Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେବେ ସରିବ ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ?

Rashmita Mishra
Browse all articles by Rashmita Mishra
·1 year ago·2 min read
କେବେ ସରିବ ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ?

Key Points

ଅନ୍ଧାରରେ ପେଟନାଳର ଭବିଷ୍ୟତ
ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହୋଇଛି ୩୪ କୋଟି ଟଙ୍କା
ପାଣିରେ ପଡ଼ିଲା କି ୩୪ କୋଟି ଟଙ୍କା ?
ସରିଛି ଗୋଟିଏ କିଲୋମିଟର କଂକ୍ରିଟ ୱାଲ୍ କାମ
ବର୍ଷେ ହେବ ନିର୍ମାଣ କାର୍ଯ୍ୟ ବନ୍ଦ କରି ଫେରାର ଠିକା ସଂସ୍ଥା
ଅସନ୍ତୋଷ ଝାଡ଼ିଲେ ସିଡିଏବାସୀ

ଅଧାରେ ଅଟକିଛି ସିଡିଏର ଲାଇଫ ଲାଇନ କୁହାଯାଉଥିବା ପେଟନାଳ ପୁନଉଦ୍ଧାର କାର୍ଯ୍ୟ । ସିଡିଏବାସୀଙ୍କର ଦୂର ହେବ ଦୀର୍ଘ ଦିନ ଧରି ଲାଗି ରହିଥିବା ଜଳବନ୍ଦୀ ଓ ଡ୍ରେନେଜ ସମସ୍ୟା, କିଛି ଏଭଳି ସ୍ୱପ୍ନ ଦେଖାଇଥିଲେ ପୂର୍ବ ସରକାର । ସିଡିଏ ୬ ନମ୍ବରରୁ ୧୦ ନମ୍ବର ପର୍ଯ୍ୟନ୍ତ ଯାଇଥିବା ୩ କିଲୋମିଟର ପେଟନାଳ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ 5T ଯୋଜନା ଅଧୀନରେ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ୩୪ କୋଟି ଟଙ୍କା ବ୍ୟୟରେ ୨୦୨୩ ଜୁନ ମାସରେ ପୁନଉଦ୍ଧାର କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା ଏବଂ ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଶେଷ କରିବା ପାଇଁ ସମୟ ଧାର୍ଯ୍ୟ ମଧ୍ୟ ହୋଇଥିଲା ।

ହେଲେ ବର୍ଷକ ମଧ୍ୟରେ ମାତ୍ର ଗୋଟିଏ କିଲୋମିଟର କଂକ୍ରିଟ ୱାଲ କାମ ଶେଷ ହୋଇଥିବା ବଳେ ବର୍ଷେ ହେବ ନିର୍ମାଣ କାର୍ଯ୍ୟ ବନ୍ଦ କରି ଚାଲିଯାଇଛି ଠିକା ସଂସ୍ଥା । ସେପଟେ ଏହି ନାଳର ପୁନଉଦ୍ଧାର କାର୍ଯ୍ୟକୁ ନେଇ ଏବେ ଦ୍ୱନ୍ଦରେ ସିଡିଏ ବାସିନ୍ଦା ।

ଅନ୍ୟପଟେ ବର୍ଷେ ହେବ କାମ ବନ୍ଦ ଯୋଗୁଁ ପୁଣି ଥରେ ନାଳ ପୋତି ହେବା ସହ ଦଳ ଭର୍ତ୍ତି ହୋଇଗଲାଣି । ୩ କିଲୋମିଟର ବିଶିଷ୍ଟ ଏହି କେନାଲର କାର୍ଯ୍ୟ ମାତ୍ର ୧ କିଲୋମିଟର ୨ ଶହ ମିଟର ଲମ୍ବର ଏକ ରିଟେନିଂ ୱାଲ୍ ବା କଂକ୍ରିଟ ବନ୍ଧର କାନ୍ଥ ନିର୍ମାଣ କରାଯାଇଛି । ଏଥିରେ ଖର୍ଚ୍ଚ ହୋଇଛି ମୋଟ ୩୪ କୋଟି ଟଙ୍କା । ଆହୁରି ୨ କିଲୋମିଟର ୧ ଶହ ମିଟରର ରିଟେନିଂ ୱାଲ୍ ପାଇଁ ନିର୍ମାଣ କାର୍ଯ୍ୟ ସହ କେନାଲ ଉପରେ ୫ଟି ବ୍ରିଜ ମଧ୍ୟ ନିର୍ମାଣ ହେବ ବୋଲି କହିଛନ୍ତି ମେୟର ।

ଯାହାର କାମ ସିଡିଏ କରିବା ତା ସହ ପରିପାର୍ଶ୍ବ ସୌନ୍ଦର୍ଯ୍ୟକରଣ କାମ ମହାନଗର ନିଗମ କରିବ । ଏହି କାମ ପାଇଁ ଏବେ ଆଉ ଥରେ ନୂଆ ଡିପିଆର୍ ପ୍ରସ୍ତୁତ କରି ସରକାରଙ୍କୁ ଦିଆଯାଇଛି । ଏଥିପାଇଁ ଖର୍ଚ୍ଚ ହେବ ଆହୁରି ୫୦ କୋଟି ଟଙ୍କା । ସେଥିପାଇଁ ନୂଆ ସରକାରଙ୍କ ସହ ଆଲୋଚନା କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ମେୟର । ନୂଆ ସରକାର ଆସିବା ପରେ ପେଟନାଳର ବାକି ଥିବା କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କଟକ ବାସିନ୍ଦା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
when-will-the-restoration-and-beautification-work-of-petanal-be-completed | Argus News