Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିହାରଙ୍କ ସିଣ୍ଡିକେଟରେ ଲେଡି ଡାଟା ଏଣ୍ଟ୍ରି ଅପରଟେର କିଏ ?

Banajyotshna Ray
Browse all articles by Banajyotshna Ray
·11 months ago·2 min read
ନିହାରଙ୍କ ସିଣ୍ଡିକେଟରେ ଲେଡି ଡାଟା ଏଣ୍ଟ୍ରି ଅପରଟେର କିଏ ?

Key Points

ଜୀତେନ୍-ନିହାର ଯୋଡିରେ ଓଟିଇଟି ପ୍ରଶ୍ନପତ୍ର ଲିକର ବଡ଼ କେଳେଙ୍କାରୀ
ବୋର୍ଡ ଅଫିସର ଡିଏଲଆର କରିତକର୍ମା ଜୀତେନଙ୍କ ଖୋଲିଲା ପୋଲ୍
ଡାଟା ଏଣ୍ଟ୍ରି ଅପରେଟର ଜୀତେନ୍ କେମିତି କଲେ ଏ ବଙ୍ଗଲା ?

କଟକ ବାଲିକୁଦା ଜଗନ୍ନାଥ ବିହାରରେ ଥିବା ଜୀତେନ୍ ମହାରଣାଙ୍କ ଘର। ମାସକୁ ପାଉଥିବା ଟଙ୍କାରେ ଜାଗା କିଣି ଏହି ଅଟ୍ଟାଳିକା କେମିତି ନିର୍ମାଣ କଲେ ତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟ କେଳେଙ୍କାରୀର ଟଙ୍କା ଉପରେ ଛିଡା ହୋଇଛି କି ଏହି ଘର। ସେପଟେ ନିହାର ଓ ଜୀତେନଙ୍କ ଆର୍ଥିକ କାରବାର ଉପରେ କ୍ରାଇମବ୍ରାଞ୍ଚର ନଜର। ନିହାରଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ତଦନ୍ତକାରୀ ସଂସ୍ଥା । ବେଆଇନ ଭାବେ ଜୀତେନ କେମିତି ଆୟ କରୁଥିଲେ ସେ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ କରୁଛି ତଦନ୍ତ ।

ବର୍ଷ ବର୍ଷ ଧରି ମାଧ୍ୟମିକ ଶିକ୍ଷା ପରିଷଦର ସର୍ବେସର୍ବା ଥିଲେ ଉପ ସଭାପତି ନିହାର ରଞ୍ଜନ ମହାନ୍ତି। ବୋର୍ଡର ସମସ୍ତ ପ୍ରକାରର ନୀତି ନିୟମକୁ ଫୁ କରିଦେଇଥିଲେ । ପ୍ରତିଟି କାମରେ ଥିଲା ତାଙ୍କର ଦଖଲ। ଯେଉଁ କାର୍ଯ୍ୟ ସମ୍ପାଦକ, ପରୀକ୍ଷା ନିୟନ୍ତ୍ରକ ଓ ସଭାପତିଙ୍କୁ କରିବା କଥା ସେ କାମ ମଧ୍ୟ କରୁଥିଲେ ନିହାର । ଖାଲି ଓଟିଇଟି ପ୍ରଶ୍ନ ପତ୍ର ଲିକ୍ ନୁହେଁ ମାର୍କ ଜାଲିଆତି, ସେଣ୍ଟର ଫିକ୍ସିଂ ଓ ସାର୍ଟିଫିକେଟ୍ କେଳେଙ୍କାରୀର ବଡ଼ ଅଭିଯୋଗ ବି ବାବୁଙ୍କ ନାଁରେ । ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ପ୍ରିଣ୍ଟିଂ ଓ ସଂଶୋଧନ ପାଇଁ ସ୍ଵତନ୍ତ୍ର ନିୟମ ରହିଛି। ଯେଉଁଥିରେ ସଭାପତି, ଉପ ସଭାପତି ଓ ସମ୍ପାଦକଙ୍କ ସିଧାସଳଖ ଭୂମିକା ନଥାଏ।


ହେଲେ ଏଠି ନିହାର ରଞ୍ଜନ ମହାନ୍ତି ନିୟମକୁ ମାନିନଥିଲେ। ଯାହାକୁ ନେଇ ଉଠିଛି ପ୍ରଶ୍ନ । ଏବେ ସନ୍ଦେହ ଘେରରେ ବୋର୍ଡ ସଭାପତି।BSEର ୱେବସାଇଟ୍ ନେଇଥିବା ତଥା ସବୁ କାମ ପାଉଥିବା CHARU MINDWORKS କୁ ନେଇ ବଢୁଛି ସନ୍ଦେହ। ନିହାର ମହାନ୍ତିଙ୍କ ସହ ଏ ସଂସ୍ଥାର କଣ ସଂପର୍କ, କାହିଁକି ଏଆଇସି ଓ ଓକାକ ବଦଳରେ ନିଜ ସଂପର୍କୀୟଙ୍କ ସଂସ୍ଥାକୁ ଦିଆୟାଇଛି କାମ, କ୍ରାଇମବ୍ରାଞ୍ଚ ତଦନ୍ତ ପରିସରକୁ ଆସିବ କି CHARU MINDWORKS।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
who-is-the-lady-data-entry-operator-in-nihars-syndicate | Argus News