Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ'ଣ କହିବେ ମିନତୀ, ନୂଆ ତଥ୍ୟ ଦେବେ ନା କିଛି ରହସ୍ୟ ଖୋଲିବେ ?

Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ'ଣ କହିବେ ମିନତୀ, ନୂଆ ତଥ୍ୟ ଦେବେ ନା କିଛି ରହସ୍ୟ ଖୋଲିବେ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ'ଣ କହିବେ ମିନତୀ, ନୂଆ ତଥ୍ୟ ଦେବେ ନା କିଛି ରହସ୍ୟ ଖୋଲିବେ ?

ନବ ଦାସ ହତ୍ୟା ମାମଲାରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ । ଦିନ ଯେତିକି ଗଡ଼ୁଛି ସେତିକି ରୋମାଞ୍ଚକର ହେଉଛି । ଗତ ସରକାର କେସ୍‌ ରଫା ଦଫା କରି, କ୍ଲୋଜ କରିବାକୁ ସବୁ ବାଟ କରିସାରିଥିବା ବେଳେ ନୂଆ ସରକାର ଆସିବା ପରଠୁ ମାମଲା ଅଧିକ କୁହୁଳିବାରେ ଲାଗିଛି । କାରଣ ଆଗକୁ କ'ଣ ହେବ ସେନେଇ ସାରା ଓଡ଼ିଶାବାସୀ ଚାହିଁ ବସିଛନ୍ତି ।

ନବ ଦାସ ହତ୍ୟା ମାମଲା ଓ ଏହାର ତଦନ୍ତକୁ ନେଇ ସାରା ଓଡ଼ିଶା ପ୍ରଶ୍ନ କରୁଥିବା ବେଳେ ପରିବାର ଲୋକ ଚୁପ୍‌ ବସିଥିଲେ । କିନ୍ତୁ ଏବେ ନବଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିବାକୁ ଯାଉଛନ୍ତି । ଯାହାକି ଏଭଳି ମାମଲାକୁ ଆହୁରି ଚର୍ଚ୍ଚାର ଖୋରାକ ଯୋଗାଇଛି । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପତ୍ନୀ । ଅପରାହ୍ନ ପ୍ରାୟ ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପତ୍ନୀ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ ଜରିଆରେ ଚିଠି ଲେଖିଲେ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପତ୍ନୀ ମିନତୀ ଦାସ । ମାର୍ଚ୍ଚ ୧୧ ତାରିଖରେ ମେଲ ଏବଂ ଡାକ ମାଧ୍ୟମରେ ଚିଠି ପଠାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଉଲ୍ଲେଖ କରିଥିଲେ ମିନତୀ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କହିରଖୁଛୁ, ନିକଟରେ ନବଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ପରିବାର ଲୋକଙ୍କୁ ଲିଖିତ ଭାବେ ଦେବାକୁ ପଡ଼ିବ ବୋଲି ଆଇନ ମନ୍ତ୍ରୀ କହିଥିଲେ । ଏବେ ପରିବାର ଏ ସଂକ୍ରାନ୍ତରେ ପ୍ରସ୍ତୁତି ଆରମ୍ଭ କରିଛି ବୋଲି କୁହାଯାଉଛି । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିବାରୁ ନବଙ୍କ ପତ୍ନୀ ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ପାଇଁ ସମୟ ମାଗିଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ'ଣ କହିବେ ନବଙ୍କ ପତ୍ନୀ ? ସିବିଆଇ ତଦନ୍ତ ପାଇଁ କହିବେ ନା ହତ୍ୟାକାଣ୍ଡ ନେଇ ଆଉ କିଛି ନୂଆ ତଥ୍ୟ ଦେବେ । ଏବେ ଏହି ସବୁ ପ୍ରଶ୍ନକୁ ଏବେ ସାଧାରଣରେ ଚର୍ଚ୍ଚା ।

ଅନ୍ୟପଟେ ଗୋପାଳ ଦାସଙ୍କ ଓକିଲ ନରେଶ ନାଏକ କହିଛନ୍ତି, "କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିସାରିଛି । ହେଲେ ଷଡ଼ଯନ୍ତ୍ର ଦିଗରେ ତଦନ୍ତ ହୋଇନାହିଁ । ସିବିଆଇ ତଦନ୍ତ ହେଲେ ଯଦି କିଛି ନୂଆ ତଥ୍ୟ ସାମ୍ନାକୁ ଆସେ ତେବେ ସେମାନେ କୋର୍ଟରେ ଆଡିସନାଲ ଚାର୍ଜସିଟ୍ ଦାଖଲ କରିପାରିବେ । ଜେରା ସମୟରେ ଉଚିତ ଜେରା କରି ଗୋପାଳ ଦାସଙ୍କୁ ନିର୍ଦୋଷ ସାବ୍ୟସ୍ତ କରିବୁ । ଯଦି ଆମକୁ କୌଣସି ସ୍ଥାନରେ ଲାଗିବ ଗୋପାଳ ଦାସଙ୍କୁ ଏଠାରେ ଫସା ଯାଇଛି ତାହାହେଲେ ଆମେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ।"

ତେବେ ୨୦୨୩ ଜାନୁଆରୀ ୨୯ ତାରିଖ ପୂର୍ବତନ ବିଜେଡି ସରକାରର ସ୍ବାସ୍ଥ୍ୟମନ୍ତ୍ରୀ ଥିବା ନବ ଦାସଙ୍କୁ ଝାରସୁଗୁଡାରେ ଗୁଳି କରି ହତ୍ୟା କରାଯାଇଥିଲା । ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ତାଙ୍କ ସୁରକ୍ଷାରେ ଥିବା ASI ଗୋପାଳ ଦାସ ଗୁଳି କରିଥିଲା । ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଅଭିଯୋଗ ଥିଲା ଯେ, ଏୟାରଲିଫ୍ଟ ପୂର୍ବରୁ ଘଟଣାସ୍ଥଳରେ ହିଁ ଉଡ଼ିଯାଇଥିଲା ନବଙ୍କ ପ୍ରାଣ ବାୟୁ । ଆଉ ସେଠାକୁ ଶେଷ ଦର୍ଶନ ପାଇଁ ଆସିଥିଲେ ନବୀନ ପଟ୍ଟନାୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
What will Minati Das say to Chief Minister Mohan Majhi On Naba Das Murder Case | Argus News