Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / କାହାକୁ ଅସାମାଜିକ ଚିନ୍ତାଧାରାର ବ୍ୟକ୍ତି କହିଲେ ସୌଭିକ ?

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
କାହାକୁ ଅସାମାଜିକ ଚିନ୍ତାଧାରାର ବ୍ୟକ୍ତି କହିଲେ ସୌଭିକ ?

Key Points

କେଉଁ ବ୍ୟକ୍ତି ବିଶେଷ ବିରୋଧରେ ବିଦ୍ରୋହ କରିବାର ଦେଲେ ଚେତାବନୀ ।
ପରୋକ୍ଷରେ ପାଣ୍ଡିଆନଙ୍କୁ ନିଶାନା ସାଧିଲେ କି ବିଧାୟକ ସୌଭିକ ବିଶ୍ୱାଳ ।

ଶ୍ରୀମୟୀଙ୍କ ଧୃତରାଷ୍ଟ୍ର-ଦୁର୍ଯ୍ୟୋଧନ ଉପାଖ୍ୟାନ ପରେ ଏବେ ଆଉ ଜଣେ ବିଜେଡି ନେତା ସୌଭିକ ବିଶ୍ବାଳଙ୍କ ରାମ-ରାବଣ ଉପାଖ୍ୟାନକୁ ନେଇ ବିଜେଡିରେ ବିସ୍ଫୋରଣ । ଘର ଭିତରେ ଅର୍ଥାତ ବିଜେଡି ଭିତରେ ଥିବା ଆତଙ୍କୀ ମନୋଭାବ ବା ଅସାମାଜିକ ଚିନ୍ତା ଧାରାର ବ୍ୟକ୍ତି ବିଶେଷଙ୍କୁ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି ସୌଭିକ।

ତେବେ ଏଠି ପ୍ରଶ୍ନ ହେଲା, କାହାକୁ ଅସାମାଜିକ ଚିନ୍ତାଧାରାର ବ୍ୟକ୍ତି କହିଲେ ସୌଭିକ ? କାହା ବିରୋଧରେ ବିଦ୍ରୋହ ପାଇଁ ଦେଲେ ଚେତାବନୀ। ୟା ଭିତରେ ପ୍ରଶ୍ନ ଉଠିଛି ଶଙ୍ଖ ଦଳ ଭିତରେ କିଏ ସେ ରାବଣ । ନିଜ ଦଳର ଅନ୍ୟ ବଡ଼ ନେତାଙ୍କ ଭଳି ସୌଭିକ ବି ପରୋକ୍ଷରେ ପାଣ୍ଡିଆନଙ୍କୁ କଲେ କି ଟାର୍ଗେଟ୍ ।

ଏହାସହ ପଢ଼ନ୍ତୁ:- ଫୁଲ ଦମ୍‌ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !

କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ବିଜେଡିରେ ଆରମ୍ଭ ହୋଇଛି ବୟାନ ବାଜି । ଦେବାଶିଷ, ରଣେନ୍ଦ୍ର, ଅଶୋକ, ଅରୁଣ, ବଦ୍ରୀ ଓ ଭୁପିନ୍ଦରଙ୍କ ପରେ ସୌଭିକ ଘର କଥା କହି ବିଜେଡିର କ୍ଷମତା କେନ୍ଦ୍ରକୁ କରିଛନ୍ତି ଟାର୍ଗେଟ । ସୌଭିକ କହିଛନ୍ତି ଘର ଭିତରେ ଅର୍ଥାତ ବିଜେଡି ଭିତରେ ଥିବା ଆତଙ୍କୀ ମନୋଭାବ ବା ଅସାମାଜିକ ଚିନ୍ତା ଧାରାର ବ୍ୟକ୍ତି ବିଶେଷଙ୍କୁ କରାଯିବ ଜୋରଦାର ବିରୋଧ । କାଳୀପୂଜାରେ ରାକ୍ଷସ ବଦ୍ଧ ହେଲା ଭଳି ବିଜେଡି ଭିତରେ ଥିବା ରାବଣକୁ ବଦ୍ଧ କରାଯିବ।

ସେପଟେ ରାମ ରାବଣ ଉପାଖ୍ୟାନ ପୂର୍ବରୁ ସୌଭିକ ହେଲିକ୍ୟାପ୍ଟରରେ ବୁଲିବା ପ୍ରସଙ୍ଗ ଉଠାଇ ପାଣ୍ଡିଆନ ଓ ବବିଙ୍କୁ କରିଥିଲେ ଟାର୍ଗେଟ । ଯାହା କି ବର୍ତ୍ତମାନର ଏହି ରାବଣ ଉପାଖ୍ୟାନ ଭୈରବ ପାଣ୍ଡିଆନଙ୍କ ଉଦେଶ୍ୟରେ ବୋଲି ଚର୍ଚ୍ଚା ହେଉଛି ।

ସୌଭିକଙ୍କ ରାବଣ ଉପାଖ୍ୟାନକୁ ଅଧିକ ଖୋରାକ ଯୋଗାଇବାକୁ ଯାଇ ପୁଣି ଥରେ ଶ୍ରୀମୟୀ ସୋସିଆଲ ମିଡିଆରେ ରଖିଛନ୍ତି ରାବଣ ଓ ବିଭୀଷଣର କଥା । କେମିତି ରାବଣ ବିଭୀଷଣର କଥାକୁ ଗ୍ରହଣ କରିନଥିଲା ଆଉ ନିଜର ଅହଂକାର ଓ ଭୁଲ ନିଷ୍ପତ୍ତି ପାଇଁ ମହାନ ସାମ୍ରାଜ୍ୟର ବିନାଶ ଘଟାଇଥିଲା ତାର ରଖିଛନ୍ତି ଉଦାହରଣ ।

ଏହାସହ ପଢ଼ନ୍ତୁ:- ଭାରତୀୟଙ୍କ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !

ଏହା ପୂର୍ବରୁ ମଧ୍ୟ ୨୦୨୪ରେ ବିଜେଡି ଭିତରେ ଥିବା କନ୍ଦଳକୁ ପଦାକୁ ଆଣିଥିଲେ ସୌଭିକ୍ । ଏକ ସଭା ମଞ୍ଚରେ ସେ କହିଥିଲେ, ଯେଉଁ ଜଣେ ଦୁଇ ଜଣ ସେତେବେଳେ ସରକାର ଚଳାଉଥିଲେ ସେମାନେ ସବୁ କଥା ବୁଝୁଥିଲେ। ଯେବେ ସେ ଦୁଇ ଜଣ ସବୁ କିଛି ବୁଝୁଥିଲେ, ଦଳୀୟ କର୍ମୀଙ୍କୁ କିଭଳି କାମ ମିଳିଥାନ୍ତା ? ନିଷ୍ଠାର ସହ ଆମେ ରହିଛୁ ହେଲେ ପଛରୁ ଆମକୁ ଛୁରି ଭୁଷିଛନ୍ତି, ଆମ ବିରୋଧରେ ଷଡଯନ୍ତ୍ର ଚାଲିଛି । ଏପରି କି ୨୦୧୯ ଏବଂ ୨୦୨୪ ନିର୍ବାଚନରେ ତାଙ୍କୁ ଓ ତାଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ହରେଇବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା। ଯେଉଁମାନେ ଦଳରେ ପୂର୍ବରୁ ନେତୃତ୍ୱ ନେଉଥିଲେ ସେମାନେ ତାଙ୍କ ବନ୍ଧୁବାନ୍ଧବଙ୍କୁ ଲଗେଇ କୋଟି କୋଟି ଟଙ୍କା କଳାଧନ ଖର୍ଚ୍ଚ କରିଥିଲେ। କେବଳ ପ୍ରଭାତ ବିଶ୍ୱାଳଙ୍କୁ ହରାଇବା ପାଇଁ। କିନ୍ତୁ ଧର୍ମର ବିଜୟ ହୋଇଛି ବୋଲି ସୌଭିକ ବିଶ୍ୱାଳ କହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | Who did Sauvik call a person with antisocial thoughts? | Argus News