Videos
|
Odisha

watsapp new rule / ଆଜି ଠାରୁ ବିନା ସିମରେ ଆଉ ଚାଲିବନି ହ୍ବାଟ୍ସଆପ୍

Bikash Mohanty
Browse all articles by Bikash Mohanty
·6 months ago·2 min read
ଆଜି ଠାରୁ ବିନା ସିମରେ ଆଉ ଚାଲିବନି ହ୍ବାଟ୍ସଆପ୍
Watsapp

Key Points

ଆଜି ଠାରୁ ବିନା ସିମରେ ଆଉ ଚାଲିବନି ହ୍ବାଟ୍ସଆପ୍
ଲାଗୁ ହେଲା ନୂଆ `ସିମ୍ ବାଇଣ୍ଡିଂ’ ନିୟମ
କମ୍ପ୍ୟୁଟରରେ ୬ ଘଣ୍ଟାରେ ଥରେ ଲଗ୍‌ଆଉଟ୍‌ ହୋଇଯିବ ଆକାଉଣ୍ଟ
ଆଜି ଠାରୁ ବିନା ସିମରେ ଆଉ ଚାଲିବନି ହ୍ବାଟ୍ସଆପ୍। ଆଜି ଠାରୁ ଲାଗୁ ହେଲା ଏହି ନୁଆ ନିୟମ। ହ୍ବାଟସଆପ୍ ଆଜି ସମୟରେ ଅଧିକାଂଶ ଲୋକଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ । ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ସମସ୍ତଙ୍କ ପାଇଁ ଅନ୍ୟମାନଙ୍କ ସହ ଯୋଗାଯୋଗର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ମାଧ୍ୟମ । କିନ୍ତୁ ଆଜିଠାରୁ ଏଥିରେ ହେଉଛି କେତେକ ବଡ଼ ପରିବର୍ତ୍ତନ ।

କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ‘ସିମ୍ ବାଇଣ୍ଡିଂ’ ନିୟମ କାର୍ଯ୍ୟକାରୀ କରିବା ପାଇଁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଥିବା ମହଲତକୁ ବଢ଼ାଯିବନାହିଁ । ନୂଆ ନିୟମ ଅନୁଯାୟୀ ମୋବାଇଲ୍ ଫୋନରେ ସିମ୍ କାର୍ଡ ନଥିଲେ ହ୍ୱାଟ୍‌ସଆପ୍, ଟେଲିଗ୍ରାମ୍‌, ସିଗ୍‌ନାଲ୍‌, ସ୍ନାପ୍‌ଚାଟ୍, ସେୟାରଚାଟ୍, ଜିଓଚାଟ୍, ଓ ଜୋସ୍‌ ଭଳି ମେସେଜିଂ ଆପ୍ ଆଉ କାମ କରିବ ନାହିଁ । ଏବେ ଫୋନ୍‌ରୁ ସିମ୍‌ ବାହାର କରିଦେବା ପରେ ବି ହ୍ବାଟ୍‌ସଆପ୍‌ ଚାଲୁଛି । ଆଗକୁ ତାହା ସମ୍ଭବ ହେବନାହିଁ ।

ଫୋନ୍‌ରେ ସିମ୍‌ କାର୍ଡ ନଥିଲେ ହ୍ବାଟସ୍‌ଆପ୍‌ ଆକାଉଣ୍ଟ୍‌ ସକ୍ରିୟ ହୋଇପାରିବନି । ଆଜିଠାରୁ ଏହି ନିୟମ ଲାଗୁ ହେଉଛି । ଯେଉଁମାନେ କମ୍ପ୍ୟୁଟର୍‌ରେ ହ୍ୱାଟ୍‌ସଆପ୍ ବ୍ୟବହାର କରୁଛନ୍ତି, ସେମାନଙ୍କ ଆକାଉଣ୍ଟ୍‌ ପ୍ରତି ଛଅ ଘଣ୍ଟାରେ ଥରେ ଲଗ୍‌ ଆଉଟ୍‌ ହେବ । ସାଇବର୍‌ ଠକେଇର ମୁକାବିଲା ଲାଗି ସରକାର ଏହି କଠୋର ନିୟମ ଆଣିଛନ୍ତି ।

ପଢ଼ନ୍ତୁ ଏହି ଖବର: ଆଜି ବନ୍ଦ ହୋଇଗଲା ୟୁଟ୍ୟୁବ୍ !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ (ଓଟିପି) ଜରିଆରେ ହ୍ବାଟସ୍‌ଆପ୍‌ରେ ଲଗ୍‌ ଇନ୍‌ ସମ୍ଭବ ହେଉଛି। ସିମ୍‌ ବାଇଣ୍ଡିଂ ନିୟମ ଲାଗୁ ହେବା ପରେ ସେହି ସୁବିଧା ମିଳିବ ନାହିଁ । ନୂଆ ନିୟମ ଅଧୀନରେ କମ୍ପାନିଗୁଡ଼ିକୁ ନିୟମ ପାଳନ ସମ୍ପର୍କରେ ୧୨୦ ଦିନରେ ରିପୋର୍ଟ ଦେବାକୁ ପଡ଼ିବ । ନିୟମ ଉଲ୍ଲଂଘନ କଲେ ଟେଲି ଯୋଗାଯୋଗ ଆଇନ ୨୦୨୩, ଟେଲିକମ୍‌ ସାଇବର୍‌ ସୁରକ୍ଷା ନିୟମ ଓ ଅନ୍ୟାନ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସିମ୍ ବାଇଣ୍ଡିଂ ହେଉଛି ଏକ ସୁରକ୍ଷା ବ୍ୟବସ୍ଥା । ଏହା ଆପଣଙ୍କ ମେସେଜିଂ ଆପ୍‌କୁ ଫୋନ୍‌ରେ ଥିବା ସିମ୍‌ ସହିତ ଲକ୍‌ କରିଦେବ । ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ହ୍ୟାକର୍ସ କିମ୍ବା ଠକମାନେ ଅନ୍ୟ ଡିଭାଇସରେ ଆପଣଙ୍କ ନମ୍ବର ବ୍ୟବହାର କରିପାରିବେ ନାହିଁ । ଥରେ ସିମ୍‌ ବାଇଣ୍ଡିଂ ହେବା ପରେ ଫୋନ୍‌ରେ ପଞ୍ଜୀକୃତ ସିମ୍‌ କାର୍ଡ ଥିଲେ ହିଁ ଆପ୍‌ ଖୋଲିବ ।

ମେଟା ମାଲିକାନାରେ ଥିବା ହ୍ବାଟସଆପ୍ ସାରା ବିଶ୍ବରେ ଷ୍ଟାଟସ୍ ବିଜ୍ଞାପନ ଓ ପ୍ରୋମୋଟେଡ୍ ଚ୍ୟାନେଲ୍ ଲଞ୍ଚ କରିବାକୁ ଘୋଷଣା କରିଛି । ଏବେ ଆପଣଙ୍କୁ ହ୍ବାଟସଆପରେ କେବଳ ଆପଣଙ୍କ ବନ୍ଧୁ ମାନଙ୍କର ଷ୍ଟାଟସ୍ ନୁହେଁ ବରଂ କେତେକ ବିଜ୍ଞାପନ ବି ଦେଖାଯିବ । ଏହି ବିଜ୍ଞାପନ ଆପଣଙ୍କୁ ଆପର ଅପଡେଟସ ଟ୍ୟାବରେ ଦେଖାଯିବ, ଯେଉଁଠି ଆପଣ ଅନ୍ୟମାନଙ୍କର ଷ୍ଟାଟସ୍ ଦେଖନ୍ତି ।

ବିଜ୍ଞାପନ ଛଡ଼ା ହ୍ବାଟସଆପରେ ଏକ କାମର ଫିଚର ଯୋଡ଼ାଯାଇଛି । ଆମେ ଯେତେବେଳେ କୌଣସି ନୂଆ ଗ୍ରୁପରେ ଯୋଡ଼ି ହୁଅନ୍ତି ସେହି ଗ୍ରୁପରେ ପୂର୍ବରୁ ଥିବା ମେସେଜ୍ ଦେଖିପାରନ୍ତି ନାହିଁ। କିନ୍ତୁ ଏଥର ନୂଆ ଫିଚରରେ ଗ୍ରୁପ୍ ଆଡମିନ୍ ବା ସଦସ୍ୟ ନୂଆ ଯୋଡ଼ି ହେଉଥିବା ବ୍ୟକ୍ତି ସହ ପୂର୍ବରୁ ଥିବା 25ରୁ 100 ମେସେଜ୍ ସେୟାର କରିପାରିବେ । ଏହା ଫଳରେ ନୂଆ ସଦସ୍ୟଙ୍କୁ ପୁରୁଣା କଥା ବୁଝିବାରେ ସହଜ ହେବ।