Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାମୀ ଗାଡି ରେଂଜରୋଭରରେ ବେପରୁଆ ଗାଡି ଚାଳନା

Smruti Parija
Browse all articles by Smruti Parija
·2 years ago·1 min read
ଦାମୀ ଗାଡି ରେଂଜରୋଭରରେ ବେପରୁଆ ଗାଡି ଚାଳନା

ଭୁବନେଶ୍ୱର:  ଦାମୀ ଗାଡି ରେଂଜରୋଭରରେ ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି 2 ବାଇକ ଆରୋହୀ । ଚିକିତ୍ସା ପାଇଁ ରହିଛି ଅର୍ଥର ଅଭାବ । ଦୁଇ ଦିନ ତଳେ ଭୁବନେଶ୍ବର ପାୱାର ହାଉସ ଛକରେ ହୋଇଥିଲା ଏହି ଦୁର୍ଘଟଣା । 

ଯୁଆଡେ ଚାହିଁବେ କେବଳ ପଥର, ରାସ୍ତା ସାଜିଛି ମରଣଯନ୍ତା

ବାଇକକୁ ଦାମୀ କାର ଏଭଳି ଭାବେ ଧକ୍କା ଦେଇଛି ଯେ ଦୁଇଜଣ ଗୁରୁତର ହୋଇପଡିଛନ୍ତି । ଆହତଙ୍କ ମଧ୍ୟରେ ଅଛନ୍ତି ଜଣେ ପୁରୁଷ ଓ ମହିଳା । ପୁରୁଷ ଜଣଙ୍କ କଳିଙ୍ଗ ବିହାର ଅଞ୍ଚଳର କିଶନ ପଟ୍ଟନାୟକ ବୋଲି ଜଣାପଡିଛି । କିଶନଙ୍କ ଗୋଡ ଭାଙ୍ଗିଯାଇଥିବାବେଳେ ମୁଣ୍ଡରେ ଜୋରରେ ଆଘାତ ଲାଗିଛି । ମହିଳାଙ୍କ ଅବସ୍ଥା ବି ଶୋଚନୀୟ ହୋଇପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ରେଂଜରୋଭର ଗାଡିର ରେଜିଷ୍ଟ୍ରେସନ ଝାରସୁଗୁଡାରେ ରହିଛି । ଆରଟିଓ ଅନୁସାରେ ଏହି ଗାଡି ରହିଛି ଆରମର୍ ରେ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ।  ଯେଉଁ କମ୍ପାନୀ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କର ବୋଲି ଚର୍ଚ୍ଚା ହେଉଛି । ତେବେ ଏବେ ସୁଦ୍ଧା ଗାଡିର ଦାବିଦାର କେହି ଆଗକୁ ଆସିନାହାଁନ୍ତି ।


 

Sponsored
who-is-owner-of-expensive-rangerover-car | Argus News