Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନଙ୍କୁ କେବେ ଠୁ ଓ କାହିଁକି ଦିଆଯାଉଛି z କ୍ୟାଟେଗୋରୀ ସୁରକ୍ଷା ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣ୍ଡିଆନଙ୍କୁ କେବେ ଠୁ ଓ କାହିଁକି ଦିଆଯାଉଛି z କ୍ୟାଟେଗୋରୀ ସୁରକ୍ଷା ?

ଅର୍ଗସ ବ୍ୟୁରୋ:  ଆସନ୍ତା କାଲି ବିଜେଡିର ଦୁଇ ନମ୍ବର ନେତା ଭି କେ ପାଣ୍ଡିଆନ କୋରାପୁଟ ଓ ରାୟଗଡା ଜିଲ୍ଲା ଗସ୍ତରେ ଯିବେ । ସେଥିପାଇଁ ସ୍ଥାନୀୟ ପ୍ରଶାସନକୁ ଅବଗତ କରିବା ପାଇଁ ଚିଠି କରିଛନ୍ତି ପାଣ୍ଡିଆନଙ୍କ ପିଏ । ତେବେ ଶେଷ କୁ ଲେଖା ଯାଇଥିବା ଏହି Z କ୍ୟାଟେଗୋରି ସିକ୍ୟୁରିଟ ଆରେଞ୍ଜମେଣ୍ଟ କୁ ନେଇ ଉଠିଛି ପ୍ରଶ୍ନ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ସୋସିଆଲ ମିଡିଆ ରେ ପୋଷ୍ଟ କରିବା ସହ ଲେଖିଛନ୍ତି କେବେ ଠୁ କାହା ନିର୍ଦ୍ଦେଶ ରେ ପାଣ୍ଡିଆନ ଙ୍କୁ ଦିଆଯାଉଛି Z କ୍ୟାଟେଗୋରି ସିକ୍ୟୁରିଟ । ଏପରିକି ରାଜ୍ୟରେ କୌଣସି କ୍ୟାବିନେଟ ମନ୍ତ୍ରୀ ନା ଖୋଦ ମୁଖ୍ୟମନ୍ତ୍ରୀ ଙ୍କୁ z କ୍ୟାଟେଗୋରି ସୁରକ୍ଷା ମିଳିନଥିବା ବେଳେ ଭି.କେ ପାଣ୍ଡିଆନ ଙ୍କୁ z କ୍ୟାଟେଗୋରି ସୁରକ୍ଷା ଦିଆଯିବା ପଛରେ କାରଣ କଣ । କିଏ ନେଇଛି ଏହି ନିଷ୍ପତ୍ତି । କାହା ନିର୍ଦ୍ଦେଶ ରେ ପାଣ୍ଡିଆନ ଙ୍କୁ ମିଳୁଛି z କ୍ୟାଟେଗୋରିର ସୁରକ୍ଷା ବୋଲି ମଧ୍ୟ ଉଠିଛି ପ୍ରଶ୍ନ । ତେବେ ଏ ନେଇ ପୂର୍ବତନ ପୋଲିସ ଅଧିକାରୀ କଣ କହୁଛନ୍ତି ଶୁଣନ୍ତୁ।

କିଛି ଦିନ ତଳେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଖୋଲିଥିଲା ବଡ଼ ଗୁମୁର । ତଥ୍ୟ ରେ ସାମ୍ନା କୁ ଆସିଥିଲା କି Z ପ୍ଲସ ସିକ୍ୟୁରିଟି ଠୁ ବି ଅଧିକ କଡା ସୁରକ୍ଷା ବଳୟ ରେ ବିଜେଡି ନେତା ପାଣ୍ଡିଆନଙ୍କ ସୁରକ୍ଷା। ସେଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି ବର୍ଷକୁ 3 କୋଟି ଟଙ୍କା.... ଭୈରବ କାର୍ତ୍ତିକେୟନଙ୍କ ସୁରକ୍ଷାରେ ମୁତୟନ 74 ସୁରକ୍ଷା କର୍ମୀ ।  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି। Z ପ୍ଲସ ପାଇଁ 55.. ପାଣ୍ଡିଆନଙ୍କ ପାଇଁ 74 ସୁରକ୍ଷା କର୍ମୀ।
ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ବୋଲି ପାଣ୍ଡିଆନଙ୍କୁ ଦିଆଯାଉଛି କି ଏତେ ସୁରକ୍ଷା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
When and why is Pandya being given z category protection? | Argus News