ଭୁବନେଶ୍ବର ବିମାନବନ୍ଦରରୁ ଜବତ ସୁନା ଓ ରୂପାର କିଏ ମାଲିକ ?

Key Points
- ଭୁବନେଶ୍ବର ବିମାନବନ୍ଦରରୁ ଜବତ ସୁନା ଓ ରୂପାର କିଏ ମାଲିକ ?
- କାହା ପାଖକୁ ଆସୁଥିଲା ଏତେ ପରିମାଣର ସୁନା ଓ ରୁପା ?
- ବେଆଇନ ଭାବେ ଅଣାଯାଉଥିଲା କି ଜବତ ସୁନା ଓ ରୂପା ?
- ଟିକସ୍ ଫାଙ୍କିବା ପାଇଁ ହୋଇଥିଲା କି ବଡ଼ ଯୋଜନା ?
- ବ୍ୟବସାୟୀଙ୍କୁ ଡାକି ତଦନ୍ତ ଚଳାଇଛି ସିଟି ଆଣ୍ଡ ଜିଏସଟି ବିଭାଗ
ଅର୍ଗସ ବ୍ୟୁରୋ: ଭୁବନେଶ୍ବର ବିମାନବନ୍ଦର ନିକଟରୁ ଜବତ 80କିଲୋ ସୁନା ଓ ଦୁଇ କୁଇଣ୍ଟାଲ ରୁପାର ଗୁମର ଜାଣିବାକୁ ଖୋଳତାଡ଼ ଜାରି ରଖିଛି ସିଟି ଆଣ୍ଡ ଜିଏସଟି ଟିମ୍। ଏହି ସୁନା ଓ ରୁପା ଭୁବନେଶ୍ବରର କିଛି ବ୍ୟବସାୟୀଙ୍କ ପାଖକୁ ଆସୁଥିଲା। BVC ଲଜିଷ୍ଟିକ ଟ୍ରାନ୍ସପୋର୍ଟ ସଂସ୍ଥା ଜରିଆରେ ମୁମ୍ବାଇରୁ ଏସବୁ ଭୁବନେଶ୍ବର ଅଣାଯାଇଥିଲା । ଯେଉଁଥିରେ ରହିଛି ସୁନା ଓ ରୁପାର ବିଭିନ୍ନ ଅଳଙ୍କାର । ଜବତ ଅଳଙ୍କାର ଆଣିଥିବା ବ୍ୟବସାୟୀଙ୍କୁ ଡାକି ତଥ୍ୟ ଯାଞ୍ଚ କରୁଛି ସିଟି ଓ ଜିଏସଟି ଟିମ୍ ।
ସେପଟେ BVC ଲଜିଷ୍ଟିକ୍ସ କୋରିଅର ସଂସ୍ଥା ଓ ନିୟୁଜ ଏୟାର ସର୍ଭିସ ଟ୍ରାନ୍ସପୋର୍ଟ ସସ୍ଥା ଠାରୁ ୱେ ବିଲ ଏବଂ ଟ୍ୟାକ୍ସ ଇନ ଭଏସ ବିଲ ମାଗିଛି ତଦନ୍ତକାରୀ ଟିମ । କାରଣ ମୁମ୍ବାଇ ରୁ ଫ୍ଲାଇଟରେ ଜବତ ସୁନା ରୁପା ଅଣାଯାଇଥିଲା। ସେପଟେ ନିୟୁଜ ଏୟାର ଟ୍ରାନ୍ସପୋର୍ଟ ସଂସ୍ଥା ଗାଡ଼ିରେ ଆସିଥିବା ରୂପାର ଓଜନ ଓ ଗଣତି ସରିଛି । ଟ୍ୟାକ୍ସ ଇନଭଏସରେ ଥିବା ରୂପାର ଓଜନ ଏବଂ ଜବତ ରୁପାର ଓଜନ ମଧ୍ୟରେ ତାଳମେଳ ରହୁନି । ଯେଉଁଥିପାଇଁ ସନ୍ଦେହ ବଢୁଛି । ସେପଟେ BVC ଲଜିସ୍ଟିକରେ ଆସିଥିବା ସୁନା ଓ ରୂପା ଓଜନ କରାଯାଇନି। ଏହି ସଂସ୍ଥାର ଆଞ୍ଚଳିକ ମୁଖ୍ୟ ସିଟି ଆଣ୍ଡ ଜିଏସଟି ଅଫିସରେ ପହଂଚିବା ପରେ ଓଜନ କରାଯିବ ବୋଲି କହିଛନ୍ତି GST ଅଧିକାରୀ ।
ଜବତ ସୁନା ରୁପା ର ଖିଅ ଖୋଜି ବାହାର କରିବାକୁ ଲାଗିଛି CT ଆଣ୍ଡ GST ବିଭାଗ । ଯଦି BVC ଲଜିସ୍ଟିକ ଏବଂ ନିୟୁଜ ଏୟାର ସର୍ଭିସ ଟ୍ରାନ୍ସପୋର୍ଟ ସଂସ୍ଥା ବୈଧ୍ୟ ବିଲ ଦେଖାଇ ନପାରନ୍ତି ତେବେ ମୋଟା ଅଙ୍କର ଜରିମାନା ଗଣିବେ ବୋଲି ମିଳିଛି ସୂଚନା ।