ଓଡିଶାରେ କେଉଁ ସ୍ଥାନରେ ରହିଛି ସୁନା ଖଣି ?

ଭୁବନେଶ୍ୱର: ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ । କେନ୍ଦୁଝର ଜିଲ୍ଲାର ଗୋପୁର - ଗାଜିପୁର ଅଞ୍ଚଳରେ ମିଳିଛି ସୁନା ଖଣିର ସନ୍ଧାନ । ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ । ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୂରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣି ଅନ୍ୱେଷଣ ଚାଲିଛି ।

ଏହା ବ୍ୟତୀତ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ସୁନା ଖଣି ଥିବା ସୂଚନା ରହିଛି । ଯାହାର ବିଶେଷ ଅନୁସନ୍ଧାନ କରାଯାଇନାହିଁ ।
📱 Get Argus News App
✨
ସୁନା ଖଣି ଗୁଡିକ ଅନୁସନ୍ଧାନ କରି ଏକ ପ୍ରୋସେସିଂ ୟୁନିଟ୍ ଖୋଲିବା ପାଇଁ ବର୍ତ୍ତମାନ ସରକାରଙ୍କର କୌଣସି ଯୋଜନା ନାହିଁ । ବିଧାନସଭାରେ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।