Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ପଛରେ କିଏ ?

Odisha

ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ପଛରେ କିଏ ?

Smruti Parija
Browse all articles by Smruti Parija
·1 year ago·2 min read
ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ପଛରେ କିଏ ?

Key Points

  • ବଢିଲା ବବିଙ୍କ ଭାଇ ଲଲଙ୍କ ଅଡୁଆ, ଯୋଡି ହେଲା ନୂଆ ମାମଲା
  • ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ପୂର୍ବତନ ବିଧାୟକ ବବି ଦାସ
  • ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ପଛରେ କିଏ ?
  • ଯାଜପୁରରେ କ୍ରାଇମବ୍ରାଞ୍ଚ ଆରମ୍ଭ କଲା ତନାଘନା

ଅର୍ଗସ ବ୍ୟୁରୋ: ଯାଜପୁର ବୁଢାପୋଲ ପାଖରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣର ଇଏ ହେଉଛି ଦୃଶ୍ୟ। ଠେଙ୍ଗା, ରଡ୍ ଧରି ଆକ୍ରମଣ କଲେ, ଗାଡି କାଚ ଭାଙ୍ଗିଲେ, ପିଏସଓଙ୍କ ବନ୍ଧୁକ ଛଡାଇବାକୁ ଉଦ୍ୟମ କଲେ। ବିଧାୟକ ଅଭିଯୋଗ କରିଥିଲେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ବବି ଦାସ ଓ ତାଙ୍କ ବାଇ ଲଲ ...ଲିକୁ । 

ଏଇ ଘଟଣାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। 3 ଟି ସ୍ଥାନରେ ଘଟଣା ଘଟିଛି, 3 ଟି ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ , କାହିଁକି ଘଟିଲା, କେମିତି ଘଟିଲା କେଉଁ ପରିସ୍ଥିତି ରେ ଘଟିଲା ସେନେଇ ତଦନ୍ତ ହେବ ବୋଲି କହିଛନ୍ତି ପୋଲିସ ଡିଜି । କ୍ରାଇମବ୍ରାଞ୍ଚ ଟିମ୍ ଯାଜପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ଯାଜପୁର ସଦର ଥାନା, ବୁଢାପୋଲ, ବିରଜା ହାଟ ଓ ଟାଉନଥାନାରେ ପହଞ୍ଚି ତଦନ୍ତ ଚଲାଇଛି କ୍ରାଇମବ୍ରାଞ୍ଚ । ଆକ୍ରମଣ ପଛର ମା।ଷ୍ଟର ମାଇଣ୍ଡ ଖୋଜୁଛି କ୍ରାଇମବ୍ରାଞ୍ଚ। ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ବବି ଦାସ। 

ସେପଟେ ବଢିଛି ବବିଙ୍କ ଭାଇ ଲଲଙ୍କ ଅଡୁଆ। ତାଙ୍କ ନାଁରେ ଆଉ 3ଟି ମାମଲା ଯୋଡି ହୋଇଛି । ଭବ ପ୍ରକାଶଙ୍କୁ ଭେଟିଛନ୍ତି ଯାଜପୁର ବିଜେଡି ବିଧାୟିକା। ଅଭିଯୋଗ କରିଛନ୍ତି ପୋଲିସ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେପଟେ ଆକ୍ରମଣର ଶିକାର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ପଛରେ ବବି ଓ ଲଲ ଥିବା ପୁଣି ଥରେ ଦୋହରାଇଛନ୍ତି। ସେପଟେ ଯାଜପୁରରେ ଆଇନଶୃଙ୍ଖଳା ବଜାୟ ରଖିବାକୁ 40 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। 

ବୁଧବାର ରାତିରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏକ ସରକାରୀ ବୌଠକରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏଇ ଘଟଣାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତରେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who is behind the attack on the Dharamshala MLA? | Argus News