Videos
|
Odisha

ନଦୀ କୂଳରେ ବାସନ ମାଜିବା ବେଳେ ଟାଣି ନେଇଥିଲା କୁମ୍ଭୀର

Banajyotshna Ray
Browse all articles by Banajyotshna Ray
·1 year ago
ନଦୀ କୂଳରେ ବାସନ ମାଜିବା ବେଳେ ଟାଣି ନେଇଥିଲା କୁମ୍ଭୀର

ଅର୍ଗସ ବ୍ୟୁରୋ:  କେନ୍ଦ୍ରାପଡାରେ ବଢୁଛି କୁମ୍ଭୀର ଆତଙ୍କ । ଗତକାଲି ପଟ୍ଟାମୁଣ୍ଡାଇ ଥାନା ଅଳପୁଆ ପଞ୍ଚାୟତର ଅଳପୁଆଡିଆ ଗାଁର ମଞ୍ଜୁଲତା ଭଞ୍ଜ ନଦୀ କୂଳରେ ବାସନ ମାଜିବା ବେଳେ ଟାଣି ନେଇଥିଲା କୁମ୍ଭୀର। ତେବେ ଆଜି କୁଳସାହି ନଦୀ ପଠାରୁ ମିଳିଛି ମହିଳାଙ୍କ ମୃତଦେହ। ଅଗ୍ନିଶମ ବିଭାଗ ଦ୍ଵାରା ମୃତଦେହ ଉଦ୍ଧାର କରାଯାଇଛି l କୁମ୍ଭୀର ଅତି ଦୟନୀୟ ଭାବେ ମଞ୍ଜୁଲତାଙ୍କ ଗୋଡରୁ ଅଣ୍ଟା ପର୍ଯ୍ୟନ୍ତ ଖାଇ ଦେଇଛି। ପଟ୍ଟାମୁଣ୍ଡାଇ ଅଂଚଳରେ କୁମ୍ଭୀର ଆକ୍ରମଣରେ ଯାଉଛି ଅନେକ ଜୀବନ। ପ୍ରଶାସନ ଓ ବନବିଭାଗ ଏଥିପ୍ରତି ଅଣଦେଖା କରୁଥିବା ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
While washing the dishes on the river bank, the crocodile pulled it | Argus News