Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହୁଲଗାଁକୁ ପକ୍କା ରାସ୍ତା କେବେ ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମହୁଲଗାଁକୁ ପକ୍କା ରାସ୍ତା କେବେ ?

Key Points

ବିକାଶର ବାଟ ଓଗାଳିଛି ରାସ୍ତା
ଜମିର ଭ୍ରମ ସୃଷ୍ଟି କରୁଛି ରାସ୍ତାର କାଦୁଅ
ବାଟରେ ଅଟକିଲା ଆମ୍ବୁଲାନ୍ସ
ମହୁଲଗାଁକୁ ପକ୍କା ରାସ୍ତା କେବେ

ଖଟିଆରେ ଥିବା ଏହି ବ୍ୟକ୍ତି ହେଉଛନ୍ତି ମହୁଲଗାଁର ଚାଷୀ ଗଦାଧର ନାଏକ । ତାଙ୍କ ଗୋଡ଼ ଭାଙ୍ଗି ଯିବାରୁ ହସ୍ପିଟାଲ ନେବା ପାଇଁ ଗାଡ଼ି ଡକାଗଲା ହେଲେ ଖରାପ ରାସ୍ତା ଯୋଗୁଁ ଗାଡ଼ି ଏକ କିମି ଦୂରରେ ରହିଗଲା l ଗଦାଧର ନାଏକକୁ ଖଟିଆରେ କାଦୁଅ ରାସ୍ତା ଦେଇ ଏକ କିମି ବୋହି ଗାଡ଼ି ପାଖକୁ ନେଇଥିଲେ ପରିବାର ଲୋକେ l ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ପଞ୍ଚାୟତ ଦୁର୍ଗମ ମହୁଲପଡା l ବଣ ପାହାଡ଼ ଘେରା ଏହି ଗାଁକୁ ଆଜି ଯାଏ ପହଞ୍ଚିନି ରାସ୍ତାଟିଏ l ଆଣ୍ଠୁଏ କାଦୁଅରେ ବହୁ କଷ୍ଟ ରେ ଯାତାୟାତ କରନ୍ତି ଗାଁ ଲୋକେ।


କାଦୁଅ ରାସ୍ତାରେ ଅତି କଷ୍ଟରେ ରାସନ ସାମଗ୍ରୀ ଗାଁକୁ ନିଅନ୍ତି l ସ୍କୁଲ ପିଲା ଅତି ବିପଦପୂର୍ଣ୍ଣ ଭାବେ ବହୁ କଷ୍ଟ ରେ ସ୍କୁଲ ରୁ ଗାଁ କୁ ଯିବା ଆସିବା କରନ୍ତି l ରାସ୍ତାରେ ଛୋଟ ଛୋଟ ନାଳ ଥିବା ବେଳେ ବର୍ଷ ତମାମ ରାସ୍ତା ଦୁର୍ଦ୍ଧଶା ଭୋଗନ୍ତି ଲୋକେ ଏବଂ ବର୍ଷା ମାସ ରେ ସମସ୍ୟା ଦୁଇ ଗୁଣ ହୋଇଯାଏ l ହେଲେ ରାସ୍ତା ହେବାର ନାଁ ନେଉନି l

ଦୁର୍ଗମ ମହୁଲପଡା କୁ ପହଞ୍ଚିନି ରାସ୍ତା ଖଣ୍ଡେ l କାଦୁଅ ପଚପଚ ରାସ୍ତା ରେ ହେଉଛି ଯାତାୟାତ l ରୋଗୀକୁ ଖଟିଆ ରେ ବୁହାଯାଏ, ଡରି ଡରି ସ୍କୁଲ ଯାନ୍ତି ପିଲା l ମହୁଲପଡ଼ା ରାସ୍ତା ସମସ୍ୟା ପ୍ରତି ପୂର୍ବ ସରକାର ଙ୍କୁ ଅଭିଯୋଗ ହୋଇଛି ହେଲେ ରାସ୍ତା ଟିଏ ହୋଇନାହିଁ l ତେଣୁ ଏବେ ନୁଆ ସରକାର ଉପରେ ଭରସା କରିଛନ୍ତି ଦୁର୍ଗମ ବାସି l ଏ ଦିଗରେ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହୋଇଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
when-will-the-road-to-mahulgaon-be-paved | Argus News