Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅସ୍ମିତା କଥା କହି ଫଶିଗଲା ବିଜେଡି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଅସ୍ମିତା କଥା କହି ଫଶିଗଲା ବିଜେଡି

Key Points

  • ମୁକେଶଙ୍କ ଟାର୍ଗେଟ୍‌ରେ ବିଜେଡି
  • ଅସ୍ମିତାକୁ ନେଇ ବିରୋଧୀଙ୍କୁ ଧୋଇଲେ ମନ୍ତ୍ରୀ

ଅର୍ଗସ ବ୍ୟୁରୋ : ବଜେଟ୍‌ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ବିରୋଧୀ କହୁଛନ୍ତି ଶାସକଦଳର କାମ ଗୃହ ଚଲାଇବା, ସେପଟେ ଶାସକ ଦଳ କହୁଛି ବିରୋଧୀ ବିତର୍କ କରିବାକୁ ଚାହାଁନ୍ତି ନାହିଁ । ଉଭୟଙ୍କ ଭିତରେ ତୁ ତୁ ମେଁ ମେଁ...ବାରମ୍ବାର ଗୃହ ହେଉଛି ମୁଲତବି । ଏହାରି ଭିତରେ ଗତକାଲି ବିଧାନସଭାରେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇଥିଲେ । କହିଥିଲେ, ବିରୋଧୀଙ୍କ ପାଖରେ ନୈତିକତା ଅଧିକାର ନାହିଁ ଓଡ଼ିଆ ଅସ୍ମିତାର କଥା କହିବାକୁ ।

ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଫାଇଭ ଟାଉଟର କଥା କହିଛନ୍ତି । ବିଜେଡିକୁ ଟାର୍ଗେଟ କରି ଏଭଳି କହିଛନ୍ତି ମନ୍ତ୍ରୀ । ଗୃହରେ ନିଜ ବିବୃତ୍ତି ରଖୁଥିବା ବେଳେ ଓଡ଼ିଶା ଅସ୍ମିତାକୁ ନେଇ ବିଜେଡି ଉପରେ ଖୁବ୍ ବର୍ଷିଥିଲେ ମୁକେଶ । କହିଥିଲେ, ଓଡ଼ିଆ ଅସ୍ମିତାକୁ ନେଇ ରାଜ୍ୟରେ ସରକାର ଗଠନ ହୋଇଛି । ତେଣୁ ବିରୋଧୀ ଦଳ ପାଖରେ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିବାର ନୈତିକ ଅଧିକାର ନାହିଁ। ଆଉ ଏତିକି ବେଳେ ମନ୍ତ୍ରୀଙ୍କ ମୁହଁରୁ ସେହି ଶବ୍ଦ ବାହାରିଥିଲା, ଯାହା ଖୁବ୍ ଚର୍ଚ୍ଚା ସାଉଣ୍ଟିଥିଲା । ଓଡ଼ିଆ ଅସ୍ମିତା କଥା ଉଠାଇ ବିଜେଡିକୁ ପାଲଟା ପ୍ରଶ୍ନ କରିଥିଲେ ଯେ, ଯେତେବେଳେ ଫାଇଭ ଟାଉଟର ଶାସନ କରୁଥିଲେ, ସେତେବେଳେ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ? ଫାଇଭ ଟାଉଟର ଚୌକିରେ ବସୁଥିଲେ ? ଆଉ ବିଜେଡି ବିଧାୟକ ଓ ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିବା କଥା କହି ତେର୍ଚ୍ଛା ବାଣ ମାରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଆସନ୍ତାକାଲି ବିଧାନସଭାର ବଜେଟ୍‌ ଅଧିବେଶନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୪-୨୫ ବର୍ଷର ଆର୍ଥିକ ବଜେଟ୍‌ ଉପସ୍ଥାପନ କରିବେ । ହେଲେ ଏଥର ଗୃହ ଯେଉଁପରି ଭାବରେ ଆରମ୍ଭରୁ ସରଗରମ ହେଲାଣି ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଗୃହ କେମିତି ଚାଲୁଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minister Mukesh Mahaling | Argus News