Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଅନ୍ଧାର ମାଡି ଆସିଲେ ଅନ୍ଧକାର ହୋଇଯାଏ ଗାଁ

Odisha

ଅନ୍ଧାର ମାଡି ଆସିଲେ ଅନ୍ଧକାର ହୋଇଯାଏ ଗାଁ

Rashmita Mishra
Browse all articles by Rashmita Mishra
·1 year ago·1 min read
ଅନ୍ଧାର ମାଡି ଆସିଲେ ଅନ୍ଧକାର ହୋଇଯାଏ ଗାଁ

ଅର୍ଗସ ବ୍ୟୁରୋ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଉପାନ୍ତ ତଳଗଲୁର ପଂଚାୟତର ମେଟା ପାଡୁ, ଦାରଙ୍ଗପାଡୁ, ବାନ୍ଦାଗୁଡ଼ି, ପଣକିମେଟୁ ପ୍ରଭୁତି ପାଞ୍ଚ ଖଣ୍ଡ ଗାଁର । ପାହାଡ଼ ପର୍ବତ ଚତୁପାର୍ଶ୍ବରେ ଗାଁଗୁଡିକ ଥିବାରୁ ଶରୀସୃପ ସମେତ ବାଘ ଭାଲୁର ଭୟ ମଧ୍ୟ ରହୁଛି । ପରିଶେଷରେ ନିରାଶ ହୋଇ ଗାଁରେ ବିଦ୍ୟୁତ୍ ସଂଯୋଗ ଆଉ ହେବ ନାହିଁ ଭାବି ସୋଲାର ଦ୍ଵାରା ବିଦ୍ୟୁତ ସଂଯୋଗ କରି 4 ରୁ 5 ବର୍ଷ ସମୟ ପର୍ଯ୍ୟନ୍ତ ଚଳିଲେ । ହେଲେ ପରବର୍ତ୍ତୀ ସମୟରେ ସେ ସବୁ ବି ଖରାପ ହେବାରୁ ରାତି ହେଲେ ଡିବିରି ଭରସାରେ ଜୀବନ କାଟୁଛନ୍ତି ଅଞ୍ଚଳବାସୀ ।    

ଗାଁରେ ବିଦ୍ୟୁତ୍ ସଂଯୋଗ ପାଇଁ ଦୀର୍ଘ ତିରିଶି ବର୍ଷ ହେବ ସଂଘର୍ଷ କରୁଛନ୍ତି। ଗାଁରେ ବିଦ୍ୟୁତ୍ ସଂଯୋଗ ପାଇଁ ଜନ ପ୍ରତିନିଧିଙ୍କ ଠୁ ଆରମ୍ଭ କରି ସରକାରୀ ବାବୁଙ୍କ ଦପ୍ତରକୁ ଦୌଡ଼ି ଦୌଡ଼ି ପାଦର ଚପଲ ସରିଗଲା କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ । ବିଦ୍ୟୁତ୍ ନଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। 
୨୪ ବର୍ଷର ବିଜେଡି ସରକାର ଗାଁକୁ ବିଦ୍ୟୁତ ସଂଯୋଗ କରିପାରିଲେ ନାହିଁ, କିନ୍ତୁ ବର୍ତ୍ତମାନର ବିଜେପି ସରକାରଙ୍କ ଉପରେ ଭରସା ରଖିଛନ୍ତି ଗ୍ରାମବାସୀ ।

 ଏହି ଖବର ପ୍ରସାରଣ ପରେ ନୂଆ ସରକାରଙ୍କ ଉପରେ ରହିଥିବା ଭରସା ସହିତ ଆଉ କେବେ ଅପେକ୍ଷାର ଅନ୍ତ ଘଟିବ । ଏହି ସବୁ ଗ୍ରାମରେ ବିଦ୍ୟୁତ ସଂଯୋଗ ହେବ ତାହା ଦେଖିବାକୁ ବାକି ରହିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
When darkness comes, the village becomes dark | Argus News