Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେବେ ହଟିବ ନବ ଦାସ ରୋଷେୟା ମୃତ୍ୟ ମାମଲାର ସସପେନ୍ସ

Rashmita Mishra
Browse all articles by Rashmita Mishra
·1 year ago·2 min read
କେବେ ହଟିବ ନବ ଦାସ ରୋଷେୟା ମୃତ୍ୟ ମାମଲାର ସସପେନ୍ସ

ନବ ଦାସ ରୋଷେୟା ମୃତ୍ୟ ମାମଲାରେ ଖୋଲତାଡ଼ ଆରମ୍ଭ କଲା ଝାରସୁଗୁଡ଼ା ପୋଲିସ। ପ୍ରଥମ ଦିନରେ ନବ ଦାସଙ୍କ ଘରର ଗେଟ୍ କିପର ହେମ ସାଗର ନାୟକଙ୍କୁ ୭ ଘଣ୍ଟା ଜେରା କରିଛି ପୋଲିସ । ରୋଷେୟା ଲଳିତ ସାହୁ ମୃତ୍ୟ ମାମଲାରେ ଜଡ଼ିତ ଥିବା ବିଭିନ୍ନ ବ୍ୟକ୍ତିକୁ ଝାରସୁଗୁଡ଼ା ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିବା ଜଣାପଡିଛି । ଲଳିତ ସାହୁର ବାପା ନ୍ୟାୟ ଦାବି କରି ପୋଲିସକୁ ଚିଠି ଲେଖିବା ପରେ ପୋଲିସ ଏହି ମାମଲାର ପୁଣି ଥରେ ତଦନ୍ତ ଆରମ୍ଭ ହୋଇଛି। ଲଳିତ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେ ନେଇ ତିନି ବର୍ଷ ହେଲା କୌଣସି ନିଷ୍କର୍ସ ବାହାରିପାରିନଥିଲା । ୨୦୨୨ ଏପ୍ରିଲ ୧୭ ତାରିଖରେ ସନ୍ଦେହଜନକ ମୃତ୍ୟୁ ପରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିଲା।


ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବଦାସଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ମାମଲାରୁ କେବେ ହଟିବ ସସପେନ୍ସ ତାହା ଦେଖିବାକୁ ବାକି ରହିଲା ? ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ କାମ କରୁଥିବା ଲଳିତଙ୍କର କେମିତି ହେଲା ମୃତ୍ୟୁ ତାକୁ ନେଇ ଏବେ ବି ଅନେକ ପ୍ରଶ୍ନ । କାହା ଚାପରେ ପୋଲିସ ରାତି ଅଧିଆ କରିଥିଲା ଶବ ବ୍ୟବଚ୍ଛେଦ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲଳିତଙ୍କ ମୃତ୍ୟୁ ଯଦି ଆତ୍ମହତ୍ୟା ଜନିତ, ତେବେ ତାଙ୍କ ପରିବାରକୁ କାହିଁକି ଜଗି ବସିଥିଲେ ନବଙ୍କ ଡ୍ରାଇଭର ? ଲଳିତଙ୍କ ବାପା ଓ ମାଙ୍କୁ କାହିଁକି ଅନ୍ୟମାନଙ୍କ ସହ ମିଶିବାକୁ ଦେଉନଥିଲେ ନବଙ୍କ ଡ୍ରାଇଭର ? ନବଙ୍କ ଡ୍ରାଇଭର କାହିଁକି ସିକ୍ୟୁରିଟି ଗାର୍ଡ ଭଳି ଜଗି ରହିଥିଲେ? ପରିବାର ମୁହଁ ନ ଖୋଲିବା ପାଇଁ ଚାପ ପକାଉଥିଲା କିଏ ? ଲଲିତ ସାହୁଙ୍କ ଭିସେରା ଗାଏବ ନେଇ ବି ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ଖବର ।


ଝାରସୁଗୁଡା ପୋଷ୍ଟମର୍ଟମ ରୁମରୁ ଭିସେରା ଚୋରି ନେଇ ଥାନାରେ ହୋଇଥିଲା ଏଫଆଇଆର, ସେତେବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ ନବ ଦାସ । ଲଲିତଙ୍କ ମୃତ୍ୟୁକୁ ନେଇ ଏବେ ପୁଣି ବିବାଦ ଘେରରେ ନବ ଦାସଙ୍କ ପରିବାର । ଏବେ ମାମଲାର ନିରପେକ୍ଷ ତଦନ୍ତ ହେବ କି ? ପାଓ୍ବାରଫୁଲ ଲୋକଙ୍କ ପାଇଁ ଆଇନ ତା ବାଟର ଯିବ କି ? ପୂର୍ବରୁ ଶାସନରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିଲେ ଆଇନ ତା ବାଟରେ ଯିବ ।

Sponsored
When will the suspense of the new slave's death case end? | Argus News