ନବଙ୍କ ଡେଡବଡିର ଅପରେସନ୍ ଡ୍ରାମାର କିଏ ସେ ନିର୍ଦ୍ଦେଶକ

Key Points
ନବ ହତ୍ୟା ମାମଲାରେ ଅର୍ଗସରେ ବଡ଼ ଖୁଲାସା
ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ବୟାନ ରେକର୍ଡ କରିନାହିଁ କ୍ରାଇମବ୍ରାଞ୍ଚ
ନବ ହତ୍ୟା ପାଇଁ ହୋଇଥିଲା କି ଦେଶୀ ବନ୍ଧୁକର ବ୍ୟବହାର
ନବଙ୍କ ଡେଡବଡିର ଅପରେସନ୍ ଡ୍ରାମାର କିଏ ସେ ନିର୍ଦ୍ଦେଶକ
ତଦନ୍ତ ନେଇ ସନ୍ଦେହ ପ୍ରକାଶ କଲେ ପୂର୍ବତନ ଜିଡି ପ୍ରକାଶ ମିଶ୍ର
ଅର୍ଗସ ବ୍ୟୁରୋ: ଅର୍ଗସ ହାତରେ ଲାଗିଛି ଏକ ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ । 20 ଜାନୁୟାରୀ, 2029ରେ ନବ ଦାସଙ୍କ ମୃତଦେହର ପୋଷ୍ଟମର୍ଟମ କରିଥିବା କ୍ୟାପିଟାଲର ଦୁଇ ଡାକ୍ତର କୋର୍ଟ ଆଗରେ ରଖିଥିବା ବୟାନ। ଯାହା ଅନେକ ଚାଞ୍ଚଲ୍ୟକର ଖୁଲାସା କରିଛି। ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ହୋଇନାହିଁ ବୟାନ ରେକର୍ଡ । କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ତାଙ୍କ ବୟାନ ରେକର୍ଡ କରିନଥିବା କହିଛନ୍ତି ଡାକ୍ତର ପି.କେ ସାମନ୍ତରାୟ ।
ପୋଷ୍ଟମର୍ଟମ ରିପୋର୍ଟରେ ଦେଶୀ ବନ୍ଧୁକରୁ ଫାୟାରିଂ ନେଇ ବଢୁଛି ସନ୍ଦେହ । ପୋଷ୍ଟମର୍ଟମ ଡାକ୍ତରଙ୍କ ମତ ହେଉଛି ନବଙ୍କ ଛାତିର କ୍ଷତ ଚିହ୍ନ ଦେଶୀ ବନ୍ଧୁକରୁ ବୁଲେଟ ଫାୟାରରୁ ସମ୍ଭବ। ତେବେ ଏ କଥା ସ୍ପଷ୍ଟ କରାଯାଇପାରିବ ନାହିଁ ଯେ ଏଭଳି କ୍ଷତ ଚିନ୍ଦ 15ରୁ 20 ଫୁଟ ଦୁରରୁ ଦେଶୀ ବନ୍ଧୁକରୁ କରାଯାଇଛି ।
ପୋଷ୍ଟମର୍ଟମ ଡାକ୍ତର ତାଙ୍କ ବୟାନରେ ସ୍ପଷ୍ଟ କରିଛନ୍ତି ନବ ଦାସ ପିନ୍ଧିଥିବା ରକ୍ତଭିଜା ପୋଷାକ ବ୍ୟବଚ୍ଛେଦ ପୂର୍ବରୁ ସେମାନଙ୍କୁ ଦିଆଯାଇନଥିଲା। ବନ୍ଧୁକ ଓ ଗୁଳି ମଧ୍ୟ ସେମାନଙ୍କୁ ଦିଆଯାଇନଥିଲା
ପୋଷ୍ଟମର୍ଟମ ରିପୋର୍ଟ କହୁଛି ପ୍ରଚୁର ରକ୍ତସ୍ରାବ ଯୋଗୁଁ ହୋଇଥିଲା ନବଙ୍କ ମୃତ୍ୟୁ. ତାହେଲେ ଝାରସୁଗୁଡାରେ ଡେଥ୍, ଆପୋଲରେ ଡେଡବଡିର ଅପରେସନ୍ ?
📱 Get Argus News App
✨ନବଙ୍କ ସହଯୋଗୀ କହୁଛନ୍ତି ଇସିଜି ହୋଇଥିଲା, ଭାଇରାଲ୍ ଇସିଜି ରିପୋର୍ଟ କହୁଛି ଝାରସଗୁଡାରେ ହାର୍ଟବିଟ୍ ବନ୍ଦ ହୋଇଯାଇଥିଲା ନବଙ୍କର। ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର।
ଏପଟେ ନବ ହତ୍ୟା ମାମଲାକୁ ନେଇ ଏବେ ଅନେକ ପ୍ରଶ୍ନ। -କାହିଁକି ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ହେଲାନାହିଁ ବୟାନ ରେକର୍ଡ, -କାହା ଚାପରେ କ୍ରାଇମବ୍ରାଞ୍ଚ ଅଧିକାରୀ କଲେ ନାହିଁ ରେକର୍ଡ, କାହିଁକି ପୋଷ୍ଟମର୍ଟମ ବେଳେ ନବଙ୍କ ରକ୍ତଭିଜା ସାର୍ଟ କଥା ଆସିଲାନି
କାହିଁକି ରକ୍ତଭିଜା ସାର୍ଟ ନଷ୍ଟ ଅଭିଯୋଗ ସଂପର୍କରେ ଚୁପ୍ ଆପୋଲୋ ହସପିଟାଲ୍, -ଆପୋଲୋ ଅପରସେନ୍ ଥିଏଟରରେ କିଏ ଦେଇଥିଲା ଅପରେସନ୍ ନିର୍ଦ୍ଦେଶ, କ୍ରାଇମବ୍ରାଞ୍ଚ ଘଣ୍ଟଘୋଡା ଅଭିଯାନର କିଏ ସେ ଖଳନାୟକ,ଝାରସଗୁଡା ହସପିଟାଲରେ କାହିଁକି ହୋଇନଥିଲା ବିପି-ପଲସ ରେଟ୍ ଚେକ୍,
ନବ ଦାସ ହତ୍ୟା ମାମଲାରେ ସନ୍ଦେହ ଘେରରେ କ୍ରାଇମବ୍ରାଞ୍ଚ ତଦନ୍ତ। ଦୀପାଲୀ ଓ ତାଙ୍କ ଭାଇ ଗଣମାଧ୍ୟମ ସାମ୍ନାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏବେ ଅପେକ୍ଷା କେବେ ବିଧୀବଦ୍ଧ ଭାବେ ନବଙ୍କ ପରିବାର ଲିଖିତ ଭାବେ ସିବିଆଇ ତଦନ୍ତ ଦାବି କରିବେ।