Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେବେ ହେବ ସିଏମସି ୨୧ ନମ୍ବର ୱାର୍ଡ ଉପନିର୍ବାଚନ

Odisha

କେବେ ହେବ ସିଏମସି ୨୧ ନମ୍ବର ୱାର୍ଡ ଉପନିର୍ବାଚନ

Ritu Das
Browse all articles by Ritu Das
·1 year ago·1 min read
କେବେ ହେବ ସିଏମସି ୨୧ ନମ୍ବର ୱାର୍ଡ ଉପନିର୍ବାଚନ

ଦୀର୍ଘଦିନ ହେବ ପଡ଼ି ରହୁଛି ଅଳିଆ ଆବର୍ଜନା। ପରିବେଶ ପ୍ରଦୂଷଣ ହେବା ସହ ରାସ୍ତା ଘାଟରେ ମଧ୍ୟ ଆବର୍ଜନା ଜମା ହେଉଛି । ଆଉ ରାସ୍ତାଘାଟ ସମସ୍ୟା ତ ନକହିବା ଭଲ। କେଉଁଠି ଖାଲଖମା ତ ପୁଣି କେଉଁଠି ରାସ୍ତା ଖୋଳା ହୋଇ ପଡିରହିଛି । ଏ ହେଉଛି ସିଏମସି ୨୧ ନମ୍ବର ୱାର୍ଡର ଅବସ୍ଥା । ୱାଡ଼ର କର୍ପୋରେଟର ଅଶୋକ ଶର୍ମାଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ପଦବୀ। ଉପନିର୍ବାଚନ ହେଉନଥିବାରୁ କର୍ପୋରେଟର କେହି ନାହାନ୍ତି । ଫଳରେ ୱାର୍ଡ ବାସୀଙ୍କ ମୌଳିକ ସମସ୍ୟା ମଧ୍ୟ ସମାଧାନ ହୋଇପାରୁନାହିଁ। ଉପନିର୍ବାଚନ କେବେ ହେବ ଏହାସହ ୱାର୍ଡର‌ ମୌଳିକ ସମସ୍ୟା କେବେ ସୁଧୁରିବ ତାକୁ ନେଇ ଆଶା ଆଶଙ୍କାରେ ୱାର୍ଡ ବାସିନ୍ଦା ଗତବର୍ଷ ଅକ୍ଟୋବର ୮ ତାରିଖରେ କର୍ପୋରେଟର ଅଶୋକ ଶର୍ମାଙ୍କ ଦେହାନ୍ତ ହୋଇଥିଲା।


ଏହା ପରଠାରୁ କର୍ପୋରେଟର ପଦ ଖାଲି ପଡିଛି। ପଦବୀ ଖାଲି ପଡିବାର ୬ ମାସ ମଧ୍ୟରେ ନିର୍ବାଚନ ବିଜ୍ଞପ୍ତି, ନିର୍ବାଚନ ପ୍ରକ୍ରିୟା ସମାପ୍ତ କରିବାର ନିୟମ ରହିଛି। ତେବେ ୬ ମାସ ଅତିକ୍ରାନ୍ତ କରିସାରିଥିବା ବେଳେ ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ। ସିଏମସି କାଉନସିଲକୁ ଆଉ ୨ ବର୍ଷ ବାକିଥିବା ବେଳେ ଉପନିର୍ବାଚନ ବିଳମ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ସିଏମସି କମିଶନର କହିଛନ୍ତି ଉପନିର୍ବାଚନ ନେଇ ସିଏମସି ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ଅବଗତ କରାଯାଇଛି, ନିର୍ବାଚନ ପକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ। ତେବେ ୱାର୍ଡର ସମସ୍ୟା ସମାଧାନ ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଯଦି କିଛି ସମସ୍ୟା ଥାଏ ତାକୁ ଦୂର କରାଯିବ। ତେବେ କେବେ ଏହି ୱାର୍ଡର ଉପନିର୍ବାଚନ ହେଉଛି ଏବଂ କେବେ ଏଠିକାର ସମସ୍ୟା ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
when-will-the-cmc-21-ward-by-election-be-held | Argus News