Brown Sugar Racket Busted / ରାଜଧାନୀରେ ଧରାପଡ଼ିଲା ଧଳା ଜହରର ରାକେଟ୍ , ଯୁବତୀଙ୍କ ସମେତ ୩ ଗିରଫ
·1 month ago·3 min read

Key Points
ରାଜଧାନୀରେ ସୁନ୍ଦରୀ ବିକୁଥିଲା ବ୍ରାଉନସୁଗର
ଲିଭ ଇନ ପାର୍ଟନର ସହ ମିଶି ରାଜଧାନୀରେ ବିକୁଥିଲା ଧଳା ଜହର
ଜଣେ ଯୁବତୀ ଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ

ଭୁବନେଶ୍ବର,୨୯/୦୭: ରାଜଧାନୀରେ ସୁନ୍ଦରୀ ବିକୁଥିଲା ବ୍ରାଉନସୁଗର। ଲିଭ ଇନ ପାର୍ଟନର ସହ ମିଶି ରାଜଧାନୀରେ ବିକୁଥିଲା ଧଳା ଜହର। ଜଣେ ଯୁବତୀ ଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ଗିରଫ ଅଭିଯୁକ୍ତ ମାନେ ହେଲେ ବୁଦ୍ଧି ଖାନ, ସଦାମ ହୁସେନ ଏବଂ ଦୁର୍ଗା ରାଉତ। ସେମାନଙ୍କ ନିକଟରୁ 119ଗ୍ରାମ ବ୍ରାଉନସୁଗର ଜବତ ସହ ଗୋଟିଏ ଅଟୋ ଜବତ କରିଛି ଅବକାରୀ ବିଭାଗ। ଜାହାର ବଜାର ମୂଲ୍ୟ 20ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି। ଏମାନେ ବିଭିନ୍ନ ବସ୍ତି ଓ ଶିକ୍ଷାନୁଷ୍ଠାନ କୁ ଟାର୍ଗେଟ କରି ବ୍ରାଉନସୁଗର ବିକ୍ରି କରୁଥିଲେ।
ରାଜଧାନୀରେ ନିଶାର ମାୟାଜାଲରେ ଯୁବପିଢି ! ଜୀବନର ଏକାକୀ ପଣକୁ ଦୂର କରିବା ହେଉ କିମ୍ବା ଦୁଃଖକୁ ପାସୋରିବା ପାଇଁ ଆଜିକାଲିର ଅଧିକାଂଶ ଯୁବପିଢି ନିଶାର ସାହାରା ନେଉଛନ୍ତି । ଏହି ମାୟାଜାଲରେ ଥରେ ପଶିବା ପରେ ବାହାରିବା କଷ୍ଟସାଧ୍ୟ ହୋଇପଡ଼େ । କିଶୋର ବୟସରେ ପରିବାର ଆତ୍ମୀୟ ସ୍ବଜନଙ୍କୁ ଯେତେବେଳେ ଜଣେ ଛାଡି ଚାଲିଆସେ, ସେତେବେଳେ ନିସଙ୍ଗତା ଜୀବନକୁ ଆହୁରି ଜଟିଳ କରିଦିଏ । ମାନସିକ ଚାପ ଏବଂ ଅବସାଦରୁ ମୁକୁଳିବାର ଇଚ୍ଛା ନିଶା ଆଡ଼କୁ ଟାଣିନିଏ । ସେହି ରାସ୍ତାରେ ପଡି ଅନେକ ଘର ସର୍ବସ୍ବାନ୍ତ ହୋଇପଡ଼େ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ। ଗାଁଠୁ ସହର ପର୍ଯ୍ୟନ୍ତ ନିଶା କାରବାରର ଚେର ଲମ୍ବି ରହିଛି । ଏଥିପାଇଁ ଘନ ଘନ ଚଢ଼ାଉ, ସଚେତନତା କରାଯାଉଛି । ତଥାପି ନିଶା ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ହୋଇ ପାରୁନାହିଁ।
ବ୍ରାଉନସୁଗରଠୁ ହେରୋଇନ ଚେର
ଖବର କାଗଜ ଦେଖନ୍ତୁ କି ଟିଭି ଖୋଲନ୍ତୁ ଅଧିକାଂଶ ସମୟରେ ଚୋରା ଗଞ୍ଜେଇ ଚାଲାଣ, ବେଆଇନ କଫ୍ ସିରପ ଜବତ, ବ୍ରାଉନସୁଗର ଜବତ ଏପରି ଅନେକ ଖବର ଆସେ । ଲକ୍ଷାଧିକ ନୁହେଁ କୋଟି କୋଟି ମୂଲ୍ୟର ବେଆଇନ ଭାବେ ମାଦକ ଦ୍ରବ୍ୟ ଜବତ ହେଉଛି । ପୋଲିସ ଜାଲରୁ ମୁକୁଳିବା ପାଇଁ କେତେବେଳେ ଆମ୍ବୁଲାନ୍ସ ତ ପୁଣି କେତେବେଳେ ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ କରୁଛନ୍ତି ଅଭିଯୁକ୍ତ । ବିଶେଷ କରି ବ୍ରାଉନସୁଗାର, ହେରୋଇନ୍, ଗଞ୍ଜେଇ ଓ ଡ୍ରଗ୍ସ ଜାଲ ଏବେ ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିସ୍ତାର ହୋଇଛି।
ପଢନ୍ତୁ ଏହି ଖବର: ପୁଣି ରାଜଧାନୀରେ ହତ୍ୟାକାଣ୍ଡ; ଘରୋଇ କଳିରୁ ହୋଇଛି ଭୟଙ୍କର ହତ୍ୟା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିଶା ଜାଲରେ ନାବାଳକଠୁ ଯୁବପିଢି
ଚିନ୍ତାଜନକ ବିଷୟ ହେଉଛି ଖେଳକୁଦ ବୟସରେ ନିଶା ଜାଲରେ ଛନ୍ଦି ହେଉଛନ୍ତି ନାବାଳକ । ଶିକ୍ଷାର ଅଭାବ ହେଉ କିମ୍ବା ସଚେତନତା ଅଭାବ...ନିଶା ରାସ୍ତାରେ ପାଦ ଥାପୁଛନ୍ତି । ବିଶେଷକରି ବସ୍ତି ଅଞ୍ଚଳରେ ଏସବୁ ଘଟଣା ଅଧିକ ଦେଖିବାକୁ ମିଳିଥାଏ । କଲେଜ ପଢୁଆ ଯୁବକଙ୍କଠାରୁ ଆରମ୍ଭ କରି ନାବାଳକ ପର୍ଯ୍ୟନ୍ତ ଅନେକେ ନିଶା ଜାଲରେ ଫସୁଥିବା ଚିତ୍ର ସାମ୍ନାକୁ ଆସୁଛି । ଏହାର ଫାଇଦା ଉଠାଉଛନ୍ତି ନିଶା ବ୍ୟବସାୟୀ । ସେମାନେ ବିଶେଷ କରି ଯୁବବର୍ଗଙ୍କୁ ଟାର୍ଗେଟ କରୁଛନ୍ତି ।
କାହିଁକି ନିଶା ପ୍ରତି ଯୁବପିଢିଙ୍କ ଆଗ୍ରହ ବଢୁଛି ?
ନିଶା ପ୍ରତି ଯୁବପିଢି ଅଧିକ ଆକର୍ଷିତ ହୁଅନ୍ତି । ଏହାର ଅନେକ କାରଣ ରହିଛି । ‘ନିଶା ଏକ ଭାଇରସ ସଦୃଶ୍ଯ ହୋଇଗଲାଣି । ଏହାକୁ କିଭଳି ଭାବରେ ରୋକାଯାଇ ପାରିବ ସେନେଇ ଏକ ପ୍ଲାନ ପ୍ରସ୍ତୁତ କରିବାକୁ ପଡ଼ିବ । ଆଜିକାଲିକା ପିଲାମାନଙ୍କ ପାଖରେ ସମୟ ନାହିଁ । ଯଦି କୌଣସି ଜିନିଷ ଉପରେ ଆଗ୍ରାହ୍ୟ ପ୍ରକାଶ କରୁଛନ୍ତି ଏବଂ ଯଦି ତାହା ନମିଳୁଛି ତେବେ ଡିପ୍ରେସନକୁ ଚାଲି ଯାଉଛନ୍ତି । ଯେମିତିକି ପରୀକ୍ଷାରେ ଖରାପ ହେବା, ପ୍ରେମରେ ବିଫଳ ହେବା କିମ୍ବା ଲମ୍ବା ସମୟ ଧରି ଏକୁଟିଆ ରହିବା । " ଏଭଳି ସ୍ଥିତିରେ ଅନେକ ପିଲା ଡିପ୍ରେସନକୁ ଚାଲିଯାଉଛନ୍ତି।
ମନସ୍ତତ୍ତ୍ବବିତ ଉମା ପ୍ରସାଦ ବିଶ୍ୱାଳ କହିଛନ୍ତି ଯେ, "ବେକାରୀ, ପାରିବାରିକ ଚାପ, ଡିପ୍ରେସନ୍, ସୋସିଆଲ ମିଡିଆ ପ୍ରଭାବ ଓ ଖରାପ ସଙ୍ଗତ ଯୁବମାନଙ୍କୁ ନିଶା ଆଡ଼କୁ ଅଧିକ ମାତ୍ରାରେ ଟାଣୁଛି । ନାଇଟ୍ ପାର୍ଟି ଏହି ନିଶା ବ୍ୟବହାରକୁ ବଢ଼ାଉଛି ।
ବର୍ତ୍ତମାନ ସମୟରେ ପିଲାମାନଙ୍କ ମନରେ ଏକ ପରିବର୍ତ୍ତନ ଆସିଛି । ଅନେକ ନିଶା ରହିଛି ଯାହା ପିଲାମାନଙ୍କୁ ଜଣାନାହିଁ ଏହା କେତେ ଖରାପ କେତେ ଭଲ । କିନ୍ତୁ ଯାହା ମନକୁ ଆସୁଛି ସେୟା କରୁଛନ୍ତି । ପୂର୍ବରୁ ପିଲାମାନେ ଜାଣିପାରୁନଥିଲେ ନିଶା କଣ ବୋଲି । କିନ୍ତୁ ଏବେ ପିଲାଙ୍କ ହାତରେ ଇଣ୍ଟରନେଟ, ମୋବାଇଲ ସୋସିଆଲ ମିଡିଆ ମାଧ୍ୟମରେ ନିଶା ବିଷୟରେ ଜାଣିପାରୁଛନ୍ତି । ନିଶା ଦାମକୁ ନେଇ ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଉ ନଥିବା ବେଳେ, ଏହାକୁ ଅନେକ ପିଲା ଏକ ଟେଷ୍ଟ କରିବା ଆଳରେ ବ୍ୟବହାର କରୁଛନ୍ତି । ଯେମିତିକି ନିଶା ଦ୍ରବ୍ୟର ଦାମ୍ ଯେତେ ଅଧିକ ହେଲେ ମଧ୍ୟ ଥରେ କି ଦୁଇ ଥର ସେବନ କରୁଛନ୍ତି । ଯାହା ଫଳରେ ଏମିତି ବାରମ୍ବାର କରିବା ଦ୍ୱାରା ପିଲାମାନେ କୁ-ଅଭ୍ୟାସରେ ପଡ଼ିଯାଉଛନ୍ତି । "

Related Topics
Explore more stories