିନାହାନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏମିତିକି ଗତ ବର୍ଷ ସାରା ଓଡିଆ ବୁଲି ବୁଲି ବଡ ସଭା କଲେ ପାଣ୍ଡିଆନ । ଚାକିରିରେ ଥାଇ ଏମିତି କରିବା ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଗଲା । 

ଏହାପରେ 2023 ଅକ୍ଟୋବରରେ ସେ ଚାକିରିରୁ ଇସ୍ତଫା ଦେଲେ । ମାସେ ପରେ ବିଜେଡିରେ ଯୋଗ ଦେଲେ । ମୁଖ୍ୟମନ୍ତ୍ରୀଙ୍କର କେହି ସଚିବ ନିଯୁକ୍ତ ନ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସବୁ କାର୍ଯ୍ୟ ପାଣ୍ଡିଆନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲା । 

ଆଉ ଚଳିତ ନିର୍ବାଚନରେ ପାଣ୍ଡିଆନଙ୍କ ଭୂମିକା ସମସ୍ତଙ୍କୁ ଚକିତ କରିଥିଲା । ସେ ହିଁ ବିଜେଡି ଟିକେଟ୍ ବାଣ୍ଟିଥିଲେ । ପ୍ରାୟ ସବୁ ନିର୍ବାଚନମଣ୍ଡଳୀ ବୁଲି ସଭା କରିବା ସହ ରୋଡ୍ ସୋ କରିଥିଲେ । ଏବେ ଯାହା ହେଲା ସମସ୍ତଙ୍କ ଆଖିଆଗରେ । ଏତେ ବର୍ଷର ଶାସନ ଧୂଳିସାତ୍ ହୋଇଯାଇଛି । ଯେଉଁ ନବୀନ ନିବାସ ଆଗରେ ଲୋକଙ୍କ ଗହଳି ଚହଳି ଲାଗି ରୁହେ । ତାହା ଏବେ ଖାଁ ଖାଁ । ନେତାଙ୍କ ଯା ଆସ ନାହିଁ । 

ଏବେ ପ୍ରଶ୍ନ ବିଫଳତାର ଶ୍ରେୟ କିଏ ମୁଣ୍ଡାଇବ ?
 

Sponsored
ଏବେ ପ୍ରଶ୍ନ ବିଫଳତାର ଶ୍ରେୟ କିଏ ମୁଣ୍ଡାଇବ ? | Argus News