Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶାରେ ମହିଳା ବିରୋଧୀ ଅପରାଧ ସଂଖ୍ୟାକୁ ନେଇ କିଏ କହୁଛି ସତ ?

Odisha

ଓଡ଼ିଶାରେ ମହିଳା ବିରୋଧୀ ଅପରାଧ ସଂଖ୍ୟାକୁ ନେଇ କିଏ କହୁଛି ସତ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଓଡ଼ିଶାରେ ମହିଳା ବିରୋଧୀ ଅପରାଧ ସଂଖ୍ୟାକୁ ନେଇ କିଏ କହୁଛି ସତ ?

ମହିଳା ବିରୋଧୀ ହିଂସାକୁ ନେଇ ବିଧାନସଭା ଭିତରେ ଓ ବାହାରେ କଂଗ୍ରେସ ଲଗାତାର ଭାବରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସୁଥିବା ବେଳେ ବିଧାନସଭାରେ ଏହାର ଜବାବ ରଖିଛନ୍ତି ଜବାବ । ଏଥିସହ ଗତ ସରକାର ତୁଳନାରେ ରାଜ୍ୟରେ ମହିଳା ବିରୋଧୀ ଅପରାଧର ସ୍ଥିତି କଣ ମୁଖ୍ୟମନ୍ତ୍ରୀ ରଖିଛନ୍ତି ତାର ତଥ୍ୟ । ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ପୂର୍ବ ସରକାର ତୁଳନାରେ ସବୁ ଶ୍ରେଣୀର ମହିଳା ବିରୋଧୀ ଅପରାଧ ହାର କମିଛି। ରାଜ୍ୟରେ ହତ୍ୟା ହାର ୭.୪ % ହ୍ରାସ ପାଇଥିବା ବେଳେ ନାବାଳିକା ଯୌନ ନିର୍ଯାତନା ୭.୭ %, ଦୁଷ୍କର୍ମ ୧.୭%, ଅସଦାଚରଣ ୩.୯%, ଯୌନ ନିର୍ଯାତନା ୨୨.୩%, ଶୋଷଣ ୨୨.୩%, ମହିଳା ଚାଲାଣ ୩୫.୪% ଏବଂ ଅଶ୍ଳୀଳ ଇଙ୍ଗିତ ଘଟଣା ୩.୮% କମିଛି।


ତେବେ କଂଗ୍ରେସ ପକ୍ଷରୁ କୁହାଯାଉଛି ଓଲଟା। ଦଳର ଅଭିଯୋଗ ବିଜେପି ସରକାର ଆସିବା ପରେ ମହିଳା ବିରୋଧୀ ଅପରାଧ ଚରମ ସୀମାରେ ପହଞ୍ଚିଛି। ଦୁଷ୍କର୍ମ ଘଟଣା ରାଜ୍ୟରେ ବଢିଛି। ଏପରିକି ନଜର ପକାନ୍ତୁ କଂଗ୍ରେସ ବିଧାୟକ ପିନ୍ଧିଥିବା ନିଜ ଟି ସାର୍ଟରେ ଗଣ ଦୁଷ୍କର୍ମ ଓ ମହିଳା ଶିଶୁ ନିଖୋଜ ନେଇ ଯେଉଁ ତଥ୍ୟ ଲେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ଉତ୍ତର ଠାରୁ ତାହା ଆକାଶ ପାତାଳ ଫରକ। ଏହାର ଉତ୍ତର କଂଗ୍ରେସ ନେତାଙ୍କ ପାଖରେ ନାହିଁ। ପ୍ରଶ୍ନ ଉଠୁଛି କେଉଁ ତଥ୍ୟ ଆଧାରରେ
ଦୁଷ୍କର୍ମକୁ ନେଇ ଏହି ପରିସଂଖ୍ୟନ ରଖିଛି କଂଗ୍ରେସ। ଯଦି ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ତଥ୍ୟ ଭୁଲ ତାହାହେଲେ କଂଗ୍ରେସ ଆଣିବ କି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତ ୨୫ ବର୍ଷର ବିଜେଡି ଶାସାନରେ ରାଜ୍ୟରେ ମହିଳା ବିରୋଧୀ ହିଂସା ଭାଙ୍ଗିଥିଲା ସମସ୍ତ ରେକର୍ଡ। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ୨୦୨୨ର ତଥ୍ୟ ଅନୁଯାୟୀ ସାମଗ୍ରିକ ମହିଳା ହିଂସାରେ ଓଡ଼ିଶା ଥିଲା ଦେଶର ସପ୍ତମ ରାଜ୍ୟ। ତେବେ ମହିଳାଙ୍କ କ୍ଷେତ୍ରରେ ସାଇବର ଅପରାଧରେ ଓଡ଼ିଶା ଥିଲା ଦେଶର ୧ ନମ୍ବର ରାଜ୍ୟ। ସେହିପରି ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଓଡ଼ିଶା ଥିଲା ୪ ନମ୍ବର ସ୍ଥାନରେ। ଦୁଷ୍କର୍ମ, ଯୌତୁକ ଜନିତ ହତ୍ୟା ଓ ମହିଳା ଅପହରଣରେ ଓଡ଼ିଶା ଥିଲା ଷଷ୍ଠ ସ୍ଥାନରେ। ରାଜ୍ୟରେ ସରକାର ପରିବର୍ତ୍ତନକୁ ୯ ମାସ ପୂରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର ମହିଳା ବିରୋଧୀ ଅପରାଧ ସୁପରିଚାଳନା ପାଇଁ ରେଡ ଫ୍ଲାଗ ମାମଲାରେ ଅନ୍ତର୍ଭୁକ୍ତ କରି ତ୍ୱରିତ କାର୍ଯ୍ୟନୁଷ୍ଠାନ ନେଉଛନ୍ତି। ଦୋଷୀ ସାବ୍ୟସ୍ଥ ହାର ବଢିବା ସହ ମହିଳା ବିରୋଧୀ ହିଂସା କ୍ଷେତ୍ରରେ ଶୁନ୍ୟ ସହନାଶୀଳତା ନୀତିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

Sponsored
who-is-telling-the-truth-about-the-number-of-crimes-against-women-in-odisha | Argus News