Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ଷା ଆସିଲେ ମନେ ପଡେ ସାଧବ ବୋହୂ...

Manini Pattanayak
Browse all articles by Manini Pattanayak
·2 years ago·1 min read
ବର୍ଷା ଆସିଲେ ମନେ ପଡେ ସାଧବ ବୋହୂ...

ଭୁବନେଶ୍ୱର: ବର୍ଷା ଆସିଲେ ଆସେ ସାଧବ ବୋହୁ।  ମାଟିରେ ତାର କୁନି କୁନି ପାଦରେ ଠୁକୁଠୁକୁ ହୋଇ ଚାଲେ ଲାଲ ରଙ୍ଗର ଟୁକଟୁକୁ  ସାଧବ ବୋହୁ।  ଭାରି ଭଲ ଲାଗେ ତାକୁ  ମାଟିରୁ ଉଠାଇ  ହାତ ପାପୁଲିରେ ଚଲାଇବାକୁ। ତାର ପିଠିକୁ ଆଉଁସିବାକୁ। ତା ସହ ଲାଗିବାକୁ .. ନା ଅଛି ସେ ସମୟ .. ନା ଅଛି ସେ.. ଆଜି ବି ବର୍ଷା ହେଉଛି.. ମାଟି ଭିଜୁଛି.. ହେଲେ ଆସୁନ ଆଉ ସାଧବ ବୋହୁ..  ମାଟିରେ ପଡୁନି ତାର ପାଦ ଚିହ୍ନ। ସମସ୍ତେ ତା ବିଷୟରେ କଥା କୁହନ୍ତି, ଭଲ ପାଆନ୍ତି ପ୍ରଶଂସା କରନ୍ତି  । କିନ୍ତୁ ସେମାନଙ୍କ ଅସ୍ତିତ୍ବ ଆଜି ସଙ୍କଟରେ ।  ଏ ସୌଖିନ କୀଟ ସାଧବ ବୋହୁ ବିଲୁପ୍ତ ହେବାକୁ ବସିଲାଣି। ରାସାୟନିକ ସାର ଓ କୀଟନାଶକ ଯୋଗୁଁ ଲୋପାପାଉଛି ବଂଶ ।  କୁଆଡେ  ଗଲା ସାଧବ ବୋହୁ.. ଆଜି ବି ମେନ ପଡେ... 

କେହି କେହି  ସାଧବ ବୋହୁଙ୍କୁ ପାଟପୋକ କହନ୍ତି |  ମୌସୁମୀ ଆସିଲେ ସେ ଆସେ । କୁହାଯାଏ   ସାଧବ ବୋହୁ କାଳେ ରଥଯାତ୍ରା ଦେଖିବାକୁ ଆସେ।  କିନ୍ତୁ ଆଉ ଦେଖିବାକୁ ମିଳୁନି ସାଧବ ବୋହୁ।  ଏବେ ପରିବେଶ ଆଉ ପାଣିପାଗ ବଦଳିଛି |  ତେବେ  ଆସନ୍ତୁ ଜାଣିବା ଏମାନେ କେତେଦିନ ବଞ୍ଚନ୍ତି ଆଉ କଣ କହୁଛି ବିଜ୍ଞାନ ଓ ଗବେଷଣା ରଜ ସଙ୍କ୍ରାନ୍ତି ଦିନ କୁଆଁରୀମାନେ ଏମାନଙ୍କୁ ସଂଗ୍ରହ କରିଥାନ୍ତି ଓ ଭଲ ବର୍ଷା ପାଇଁ ପୂଜା କରିଥାନ୍ତି । ହାତକୁ ଭେଲଭେଟ ପରି ଲାଗିଥାଏ ସାଧବ ବୋହୁ..  ଦେଖିଲେ ଭାରି ଖୁସି ଲାଗେ।..  କିନ୍ତୁ ଆଉ ଆସୁନି ସାଧବୋହୁ.. ତାକୁ ଝୁରୁଛି ଆସାଢର ପ୍ରଥମ ବର୍ଷା..  
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
When it rains, remember Sadhaba bohu | Argus News