Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶୋଇବାବେଳେ ହଠାତ ମାଡ଼ିଆସିଲା ପାଣି

Ritu Das
Browse all articles by Ritu Das
·2 years ago·1 min read
ଶୋଇବାବେଳେ ହଠାତ ମାଡ଼ିଆସିଲା ପାଣି

ଅର୍ଗସ ବ୍ୟୁରୋ: ଶୋଇଥିଲେ ହଠାତ ମାଡ଼ି ଆସିଲା ବେକେ ବେକେ ପାଣି। କବାଟ ବନ୍ଦ କଲେ ବି ପାଣିର ପ୍ରଖର ସ୍ରୋତ ଘରେ ପଶିଗଲା। ସବୁଆଡ଼େ ଜଳମଗ୍ନ। ରାତିର ଅନ୍ଧାରରେ ଚାରଆଡେ ପାଣି ଦେଖି ଡର ଲାଗୁଥିଲା ଯେ, ଆମେ ବଞ୍ଚିବୁ ନା ନାହିଁ। ଘର ଆଜବେଷ୍ଟ ଭାଙ୍ଗି ପିଲା ଛୁଆଙ୍କୁ ବଞ୍ଚାଇଲି ଆଜ୍ଞା। ଘର ଆସବାବପତ୍ର ସବୁ ନଷ୍ଟ ହୋଇଗଲା। ଡାଲିଠୁ ଆରମ୍ଭ କରି ଚାଉଳ ସବୁ ନଷ୍ଟ ହୋଇଗଲା।  ଛାତ ଉପରେ ଆଶ୍ରୟ ନେଇଥିଲୁ ଗାଁ ଲୋକେ ଉଦ୍ଧାର କଲେ। ସରକାର ଆମକୁ ସାହାଯ୍ୟ କରନ୍ତୁ। 

ଗତକାଲି ରାତି ପ୍ରାୟ ୪ଟା ସମୟରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲ କଲମପୁର ବ୍ଲକ ଦେପୁର ଗାଁ ନିକଟରେ ଭୁଶୁଡିଛି ମୁଖ୍ୟ କେନାଲ । ମୁଖ୍ୟକେନାଲ ପାଖରେ ଥିବା ଗେଟକୁ କେହି ବନ୍ଦ କରିଦେବା ଫଳରେ ପାଣି ବହୁତ ଜୋରରେ ଆସିବା ଯୋଗୁଁ କେନାଲ ଭୁଶୁଡି ପଡିଥିଲା । ଫଳରେ ୨୦ ଫୁଟର ଘାଇ ହେବା ଫଳରେ ଜଳମଗ୍ନ ହୋଇଯାଇଥିଲା ଦେପୁର ଗାଁ। ସେହିଭଳି ମୁଖ୍ୟରାସ୍ତାରେ ମଧ୍ୟ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଦେପୁର ଗ୍ରାମର ଶତାଧିକ ଏକର ଚାଷଜମିରେ ବାଲି ଚରିଯିବା ହେବା ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭଙ୍ଗି ଦେଇଛି । 

ଗୋଟିଏ ପଟେ ଦେଖିବାକୁ ଗଲେ କେନାଲ ଭାଙ୍ଗି ଥିବା ସମ୍ମୁଖରେ କେନାଲ ଗେଟ ଥିବା ବେଳେ କେହି ସେହି ଗେଟକୁ ବନ୍ଦ କରିଦେଇଛନ୍ତି । ଇନ୍ଦ୍ରାବତୀ ବିଭାଗ ଯେତେବେଳେ ପାଣି ଛାଡିଲେ କେନାଲର ଗେଟ ସବୁ ଚେକ କଲେ ନା ନାହିଁ । ଅନ୍ୟ ପଟେ ଏହି ଗେଟକୁ କିଏ ବନ୍ଦ କଲା ତାହା ଏବେ ତଦନ୍ତ ସାପେକ୍ଷ ଅଟେ । 
ଅନ୍ୟ ପକ୍ଷରେ ଶତାଧିକ ଚାଷୀ ଜମି ବାଲିଚର ହୋଇଥିବା ବେଳେ ୩ ପରିବାରଙ୍କ ଧନସମ୍ପତ୍ତି କ୍ଷୟକ୍ଷତି ହୋଇଛି। ତେବେ ସରକାର କଣ ସାହାଯ୍ୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
While he was sleeping, | Argus News