Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସତ କହୁଛି କିଏ ? ବିଜେଡି ନେତା ନା ସରକାରୀ ଦସ୍ତାବିଜ ?

Odisha

ସତ କହୁଛି କିଏ ? ବିଜେଡି ନେତା ନା ସରକାରୀ ଦସ୍ତାବିଜ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସତ କହୁଛି କିଏ ? ବିଜେଡି ନେତା ନା ସରକାରୀ ଦସ୍ତାବିଜ ?

Key Points

  • ସ୍ଵାମୀ ଓଡ଼ିଆ, ସ୍ତ୍ରୀ ତାମିଲ
  • ଲୋକଙ୍କୁ ଭୂଆଁ ବୁଲାଇବାରେ ଉଭୟ ବ୍ୟସ୍ତ
  • ଯେତେ ମିଛ କହିଲେ ବି ଜଳଜଳ ଦିଶୁଛି ସତ
     

ଅର୍ଗସ ବ୍ୟୁରୋ: ମିଛ କହିବାରେ ପାଣ୍ଡିଆନ ସବୁ ଡିଗ୍ରୀ ହାସଲ କରିଛନ୍ତି । ଯାହା ତ ମିଛ କହୁଥିଲେ କହୁଥିଲେ ହେଲେ ନିଜ ନାଁକୁ ନେଇ ବି ମିଛ କହିଲେ । ତାମିଲରୁ ଆସି ଓଡ଼ିଶାରେ କ୍ଷମତା ନେବା ଚକ୍କରରେ ସେ ଏମିତି ମିଛ କହୁଛନ୍ତି ଯେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ଆଇଏଏସ୍‌ ରେକର୍ଡ କହୁଛି ମିଶନ ଶକ୍ତିର ତତ୍କାଳୀନ ଅଧିକାରୀ ହେଉଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ । ହେଲେ ପାଣ୍ଡିଆନଙ୍କୁ ବିଜେଡି ନେତା କହୁଛନ୍ତି କାର୍ତ୍ତିକ ପାଣ୍ଡିଆନ । ପ୍ରଶ୍ନ ହେଉଛି, ପାଣ୍ଡିଆନ ଓଡ଼ିଶା, ସୁଜାତା ତାମିଲ ନାଁ ରେକର୍ଡରେ ଥିବା ନାଁରେ ଚଂଚକତା କରିଛନ୍ତି ପାଣ୍ଡିଆନ ? 

ବିବାଦ ସତେ ଯେମିତି ପାଣ୍ଡିଆନଙ୍କ ପିଛା ଛାଡୁନି । ପ୍ରଥମେ ସରକାରୀ ଚାକିରିରେ ଥିବା ପରେ ବି ବିଜେଡିରେ ଦଳୀୟ କଥାରେ ମୁଣ୍ଡ ପୂରାଉଥିଲେ । ପରେ ସ୍ଵେଚ୍ଛାକୃତ ଅବସର ନେବା ପରେ ସିଏମଓରେ ହସ୍ତକ୍ଷେପ କଲେ । ବାରମ୍ବାର ଏନେଇ ଅଭିଯୋଗ ହୋଇଥିଲା । ହେଲେ ରାଜ୍ୟ ସରକାର ତାଙ୍କୁ କ୍ରମାଗତ ଭାବରେ ଘଂଟ ଘଉଡାଉଥିଲେ । ହେଲେ ନିର୍ବାଚନ କମିଶନଙ୍କ ଛାଟ ପରେ ସିଏମଓର ନମ୍ବର ୱାନ ଅଫିସର ତାଲିକାରୁ ତାଙ୍କ ନାଁକୁ ହଟାଯାଇଥିଲା । ପରବର୍ତ୍ତୀ ସମୟରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ନାଁରେ ବି ସଙ୍ଗୀନ ଅଭିଯୋଗ ଆସିଥିଲା । ସରକାରୀ ପଦରେ ଥାଇ ଦଳୀୟ ପ୍ରଚାରର କାମ କରୁଥିଲେ । ଇଏ ତ ଗଲା ଗୋଟିଏ ବିବାଦ, ହେଲେ ଏବେ ନାମକୁ ନେଇ ବି ନୂଆ ବିବାଦ ମୁଣ୍ଡ ଟେକୁଛି । ଆପଣ କହିପାରନ୍ତି, ସାମାନ୍ୟ ନାମକୁ ନେଇ ଆମେ କାହିଁକି ପ୍ରଶ୍ନ କରୁଛୁ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ସୁଜାତା ନିଜ ନାଁରେ ସୁଜାତା ରାଉତ କାର୍ତ୍ତିକେୟନ ଲେଖୁଛନ୍ତି । ହେଲେ ପାଣ୍ଡିଆନଙ୍କୁ କାର୍ତ୍ତିକ କହୁଛନ୍ତି ବିଜେଡି ନେତା । ସେଇଥି ଲାଗି ତ

ସରକାରୀ ଦସ୍ତାବିଜ ଖୋଲିଲା ପାଣ୍ଡିଆନଙ୍କ ଗୁମର । କେମିତି ଚଂଚକତା କରି ଓଡ଼ିଆଙ୍କ ସରଳ ବିଶ୍ଵାସ ଜିତିବାକୁ ସେ ଚେଷ୍ଟା କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ବିଜେଡିର ନମ୍ବର-୨ ନେତା ବୋଲାଉଥିବା ପାଣ୍ଡିଆନ ନିଜକୁ ଓଡ଼ିଆ ହେବାର ଅଭିନୟ କରିବା ସହ ଓଡ଼ିଶାକୁ ଲୁଣ୍ଠନ କରିବାକୁ ପ୍ଲାନ୍‌ କରିଛନ୍ତି । ହେଲେ କେମିତି ସେ ସାଙ୍ଘାତିକ ଷଡ଼ଯନ୍ତ୍ର କରିଛନ୍ତି ନାମକୁ ନେଇ ସେ ଘଟଣାର ଏବେ ପର୍ଦ୍ଦାଫାଶ ହୋଇଛି । ସମୟ କହିବ ତାମିଲ ହୋଇ ଓଡ଼ିଆ ହେବାର ଯେମିତି ବାହାନ କରୁଛନ୍ତି ତାହାର ଜବାବ କେମିତି ଦେଉଛନ୍ତି ସାଢେ ଚାରିକୋଟି ଓଡ଼ିଆ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
BJD Leader | Argus News