Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟ କଂଗ୍ରେସକୁ କେବେ ମିଳିବ ନୂଆ ମୁଖିଆ,ଟେନସନରେ ନେତା ଠୁ କର୍ମୀ

Odisha

ରାଜ୍ୟ କଂଗ୍ରେସକୁ କେବେ ମିଳିବ ନୂଆ ମୁଖିଆ,ଟେନସନରେ ନେତା ଠୁ କର୍ମୀ

Sangram Tripathy
Browse all articles by Sangram Tripathy
·1 year ago·2 min read
ରାଜ୍ୟ କଂଗ୍ରେସକୁ କେବେ ମିଳିବ ନୂଆ ମୁଖିଆ,ଟେନସନରେ ନେତା ଠୁ କର୍ମୀ

ଅର୍ଗସ ବ୍ୟୁରୋ:କମିଲାଣି ହାତର ବଳ,ରାଜ୍ୟରେ ବିନା ମୁଖିଆ ବିନା କେମିତି ଚାଲିବ ଦଳ। ଟେନରେ ପଡିଗଲେଣି ନେତାଠୁ କର୍ମୀ। ମାତ୍ର ବଛା ସରୁନି ରାଜ୍ୟ କଂଗ୍ରେସର ନୂଆ ମଙ୍ଗୁଆଳ। ଚର୍ଚ୍ଚା ହେଉଥିଲା ଦୀପାବଳି ସରୁସରୁ କୁଆଡେ ଓଡ଼ିଶାକୁ ମିଳିବ ନୂଆ ମୁଖିଆ। ମାତ୍ର ଆଲୋକର ପର୍ବ ଦୀପାବଳି ଶେଷ ହୋଇଥିବାବେଳେ ଏଯାଏ ଘୋଷଣା ହୋଇନି କିଏ ନେବ ଶରତ ପଟ୍ଟନାୟକଙ୍କ ସ୍ଥାନ,ତାରିଖ ପରେ ତାରିଖ ଘୁଞ୍ଚୁଛି,ମାତ୍ର ଏପଟେ କର୍ମୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ କମିଲାଣି। କିନ୍ତୁ ସରୁନି ରାଜ୍ୟ ମୁଖିଆ ବଛା। କିଛି ନେତା ଓଡ଼ିଶାରେ ନିଜର ଶକ୍ତି ପ୍ରଦର୍ଶନ କରୁଥିବାବେଳେ ଆଉ କିଛି ନେତାଏ ଦିଲ୍ଲୀରେ ଡେରା ପକାଇଛନ୍ତି,ସୁପ୍ରିମୋଙ୍କୁ ବୁଝାଇବାକୁ ଲାଗି ପଡିଛନ୍ତି।

ରାଜ୍ୟକଂଗ୍ରେସର ସମସ୍ତ କମିଟି ଭାଙ୍ଗିବାର ଅନେକ ଦିନ ବିତିଗଲାଣି ମାତ୍ର ଏଆଇସିସିର କେବେ ପସିବ ଚେତା,କେବେ ସରିବ ରାଜ୍ୟ ମଙ୍ଗୁଆଳ ବଛା। ଛତିଶଗଡ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ରାଜ୍ୟ କଂଗ୍ରେସ ସଂଗଠନ ସଜାଡ଼ିବା ଦାୟିତ୍ବ ଦେଇଛି ଏଆଇସିସି। ଚରଣଙ୍କୁ ସାହାଯ୍ୟ କରିବାକୁ ନିର୍ବାଚନ ସମୟରେ ଓଡିଶା ପ୍ରଭାରୀ ଦାୟିତ୍ୱରେ ଥିବା ମିନାକ୍ଷୀ ନଟରାଜନଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି। ଦେଖିବାକୁ ଗଲେ ଉଭୟ ନେତା ଓଡିଶା ଆସି ଷ୍ଟିୟରିଙ୍ଗ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ।ଦଳର ସଭାପତି କିଏ ହେବ ଓ ସଂଗଠନ କିପରି ସୁଦୃଢ ହେବ ତାହାର ବିସ୍ତୃତ ରିପୋର୍ଟ ଦେବେ ଏଆଇସିସିକୁ। ମାତ୍ର ଚାଲିଛି ଆଲୋଚନା ଛିଡୁଛି ପିସିସି ସଭାପତି ଚୌକି ଅଙ୍କ। ଏପଟେ କିନ୍ତୁ ନୂଆ ସଭାପତି ରେସ୍ ରେ ରହିଛନ୍ତି  କଟକ ବାରବାଟୀ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ,ଭୁବନେଶ୍ବର ରୋଟାରି କ୍ଲବରେ ଅନେକ ନେତା ଏକାଠି ବନ୍ଧୁ ମିଳନ ଆଳରେ ମୋକିମଙ୍କ ସମର୍ଥନ ମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି। ତାଙ୍କ ସାଥିରେ ମୋକିମଙ୍କ କ୍ୟାମ୍ପର ଅନେକ କଂଗ୍ରେସ ନେତା ମଧ୍ୟ ରହିଥିଲେ। କେବଳ ସେତିକି ନୁହେଁ  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ,ଏବଂ  ଶ୍ରୀକାନ୍ତ ଜେନା,କୋରାପୁଟର ସାଂସଦ ସପ୍ତଗିରି ଉଲ୍ଲାକା,ଜୟଦେବ ଜେନା,ବିଶ୍ୱରଂଜନ ମହାନ୍ତି  ମଧ୍ୟ ନୂଆସଭାପତି ରେସରେ ରହିଛନ୍ତି। ଚର୍ଚ୍ଚା ହେଉଛି ଏମାନଙ୍କ ମଧ୍ୟରୁ କାହାକୁ ବାଛିପାରନ୍ତି ସୁପ୍ରିମୋ। ନାଁ ନୂଆ ମୁହଁକୁ ମିଳିବ ସୁଯୋଗ ଏଯାଏ ଛିଡୁନି ପିସିସି ମୁଖିଆ ଅଙ୍କ। କାହାକୁ ସଭାପତି କଲେ କଂଗ୍ରେସ ହେବ ସଂଗଠିତ। କୋମାରୁ କେବେ ଉଠିବ ରାଜ୍ୟ କଂଗ୍ରେସ,କେବେ ଫେରିବ ଆକ୍ସନ ମୋଡକୁ। ନେତା ବଦଳିଲେ ବଦଳିବ ତ କଂଗ୍ରେସ ଦଳର ଭାଗ୍ୟ। କାହାକୁ ଭରସା କରିବେ ସୁପ୍ରିମୋ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
When will the state Congress get a new chief, the leader is in tension | Argus News