Snake Attack / ଜଙ୍ଗଲୀ ରଣା ଧରି ଗେଲ ଖେଳୁଥିଲେ, ବାହାଦୁରୀ ଭାରି ପଡ଼ିଲା ! ଦେଖନ୍ତୁ ଭିଡିଓ...

Key Points
ସାପକୁ ଧରି ବାହାଦୁରୀ ମାରୁଥିଲେ, ଦେଲା ଚୋଟେ । ବ୍ୟକ୍ତି ଜଣକ ସାପକୁ ଚୁମା ଦେବା ପାଇଁ ଚେଷ୍ଟା କରୁଥିଲେ । ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି । ବେକରେ ସାପକୁ ପକାଇ ବାହାଦୁରୀ ମାରିବା... ଛାଡ଼ିଯାଇଛି । ଏଭଳି ଦୁଃସାହସ ଆଉ କେହି କରନ୍ତୁ ନାହିଁ ବୋଲି ଅନେକ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି ।
ଭଦ୍ରକ ଜିଲ୍ଲା ବନ୍ତରୁ ଏହି ଖବର ସାମ୍ନାକୁ ଆସିଛି । ସାପ କାମୁଡ଼ାରେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁବଳ ସାହୁ ନାମକ ଜଣେ ଯୁବକ ଜଙ୍ଗଲୀ ରଣା ସାପକୁ ଧରି ବେକରେ ପକାଇ ଖେଳୁଥିଲେ । କେତେବେଳେ ସାପକୁ କିସ୍ କରୁଥିଲେ ତ ପୁଣି କେତେବେଳେ ସାପକୁ ବେକରେ ପକାଇ ରାସ୍ତାରେ ବୁଲୁଥିଲେ ।
ହେଲେ କଥାରେ ଅଛି ନା, ସାପ ସହ ଖେଳିବା ଉଚିତ୍ ନୁହେଁ । କାରଣ ସାପ କେତେବେଳେ ବୁଲି ପଡ଼ି ଚୋଟେ ଦେବ, ତାହା କେହି କହିପାରିବେ ନାହିଁ । ସୁବଳ ସାହୁଙ୍କ କ୍ଷେତ୍ରରେ ମଧ୍ୟ ସେଇ ସମାନ ଘଟଣା ଘଟିଲା । ସେ ସାପକୁ ଗେଲ କରୁ କରୁ ହଠାତ୍ ସାପଟି ବୁଲି ପଡ଼ି ତାଙ୍କୁ ଚୋଟେ ଦେଇଛି । ମୁହଁକୁ ଜୋର୍ରେ କାମୁଡ଼ି ଦେଇଛି । ତେଣୁ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ହସ୍ପିଟାଲରେ ଭର୍ତି କରାଯାଇଛି । ସେ ଏବେ ଚିକିତ୍ସାଧିନ ରହିଛନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛନ୍ତି । ସମସ୍ତଙ୍କ ମନରେ ସେଇ ଗୋଟିଏ କଥା, ସାପ ସହ ଖେଳିବା କ'ଣ ଦରକାର ଥିଲା ?
📱 Get Argus News App
✨Related Topics
Explore more stories