Videos
|
Odisha

Odisha News / ‘ନବୀନ କେଉଁଠି?’ ହିଞ୍ଜିଳିରେ ଲାଗିଲା ପୋଷ୍ଟର, ସ୍ଥାନୀୟ ବିଧାୟକଙ୍କୁ ଖୋଜୁଛନ୍ତି ଲୋକେ

Bikash Mohanty
Browse all articles by Bikash Mohanty
·1 hour ago·2 min read
‘ନବୀନ କେଉଁଠି?’ ହିଞ୍ଜିଳିରେ ଲାଗିଲା ପୋଷ୍ଟର, ସ୍ଥାନୀୟ ବିଧାୟକଙ୍କୁ ଖୋଜୁଛନ୍ତି ଲୋକେ
Naveen pattnaik

Key Points

‘ନବୀନ କେଉଁଠି?’
ହିଞ୍ଜିଳିରେ ଲାଗିଲା ପୋଷ୍ଟର
ସ୍ଥାନୀୟ ବିଧାୟକଙ୍କୁ ଖୋଜୁଛନ୍ତି ଲୋକେ
ହିଞ୍ଜିଳି,୦୨/୧୧: କେଉଁଠି ଅଛନ୍ତି ନବୀନ? କାହିଁକି ଆସୁନାହାନ୍ତି ନବୀନ? କୁଆଡେ ଗଲେ ନବୀନ? ଏମିତି କିଛି ପ୍ରଶ୍ନ ଭାବେ ଠିଆ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ପାଇଁ। ରାତି ପହିଲା ବେଳକୁ ହିଞ୍ଜିଳି ସହରର ବିଭିନ୍ନ ଅଞ୍ଚଳରେ ଏମିତି ପୋଷ୍ଟର ଦେଖିବାକୁ ମିଳିଛି. କିଏ ଲଗାଇଛି କଣ ପାଇଁ ଲଗାଇଛି ତାହା ଅସ୍ପଷ୍ଟ ରହିଛି। ଗଞ୍ଜାମରେ ବନ୍ୟା ବିଭିଷୀକା ଭିତରେ ଗଞ୍ଜାମ କିମ୍ବା ନିଜେ ନିର୍ବାଚନ ମଣ୍ଡଳୀ ଆସୁନାହାନ୍ତି ନବୀନ ।

ଯେତେବେଳେ ନିଜ ନିର୍ବାଚନ ମଣ୍ଡଳୀ ଛାରଖାର ହୋଇଯାଇଛି ସେତେବେଳେ କାହିଁକି ନବୀନ ଆସୁନାହାନ୍ତି ବୋଲି ପ୍ରଶ୍ନ ଉଠିଛି। ତେଣୁ missing naveen pattnaik, mla hinjilikatu, ଆମେ ତାଙ୍କୁ ଖୋଜୁଛି ଏମିତି କିଛି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।

ଗଞ୍ଜାମ ଗଲେନି ନବୀନ, ଫୋନ୍‌ରେ ବୁଝିଲେ ସ୍ଥିତି । ଆକାଶମାର୍ଗରୁ ସ୍ଥିତି ଯାଞ୍ଚ ସହ ଗ୍ରାଉଣ୍ଡ ଜିରୋକୁ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିନ୍ତୁ ନବୀନଙ୍କ ଭରସା ଉପକୂଳିଆ ନେତାଙ୍କ ପ୍ରତିନିଧି ଦଳ । ଯାହାକୁ ନେଇ ନବୀନଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଦେଖିବାକୁ ମିଳିଛି ଅସନ୍ତୋଷ । ବିଜେଡି ପ୍ରତିନିଧି ଦଳକୁ ଘେରିଛନ୍ତି ସ୍ଥାନୀୟ ଲୋକେ ।

ପଢନ୍ତୁ ଏହି ଖବର: ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅର୍ଣ୍ଣବ ବାତ୍ୟାରେ ଛାରଖାର ଗଞ୍ଜାମ । ଗଞ୍ଜାମ ବାସୀଙ୍କ ଏହି ଦୁଃଖ ସମୟରେ ହିଞ୍ଜିଳି ବିଧାୟକ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦେଖା ନାହିଁ । ଅନ୍ୟ ପକ୍ଷରେ ଗ୍ରାଉଣ୍ଡକୁ ଯାଇ ନିଜେ ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଜେଡିର ପ୍ରତିନିଧି ଦଳର ଗଞ୍ଜାମ ଗସ୍ତ ବେଳେ ସୋରଡ଼ା ଏବଂ ଆସ୍କାରେ ଘେରିଛନ୍ତି ସାଧାରଣ ଲୋକେ । ଆମ ବିଧାୟକ କୋଉଠି ବୋଲି ପ୍ରଶ୍ନ କରିଛନ୍ତି ହିଞ୍ଜିଳିର ଜନତା । ବନ୍ୟା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଅସନ୍ତୋଷ ସାମ୍ନାକୁ ଆସିଛି ।