ମମତାଙ୍କ ପରେ କିଏ ତାକୁ ନେଇ ଏବେ ବଢିଛି ଚର୍ଚ୍ଚା

Key Points
- ବିଜେଡିରେ ସଖୀ କଣ୍ଢେଇ ସାଜିଛନ୍ତି ଜନ ପ୍ରତିନିଧି
- ଧମକାଇ ନିଜ ଅଞ୍ଚଳରେ ସାଂସଦ ପାଣ୍ଠି ଖର୍ଚ୍ଚ କରାଉଛନ୍ତି ବବି
- ପ୍ରତିବାଦ କରି ବିଜେଡି ଛାଡିଛନ୍ତି ସାଂସଦ ମମତା ମହାନ୍ତ
- ସାମ୍ନାକୁ ଆସିଲା ୧୧ରାଜ୍ୟସଭା ସଦସ୍ୟଙ୍କ ସାଂସଦ ପାଣ୍ଠିର ତଥ୍ୟ
- ୪ ବର୍ଷରେ କେବଳ ବବିଙ୍କ ନିର୍ବାଚନ ମଣ୍ଡଳିରେ ଖର୍ଚ୍ଚ ହୋଇଛି ୧୩ କୋଟି
- ପ୍ରସନ୍ନଙ୍କ ଠାରୁ ସସ୍ମିତ, ଅମରଙ୍କଠାରୁ ସୁବାସ ସିଂ କେହି ବି ବାଦ୍ ନାହାନ୍ତି
- ବିରୋଧ ସ୍ବର ଉଠାଇ ଟ୍ରେଣ୍ଡ ସେଟ୍ କରିଛନ୍ତି ମମତା
- ମମତାଙ୍କ ପରେ କିଏ ତାକୁ ନେଇ ଏବେ ବଢିଛି ଚର୍ଚ୍ଚା
ଅର୍ଗସ ବ୍ୟୁରୋ: ନିରାଧାର ନଥିଲା ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ଅଭିଯୋଗ। ନିଜ ମର୍ଜିରେ ସାଂସଦ ପାଣ୍ଠି ଖର୍ଚ୍ଚ କରିପାରୁନଥିଲେ ମମତା। କେବଳ ମମତା ନୁହନ୍ତି ବିଜେଡିର କୌଣସ ସାଂସଦଙ୍କର ନାହିଁ ନିଜ ସାଂସଦ ପାଣ୍ଠି ଖର୍ଚ୍ଚ କରିବାର ସ୍ବାଧୀନତା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଏହା ପ୍ରମାଣ କରୁଛି। କେବଳ ମମତାଙ୍କ ସାଂସଦ ପାଣ୍ଠି ଖର୍ଚ୍ଚ ହେଉନଥିଲା ଯାଜପୁର ଜିଲ୍ଲାରେ। ୪ ବର୍ଷରେ ୧୧ ସାଂସଦ ଯାଜପୁରରେ ଖର୍ଚ୍ଚ କରିଛନ୍ତି ୧୩ କୋଟି ଟଙ୍କାର ସାଂସଦ ପାଣ୍ଠି ।
୨୦୨୧-୨୨ରେ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ସାଂସଦ ପାଣ୍ଠିରୁ ଏକ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ ପାଇଁ ୩ଟି କିସ୍ତିରେ ଯାଜପୁର ବିଡିଓଙ୍କ ନାଁରେ ମଞ୍ଜୁର ହୋଇଛି ୨୫ ଲକ୍ଷ ଟଙ୍କା । ସେହିପରି ସାସଂଦ ମୁଜିବୁଲ୍ଲା ଖାଁ ଓରଫ ମୁନ୍ନା ଖାଁ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ସାଂସଦ ପାଣ୍ଠିରୁ ବି ଯାଜପୁର ବିଡିଓଙ୍କ ନାଁରେ ମଞ୍ଜରୁ ହୋଇଛି ଟଙ୍କା । କେବଳ ଏହି ୩ ସାଂସଦ ନୁହନ୍ତି ୨୦୧୯-୨୦ରେ ବିଜେଡି ସାଂସଦ ସସ୍ମିତ ପାତ୍ର, ପୂର୍ବତନ ସାଂସଦ ନରେନ୍ଦ୍ର କୁମାର ସ୍ବାଇଁ, ଭାଷ୍କର ରାଓ, ଅମର ପଟ୍ଟନାୟକ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ସାସଂଦ ପାଣ୍ଠିରୁ ବି ଯାଜପୁରର ବିଭିନ୍ନ ପ୍ରକଳ୍ପ ପାଇଁ ଯାଜପୁର ବିଡିଓଙ୍କ ନାଁରେ ମଞ୍ଜରୁ ହୋଇଛି କୋଟି କୋଟି ଟଙ୍କା। ସେହପିର ୨୦୨୨-୨୩ରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓଙ୍କ ସାସଂଦ ପାଣ୍ଠିରୁ ଯାଜପୁର ବ୍ଲକ୍ ପାଇଁ ମଞ୍ଜୁର ହୋଇଛି ଅର୍ଥ।
ଏବେ ପ୍ରଶ୍ନ ଉଠୁଛି ବାକି ୧୪୬ଟି ବିଧାନସଭା କ୍ଷେତ୍ରରୁ ଉପେକ୍ଷା କରି କେବଳ ଯାଜପୁର ବିଧାନସଭା ନିର୍ବାଚନ କ୍ଷେତ୍ରରେ କାହିଁକି ନିଜ ସାଂସଦ ପାଣ୍ଠିର ସିଂହ ଭାଗ ଅଜାଡ଼ି ଦେଉଥିଲେ ବିଜେଡି ସାଂସଦ। ଯାଜପୁର ହେଉଛି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ ବବି ଦାସଙ୍କ ନିର୍ବାଚନ ମଣ୍ଡଳୀ। ଆଉ ମମତା ମହନ୍ତ କହିଥିଲେ ବବି ଦାସଙ୍କ କହିବା ଅନୁସାରେ ସେ ଖର୍ଚ୍ଚ କରୁଥିଲେ ନିଜ ସାଂସଦ ପାଣ୍ଠି। ବବି ଯେଉଁ ପ୍ରକଳ୍ପ ପାଇଁ ସାସଂଦ ପାଣ୍ଠିରୁ ଅନୁଦାନ ଦେବାକୁ ନିର୍ଦ୍ଦେଶ ଦେଉଥିଲେ ସେଥିରେ ଦସ୍ତଖତ କରୁଥିଲେ ମମତା। କିନ୍ତୁ ଏହି ଆରଟିଆଇ ତଥ୍ୟ କହୁଛି କେବଳ ମମତା ନୁହନ୍ତି ସବୁ ବିଜେଡି ସାଂସଦ ସାଜିଛନ୍ତି ସକ୍ଷୀ କଣ୍ଢେଇ ।
📱 Get Argus News App
✨ମମତାଙ୍କ ପରି ଅନ୍ୟ ରାଜ୍ୟସଭା ସାଂସଦଙ୍କୁ ବି ଡରାଇ ଧମକାଇ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ସାସଂଦ ପାଣ୍ଠି ମଞ୍ଜୁର କରାଉଛନ୍ତି କି ବବି ଦାସ ? ବବିଙ୍କ ବାରମ୍ବାର ଧମକ ଯୋଗୁଁ ପ୍ରତିବାଦ କରି ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ମମତା ମହନ୍ତ । ଏବେ ଚର୍ଚ୍ଚ ମମତା ଯେଉଁ ଟ୍ରେଣ୍ଡ ସେଟ୍ କରିଛନ୍ତି ତାଙ୍କୁ ଅନୁସରଣ କରିପାରନ୍ତି ଅନ୍ୟ ବିଜେଡି ସାଂସଦ । ଲୋକସଭାକୁ ବିଜେଡିର ଜଣେ ବି ସଦସ୍ୟ ନିର୍ବାଚିତ ହୋଇନଥିବା ବେଳେ ୯ ଜଣ ରାଜ୍ୟସଭା ସାଂସଦଙ୍କ ଦମ୍ ବଳରେ ଦମ୍ଭ ଦେଖାଉଥିଲା ବିଜେଡି । ମମତାଙ୍କ ଇସ୍ତଫା ପରେ ଏବେ ରାଜ୍ୟସଭାରେ ବିଜେଡି ସଦସ୍ୟ ସଖ୍ୟା ୮କୁ ଖସିଆସିଛି । ଆଗକୁ ଆହୁରି ଖସିବ ବୋଲି ବି ଇସାରା ଦେଇସାରିଛନ୍ତି ମମତା। ଏବେ କେବଳ ସମୟକୁ ଅପେକ୍ଷା ।