Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜ୍ୟୋତି - ପ୍ରିୟଙ୍କା - ପାକିସ୍ତାନ ଲିଙ୍କ !

Odisha

ଜ୍ୟୋତି - ପ୍ରିୟଙ୍କା - ପାକିସ୍ତାନ ଲିଙ୍କ !

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜ୍ୟୋତି - ପ୍ରିୟଙ୍କା - ପାକିସ୍ତାନ ଲିଙ୍କ !

Key Points

ପ୍ରିୟଙ୍କା ସେନାପତିଙ୍କ ସହ ଥିଲା ଜ୍ୟୋତିର ବନ୍ଧୁତା

ପୁରୀ ଓ କୋଣାର୍କର ବିଭିନ୍ନ ସମ୍ବେଦନଶୀଳ ସ୍ଥାନର ଭିଡିଓ କରିଥିଲା

ଜ୍ୟୋତି - ପ୍ରିୟଙ୍କା - ପାକିସ୍ତାନ ଲିଙ୍କ ! ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ସହ ଥିଲା ଜ୍ୟୋତିର ବନ୍ଧୁତା। ୨୧ ସେପ୍ଟେମ୍ବର ୨୦୨୪ରେ ପୁରୀ ଆସିଥିଲେ ଜ୍ୟୋତି । ଶ୍ରୀମନ୍ଦିର ସମ୍ମୁଖରେ ଏକ ହୋଟେଲରେ ରହିବା ସହ ଶ୍ରୀମନ୍ଦିର ସମେତ ପୁରୀ ଓ କୋଣାର୍କର ବିଭିନ୍ନ ସମ୍ବେଦନଶୀଳ ସ୍ଥାନର ଭିଡିଓ କରିଥିଲା। ଜ୍ୟୋତିର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ହାଣ୍ଡଲରଙ୍କ ସହ ଲଗତାର ସମ୍ପର୍କରେ ଥିବା ନେଇ ସୂଚନା ଦେଇଛି ହିସାର ପୋଲିସ। ପାକିସ୍ତାନ ଦୂତାବାସର ନିଷ୍କାସିତ ଅଧିକାରୀ ଡାନିସ ସହ ଥିଲା ଜ୍ୟୋତିର ବନ୍ଧୁତା। ଜ୍ୟୋତି ଘରୁ ଜବତ ମୋବାଇଲ ଫୋନ୍ ସମେତ ଇଲେକ୍ଟୋନିକ୍ସ ଗ୍ୟାଜେଟଗୁଡ଼ିକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଇଛି ପୋଲିସ।


୩ ଥର ପାକସ୍ତାନ ଗସ୍ତରେ ଯାଇଥିଲା ଜ୍ୟୋତି। ତାର ସମସ୍ତ ଗସ୍ତ ଖର୍ଚ୍ଚ ରହିବା ବୁଲିବା ବ୍ୟବସ୍ଥା ISI କରୁଥିବା ଜଣାପଡ଼ିଛି। ତେବେ ରବିବାର ପୋଲିସ ପ୍ରିୟଙ୍କାଙ୍କ ପୁରୀ ଘରକୁ ଯାଇ ପଚରାଉଚୁରା କରିଛି। ଏପରିକି ଇଣ୍ଟେଲିଜେନ୍ସ ବ୍ୟୁରୋ ବି ପୁରୀ ପୋଲିସ ସହ ଯୋଗାଯୋଗରେ ଅଛି। ପ୍ରିୟଙ୍କାଙ୍କୁ ପୁରୀ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ନିର୍ଦ୍ଦୋଶ ଥିବା ନେଇ ଦେଇଛନ୍ତି ସଫେଇ। କିନ୍ତୁ ପ୍ରିୟଙ୍କାର ଇନଷ୍ଟାଗ୍ରାମ ପୋଷ୍ଟ ସହ ଅବିକଳ ପୋଷ୍ଟ କରିଛନ୍ତି ପଶ୍ଚିମବଙ୍ଗର ୟୁଟ୍ୟୁବର ସୌମିତ ଶାହ। କେମିତି ଏହା ସମ୍ଭବ ? ସୌମିତ ଓ ପ୍ରିୟଙ୍କାଙ୍କ ମଧ୍ୟରେ ରହିଛି କି ଲିଙ୍କ୍ ? ନା ଜ୍ୟୋତି ମାଲହୋତ୍ରାଙ୍କ ନେତୃତ୍ବରେ କାମ କରୁଥିଲା ବିଭିନ୍ନ ରାଜ୍ୟର ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କର ପୂରା ଏକ ଟିମ୍ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ରିମୋଟ ଆଉ କାହା ହାତରେ ନାହିଁତ ? ସେପଟେ ସାମ୍ନାକୁ ଆସିଛି ପ୍ରିୟଙ୍କା ଓ ଜ୍ୟୋତିଙ୍କ ପହଲଗାମରେ ବୁଲିବାର ଭିଡିଓ। ଗତ ଜାନୁଆରୀରେ ସେମାନେ ପହଲଗାମ ଯାଇଥିବା ଜଣାପଡ଼ିଛି। ମାର୍ଚ୍ଚରେ ଜ୍ୟୋତି ପାକିସ୍ତାନ ଯାଇଥିଲେ ଏବଂ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏସବୁ ଖିଅକୁ ତଦନ୍ତ ପରିସର ଭୁକ୍ତ କରିଛି ମାମଲାର ତଦନ୍ତ କରୁଥିବା ହରିୟାଣା ହିସାର ପୋଲିସ।

Sponsored
who-is-priyanka-senapati-odisha-youtuber-linked-to-jyoti-malhotra-spying-case | Argus News