Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨ଟି ଛୁଆ ଜନ୍ମ ଦେଲା ନନ୍ଦନକାନରରେ ଧଳାବାଘୁଣୀ ମୌସୁମୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
୨ଟି ଛୁଆ ଜନ୍ମ ଦେଲା ନନ୍ଦନକାନରରେ ଧଳାବାଘୁଣୀ ମୌସୁମୀ

Key Points

ନନ୍ଦନକାନନରେ ୨ ନୂଆ ଅତିଥି
୨ଟି ଛୁଆ ଜନ୍ମ ଦେଲା ନନ୍ଦନକାନରରେ ଧଳାବାଘୁଣୀ ମୌସୁମୀ
ଧଳାବାଘୁଣୀ ମୌସୁମୀ ଓ ସାଧାରଣ ବାଘ ରାଜେଶ ଔରସରୁ ଜନ୍ମ 2 ଶାବକ
୨ ବାଘ ଛୁଆଙ୍କ ମଧ୍ୟରୁ ଗୋଟିଏ ଧଳା ରଙ୍ଗର, ଆଉ ଗୋଟିଏ ସାଧାରଣ ରଙ୍ଗର

ନନ୍ଦନକାନନରେ ନୂଆ ଅତିଥି। ଭୁବନେଶ୍ବରର ପ୍ରସିଦ୍ଧ ପ୍ରାଣୀ ଉଦ୍ୟାନ ନନ୍ଦନକାନରରେ ଧଳାବାଘୁଣୀ ମୌସୁମୀ ଓ ସାଧାରଣ ବାଘ ରାଜେଶ ଔରସରୁ ଜନ୍ମ ନେଇଛନ୍ତି ଦୁଇଟି ଶାବକ। ଗତକାଲି ରାତି 9 ଟା 15 ଏବଂ 11ଟା 3 ମିନିଟରେ ଦୁଇ ଶାବକ ଜନ୍ମ ନେଇଥିବା ନନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ବାଘ ଶାବକର ରଙ୍ଗ ସାଧାରଣ ହୋଇଥିବାବେଳେ ଆଉ ଗୋଟିଏର ରଙ୍ଗ ଧଳା ହୋଇଥିବା କୁହାଯାଇଛି। ମା ସହିତ ଥିବାରୁ ଦୁଇ ଶାବକର ଲିଙ୍ଗ ନିରୂପଣ ସମ୍ଭବ ହୋଇପାରିନାହିଁ। ଉଭୟ ବାଘୁଣୀ ଓ ତାର ଦୁଇ ଛୁଆଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ପ୍ରାଣୀବିଜ୍ଞାନୀମାନେ ସତର୍କ ନଜର ରଖିଛନ୍ତି। ଧଳା ବାଘୁଣୀ ମୌସୁମୀ ଏଥର ଦ୍ବିତୀୟ ଥର ପାଇଁ ମା ହୋଇଛି। ଦୁଇ ନୂଆ ଶାବକଙ୍କ ଜନ୍ମ ସହ ନନ୍ଦନକାନରରେ ବାଘ ସଂଖ୍ୟା 29ରେ ପହଞ୍ଚିଛି।


ଏମାନଙ୍କ ମଧ୍ୟରେ 17ଟି ବାଘ ଓ 10ଟି ବାଘୁଣୀ ଥିବାବେଳେ 2 ଶାବକ ଅଛନ୍ତି। 29ଟି ବାଘ ମଧ୍ୟରୁ 19ଟି ସାଧାରଣ ରଙ୍ଗର ହୋଇଥିବାବେଳେ 6ଟି ଧଳା ବାଘ ଅଛନ୍ତି। ଏବେ ଶାବକ ଜନ୍ମ ଦେଇଥିବା ବାଘୁଣୀ ମୌସୁମୀ ଓ ବାଘ ରାଜେଶ ଉଭୟ ନନ୍ଦନକାନନରେ ଜନ୍ମ ହୋଇଥିଲେ। 2016 ଅଗଷ୍ଟ 5ରେ ମନୀଷ ଓ ସ୍ନେହା ବାଘ ଯୋଡ଼ିଙ୍କୁ ଔରସରୁ ଧଳା ବାଘୁଣୀ ମୌସୁମୀ ଜନ୍ମ ହୋଇଥିବାବେଳେ 2018 ସେପ୍ଟେମ୍ବର 22 ତାରିଖରେ ରୋଶନ ଓ ବିଜୟାର ଔରସରୁ ଜନ୍ମ ହୋଇଥିଲା ସାଧାରଣ ବାଘ ରାଜେଶ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
White tigress Moosumi gives birth to 2 cubs in Nandankanar | Argus News