Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେବେ ସରିବ ଦାଦନ ଦୁଃଖ, ଓଡ଼ିଶା କେବେ ପାଇବ ଏହି ଅଭିସାପରୁ ମୁକ୍ତି ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କେବେ ସରିବ ଦାଦନ ଦୁଃଖ, ଓଡ଼ିଶା କେବେ ପାଇବ ଏହି ଅଭିସାପରୁ ମୁକ୍ତି ?

କେବେ ଓଡ଼ିଶା ପିଛା ଛାଡ଼ିବ ଦାଦନ ଯନ୍ତ୍ରଣା...ପୁଣି ସାମ୍ନାକୁ ଆସିଲା ରାଜ୍ୟ ବାହାରେ ଶ୍ରମିକ ନିର୍ଯାତନାର କରୁଣ କାହାଣୀ । ଇଟାଭାଟିରେ କାମ କରିବାକୁ ଯାଇ ଅତ୍ୟାଚାରର ଶିକାର ଦାଦନ । ବଲାଙ୍ଗିରରେ କେଉଁଠି ଟଙ୍କା ପାଇଁ ଗରିବ ପୁଅର ମୁଣ୍ଡ ବନ୍ଧା ପଡ଼ିଛି, ତ କେଉଁଠି ଭୋକିଲା ରଖି ଦିନରାତି ଖଟାଇ ଶ୍ରମିକଙ୍କୁ ଦେଲେନି ପାରିଶ୍ରମିକ ।

ବଲାଙ୍ଗିରରେ ସାମ୍ନାକୁ ଆସିଛି ଦାଦନ ସମସ୍ୟାର ଆଉ ଏକ କାହାଣୀ। ବଲାଙ୍ଗିର ସଦର ବ୍ଲକ ବିଜୁଳିମୁଣ୍ଡାର ସୁନୀଲ ନାଏକ । ଗତ ଅକ୍ଟୋବର ମାସରେ ସିକନ୍ଦରାବାଦର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ । ସେଠାରେ କିଛି ଦୁର୍ବୃତ୍ତ ସୁନୀଲଙ୍କୁ ଅପହରଣ କରିନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଦେଢ ଲକ୍ଷ ଟଙ୍କା ନଦେଲେ ପୁଅକୁ ହତ୍ୟା ପାଇଁ ଦାଦନ ସର୍ଦ୍ଦାର ଚେତାବନୀ ଦେଇଥିବା କହିଛନ୍ତି ସୁନୀଲଙ୍କ ବାପା ମା । ଏନେଇ ସଦର ଥାନାରେ ଜଣାଇଥିଲେ ବି ପୋଲିସ କିଛି ଶୁଣିନଥିଲା । ଫଳରେ ବାଧ୍ୟ ହୋଇ ଏସଡିପିଓଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ । ପୁଅକୁ ସୁରକ୍ଷିତ ଘରକୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ସୁନୀଲଙ୍କ ବାପାମା ।

ସେପଟେ ବଲାଙ୍ଗିର DRDA ଅଫିସ ଆଗରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଆସବାପତ୍ର ସହ ଛୁଆ ପିଲା ଧରି ଦାଦନ ଶ୍ରମିକ ଜମାଇଛନ୍ତି ଭିଡ଼ । ସମସ୍ତେ ଖପ୍ରାଖୋଲ ବ୍ଲକ ମହରାପଦର ଓ ନାନ୍ଦୁପଲା ଗାଁର ଲୋକ । ୫ ପରିବାରର ପ୍ରାୟ ୨୪ ଜଣ ସଦସ୍ୟ । ଇଟା ଗଢିବା ପାଇଁ ତେଲେଙ୍ଗନା ରାଜ୍ୟ ରଙ୍ଗାରେଡ୍ଡି ଜିଲ୍ଲା ସୁଲତାନପଲ୍ଲୀକୁ ଯାଇଥିଲେ।


ଏଥିପାଇଁ ସେମାନେ କଣ୍ଟାବାଞ୍ଜିର ଦାଦନ ସର୍ଦ୍ଦାର ପପୁ ଖାନଠୁ ୩୦ ହଜାର ଲେଖାଁଏ ଅଗ୍ରୀମ ଟଙ୍କା ନେଇଥିଲେ । ୩ ମାସ ହେଲା ଦିନରାତି ଇଟା ଗଢି ହାତ ଫାଟି ଯାଇଛି । ମାତ୍ର ସେଠାରେ ଏମାନଙ୍କୁ ନା ଖାଇବାକୁ ଦିଆଯାଉଥିଲା ନା ବିଶ୍ରାମ କରିବାକୁ ଦେଉଥିଲେ ଇଟାଭାଟି ମାଲିକ । ଏପରିକି ଦିନରାତି ପରିଶ୍ରମ କରି ବି ପାଉଣା ମିଳିନଥିଲା । ସେଠାରୁ ଲୁଚିକି ପଳାଇ ଆସିଛନ୍ତି ସମସ୍ତେ ।

ଇଏ ଖାଲି ବଲାଙ୍ଗିରର କାହାଣୀ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ପୂର୍ବରୁ ବି ନଜିର୍ ରହିଛି ଦାଦନ ଯନ୍ତ୍ରଣାର ଚିତ୍ର । ରାଜ୍ୟ ବାହାରକୁ କାମ କରିବାକୁ ଯାଇ କିଏ ଶବ ହୋଇ ଫେରିଛି ତ ଆଉ କିଏ ଗୋଡ଼, ହାତ ହରାଇଛି ।

ପୂର୍ବ ବିଜେଡି ସରକାରର ଅପାରଗତା ଯୋଗୁଁ ଓଡ଼ିଶାରେ ବଢିଛି ଦାଦନ ଦୁଃଖ । ତେବେ ପୂର୍ବରୁ ଚାଲି ଆସିଥିବା ଏହି ଦାଦନ ଯନ୍ତ୍ରଣାରୁ କେବେ ଓଡ଼ିଶା ପାଇବ ମୁକ୍ତି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
When will the pain and suffering end, when will Odisha be free from this curse? | Argus News