Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପଶ୍ଚିମ ଓଡ଼ିଶା ବିକାଶର ପୋଲ ଖୋଲିଲେ ପ୍ରସନ୍ନ

Odisha

ପଶ୍ଚିମ ଓଡ଼ିଶା ବିକାଶର ପୋଲ ଖୋଲିଲେ ପ୍ରସନ୍ନ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପଶ୍ଚିମ ଓଡ଼ିଶା ବିକାଶର ପୋଲ ଖୋଲିଲେ ପ୍ରସନ୍ନ

Key Points

  • ପଶ୍ଚିମ ଓଡ଼ିଶା ବିକାଶର ପୋଲ ଖୋଲିଲେ ପ୍ରସନ୍ନ
  • ନାଁକୁ ମାତ୍ର ଫାଇଭ-ଟି ମେଡିକାଲ
  • ଚିକିତ୍ସା କଥା ନକହିଲେ ଭଲ

ଅର୍ଗସ ବ୍ୟୁରୋ: ରାଜ୍ୟରେ କେମିତି ଚାଲିଛି ସ୍ଵାସ୍ଥ୍ୟସେବା ? ବିଜେଡି ସରକାରରେ ସ୍ଵାସ୍ଥ୍ୟକୁ କେତେ ଗୁରୁତ୍ଵ ଦିଆଯାଏ ? ଏ  ସବୁର ଗୁମର ଖୋଲିଦେଇଛନ୍ତି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । କାରଣ ଗତ ଗୁରୁବାର ରାତିରେ ଭୁବନେଶ୍ଵରରୁ ବରଗଡ ଫେରୁଥିବା ବେଳେ ଅଧ ରାତିରେ ପ୍ରସନ୍ନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ଵର ଏୟାରଲିଫ୍ଟ ହୋଇଥିଲେ ପ୍ରସନ୍ନ । ଏବେ ରାଜଧାନୀର ଏକ ଘରୋଇ ମେଡିକାଲରେ ତାଙ୍କର ଚାଲିଛି ଚିକିତ୍ସା । ହେଲେ ପ୍ରଶ୍ନ ଉଠୁଛି, ବାରମ୍ବାର ସ୍ଵାସ୍ଥ୍ୟସେବାକୁ ଗୁରୁତ୍ଵ ଦେଉଥିବା ରାଜ୍ୟ ସରକାର କଣ କେବଳ ଭୁବନେଶ୍ଵରରେ ହିଁ ଚିକିତ୍ସା ଭିତ୍ତିଭୂମି ବଢାଉଛନ୍ତି କି ? ଯଦି ନାଁ, ତାହାଲେ ବରଗଡରୁ ସେ ଏୟାରଲିଫ୍ଟ ହେଲେ କାହିଁକି ?

୨୪ ବର୍ଷର ସ୍ଥିର ସରକାର । ପୁଣି ପଶ୍ଚିମ ଓଡ଼ିଶାରୁ ୬ ଛଅ ଜଣ ମନ୍ତ୍ରୀ ହୋଇଥିଲେ । କିନ୍ତୁ ବିକାଶ ସେମାନଙ୍କ ଦ୍ଵାରା କିଛି ହୋଇପାରିଲା ନାହିଁ । କାରଣ ଯଦି ବିକାଶ ହୋଇଥାଆନ୍ତା ସେତେବେଳେ ମନ୍ତ୍ରୀ ନବଦାସ ଓ ଏବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏୟାରଲିଫ୍ଟ ହୋଇଥାଆନ୍ତେ କାହିଁକି ? ଦର୍ଶକବନ୍ଧୁ କଥା ହେଲା ନେତା ମନ୍ତ୍ରୀଙ୍କ ପାଖରେ ସିନା କୋଟି କୋଟି ଟଙ୍କା ଅଛି ସେମାନେ ଏୟାରଲିଫ୍ଟ ହେବେ । ହେଲେ ଗରିବ ଖଟିଖିଆ ଲୋକ ଯିବ କୁଆଡ଼େ ?

ପଶ୍ଚିମ ଓଡ଼ିଶାର ବଡ଼ ମେଡ଼ିକାଲ କହିଲେ ଭିମସାରକୁ ହିଁ ବୁଝାଏ । ହେଲେ ସେ ମେଡିକାଲର ଯେ କେବଳ ନା ବଡ ତାହା ଏବେ ଜଣାପଡିଲା । କାରଣ ପ୍ରଥମେ ପ୍ରସନ୍ନଙ୍କୁ ସେଇଠାରେ ହିଁ ଚିକିତ୍ସା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଭୁବନେଶ୍ଵରକୁ ରେଫର ହୋଇଥିଲେ । ଆଉ ଏ ହେଉଛି ସେହି ଏୟାରଲିଫ୍ଟ ବେଳର ଚିତ୍ର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମିଳିଥିବା ସୂଚନା ଅନୁସାରେ ବିଜେଡି ସରକାରରେ ମନ୍ତ୍ରୀ ପଦ ପାଇଛନ୍ତି ଦୁର୍ଯ୍ୟୋଧନ ମାଝୀ, ସନାତନ ବିଶି, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଦୀପ ଅମାତ, ନବ କିଶୋର ଦାସ ଓ ବର୍ତ୍ତମାନର ଷ୍ଟାଣ୍ଡିଂ ମନ୍ତ୍ରୀ ନିରଞ୍ଜନ ପୁଜାରୀ । କିନ୍ତୁ ଏତେ ବଡ଼ ନେତାଥିବା ପରେ ବି ବିକାଶ କାହିଁକି ହେଲା ନାହିଁ ? ସେନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମଓଡ଼ିଶାବାସୀ । ଏପଟେ ସରକାରଙ୍କ ପୋଲ ଖୋଲିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । କହିଛନ୍ତି, କୋଠା କରିଦେଲେ ବିକାଶ ହୁଏନି, କେବଳ ଦୁର୍ନୀତି କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।

(ସମ୍ବଲପୁରରୁ କ୍ୟାମେରା ପର୍ସନ ରୋହିତ ସିଂଙ୍କ ସହ ମଳୟ ଭୋଇଙ୍କ ରିପୋର୍ଟ)

Painting
Sponsored
5-T Medical | Argus News