Videos
|
Odisha

ଅଧାଭଙ୍ଗା ଅବସ୍ଥାରେ ପଡିରହିଛି ଚଣ୍ଡି ମନ୍ଦିର

Rashmita Mishra
Browse all articles by Rashmita Mishra
·1 year ago·2 min read
ଅଧାଭଙ୍ଗା ଅବସ୍ଥାରେ ପଡିରହିଛି ଚଣ୍ଡି ମନ୍ଦିର

Key Points

କେବେ ସରିବ ଚଣ୍ଡି ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ?
୨୦୨୩ ଅକ୍ଟୋବରରେ ଶେଷ ସୁଦ୍ଧା କାମ ସାରିବାକୁ ହୋଇଥିଲା ଦିନ ଧାର୍ଯ୍ୟ
ହେଲେ ୫୦ ପ୍ରତିଶତ ବାକି ରହିଛି କାମ
ଅଧାଭଙ୍ଗା ଅବସ୍ଥାରେ ପଡିରହିଛି ମନ୍ଦିର
ଉନ୍ନତିକରଣ କାର୍ଯ୍ୟରେ ବିଳମ୍ବକୁ ନେଇ ତୀବ୍ର ଅସନ୍ତୋଷ

ରାଜ୍ୟରେ ଥିବା ବିଭିନ୍ନ ମଠ ମନ୍ଦିରର ଉନ୍ନତିକରଣ କରିବା ପାଇଁ ପୂର୍ବ ସରକାର ଘୋଷଣା କରିବା ସହ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି କ୍ରମରେ ୨୦୨୨ରେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା କଟକ ଚଣ୍ଡୀଙ୍କ ମନ୍ଦିରର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ୭୦ କୋଟି ଟଙ୍କା ବ୍ୟୟ ବରାଦ କରି କାର୍ଯ୍ୟ ଆରମ୍ଭ କରିଥିଲେ । ନିର୍ମାଣ ଦାୟିତ୍ଵ ଓବିସିସିକୁ ଦିଆଯାଇଥିଲା । ଏମିତିକି ୨୦୨୩ ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ କାମ ସାରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।

ହେଲେ ଏବେ ସୁଦ୍ଧା ସାରିପାରିଲା ନାହିଁ କାମ । ୫୦ ପ୍ରତିଶତ କାର୍ଯ୍ୟ ବାକି ରହିଥିବା ବେଳେ କାର୍ଯ୍ୟରେ କୌଣସି ଅଗ୍ରଗତି ଦେଖାଯାଉନାହିଁ । ବର୍ଷା ହେଲେ ମନ୍ଦିରରେ ପାଣି ପଶୁଛି । ଡ୍ରେନେଜ ବ୍ୟବସ୍ଥା କି ଗାଡି ପାର୍କିଂ ବ୍ୟବସ୍ଥା ନାହିଁ । ଉନ୍ନତିକରଣ କାର୍ଯ୍ୟରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଗମୀ ଦିନରେ ଏନେଇ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି କୋର୍ଟଙ୍କ ଦ୍ୱାରସ୍ତ ହେବେ ବୋଲି ଚେତାବନୀ ଦେଇଛି ।

ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର, ଗଞ୍ଜାମର ତାରାତାରିଣୀ ପୀଠ, ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀଙ୍କ ପୀଠର ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟ ବର୍ଷେ ଦେଢ଼ ବର୍ଷ ଭିତରେ ଶେଷ ହୋଇଥିବା ବେଳେ ମା କଟକ ଚଣ୍ଡୀ ମନ୍ଦିରର କାର୍ଯ୍ୟ ୩ ବର୍ଷ ହେବ କାହିଁକି ଶେଷ ହୋଇ ପାରୁନାହିଁ ବୋଲି ପ୍ରଶ୍ନ ଉଠୁଛି ।

ସେପଟେ ଜିଲ୍ଲାପାଳ କହିଛନ୍ତି, ମନ୍ଦିର କାର୍ଯ୍ୟର ସମୀକ୍ଷା କରାଯାଇ ତ୍ୱରିତ ବେଗରେ କାର୍ଯ୍ୟ କରାଯାଉଛି । ପଥର ନଆସି ପରିବାରୁ କିଛି ଦିନ କାମ ବିଳମ୍ବ ହୋଇଛି । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ପୂର୍ବ ସରକାର ସମୟରେ ମନ୍ଦିର କାମରେ ବିଳମ୍ବ ହୋଇଛି । ଏବେ ନୂଆ ସରକାର ଆସିବା ପରେ ମନ୍ଦିର କାମ ତ୍ୱରିତ ବେଗରେ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି କଟକ ବସିନ୍ଦା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
when-will-the-improvement-work-of-chandi-temple-be-completed | Argus News