Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅବଧି ସରିଲାଣି ହେଲେ ସରୁନି କାମ, ୨ କି.ମି ବଦଳରେ ଯିବାକୁ ପଡୁଛି ୨୫ କି.ମି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅବଧି ସରିଲାଣି ହେଲେ ସରୁନି କାମ, ୨ କି.ମି ବଦଳରେ ଯିବାକୁ ପଡୁଛି ୨୫ କି.ମି

Key Points

ପୋଲ ପାଇଁ ପାଲା
୬ ବର୍ଷ ହେଲା ଅଧାପନ୍ତରିଆ ପୋଲ ଦେଉଛି ଦୁଃଖ

ଅବଧି ସରିଲାଣି ହେଲେ ସରୁନି କାମ
୨ କିମି ବଦଳରେ ଯିବାକୁ ପଡୁଛି ୨୫ କି.ମି

ଭୀମଖନ୍ଦା ପାଇଁ ବାଧକ ସାଜିଛି ନାଳ। ଅର୍ଦ୍ଧ ନିର୍ମିତ ପୋଲ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଭୀମଖନ୍ଦା ଗାଁ ମୁଣ୍ଡରେ ମୁଣ୍ଡ ରେ ଥିବା ନାଳ ଉପରେ ୨୦୧୯ ରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପୋଲ ନିର୍ମାଣ ହେଲେ ଭୀମଖନ୍ଦା, ଡୁମୁରକୁଦର୍, ଚଢ଼େଇପାହାଳି, ପାହାଳ ପୁର, ବୁଡ଼ାମାରା ପରି ପ୍ରାୟ ୧୦ ଗୋଟି ଗାଁ ର ଲୋକେ ଉପକୃତ ହେବେ। ମୁଖ୍ୟ ବଜାର ଗୋରୁମହିଶୁଣି ନିକଟ ହେବ, ଲୋକଙ୍କ ଚଳପ୍ରଚଳ ସୁଗମ ହେବ, କିନ୍ତୁ ବିଡମ୍ବନା ର ବିଷୟ ୬ ବର୍ଷ ବିତିଗଲାଣି ଠିକାଦାର, ସରକାରୀ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ସମ୍ପୂର୍ଣ୍ଣ ହୋଇପାରୁନି ପୋଲ କାମ। ଏ ନେଇ ବ୍ଲକ ଠୁ ଆରଂଭ କରି ଜିଲ୍ଲା ପ୍ରଶାସନ,ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ଫଳ ଶୂନ।

୬ ବର୍ଷ ହେବ ପୋଲ ନିର୍ମାଣ କଛପ ଗତିରେ ଚାଲିଛି। ମାସକ ମଧ୍ୟରେ ଦୁଇ, ତିନି ଦିନ କାମ ହେଉଥିବା ବେଳେ ବାକି ଦିନ କାମ ବନ୍ଦ ରହୁଛି। ଲୁହାଶିଳା,ସରଗଡା ମାଣିକପୁର ପଞ୍ଚାୟତବାସି ମଧ୍ଯ ଏହି ରାସ୍ତା ଦେଇ ଗୋରୁମହିଶୁଣି ମୁଖ୍ୟ ବଜାର କୁ ଯାଇଥାନ୍ତି। ଆଗକୁ ବର୍ଷା, ନାଳ ରେ ପାଣି ଵୋହିଲେ ଚଳପ୍ରଚଳ ବନ୍ଦ। ସେତେବେଳ ଲୋକ ଙ୍କୁ ମୁଖ୍ୟ ବଜାର କୁ ଯିବା ପାଇଁ ହେଲେ ୨୫ କିଲୋମିଟର ବୁଲି ଯିବାକୁ ପଡିଥାଏ। ଆମ୍ବୁଲାନ୍ସ ହେଉ କି ସାଧାରଣ ଗାଡ଼ି ଏଇ ରାସ୍ତା ଦେଇ ଚଳାଚଳ ହୋଇ ପାରୁନି ଫଳରେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି।

ଏହି ଅସମ୍ପୂର୍ଣ୍ଣ ପୋଲ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବିଭିନ୍ନ ସମୟରେ ଛୋଟଛୋଟ ଛୁଆ ଗଳି ପଡ଼ୁଥିବା ବେଳେ ପୋଲ ଉପରୁ ଗରୁ, ମଇଁଷି, ତଳେ ପଡ଼ି ଗୁରୁତର ଆହାତ ହେଉଛନ୍ତି। ପୋଲ ଗାର୍ଡ ୱାଲ ର ଲୁହା ରୋଡ଼ ମଧ୍ଯ ଲୋକ ଙ୍କ ପାଇଁ ବିପଦ ସାଜିଛି। ଯଥାଶୀଘ୍ର ପୋଲ ଟିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଲୋକେ ଉପକୃତ ହେବା ନେଇ ଗ୍ରାମବାସୀ ଦାବି କରିଛନ୍ତି।।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
when-the-deadline-is-over-the-work-is-done-instead-of-2-km-you-have-to-travel-25-km | Argus News