Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bhubaneswar Bhasani / ଭସାଣୀ ବେଳେ କିଏ କେଉଁ ରାସ୍ତାରେ ଯିବେ, କ'ଣ ରହିଛି ବ୍ୟବସ୍ଥା ? ଜାଣନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଭସାଣୀ ବେଳେ କିଏ କେଉଁ ରାସ୍ତାରେ ଯିବେ, କ'ଣ ରହିଛି ବ୍ୟବସ୍ଥା ? ଜାଣନ୍ତୁ...

Key Points

ଏହି ଟ୍ରାଫିକ୍ ନିୟମ ଅପରାହ୍ନ ୨ଟାରୁ ଭଷାଣୀ ଯାତ୍ରା ଶେଷ ହେବ ପର୍ଯ୍ୟନ୍ତ ଲାଗୁ ରହିବ ।

ଭୁବନେଶ୍ୱର ସହରର ବିଭିନ୍ନ ରାସ୍ତାରେ ଅନ୍ୟ ପୂଜା କମିଟି ମାନଙ୍କ ଦ୍ୱାରା ବ୍ୟକ୍ତିଗତ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ଵର ସହରରେ ଦୂର୍ଗା ପୂଜା ଭସାଣି ଉତ୍ସବକୁ ନେଇ କମିସନରେଟ ପୋଲିସର ଗାଇଡ୍‌ଲାଇନ ଜାରି । ଭୁବନେଶ୍ଵରର ୪ଟି ରାସ୍ତାରେ ୪ଟି ଭସାଣି କମିଟି ଭସାଣି ଉତ୍ସବ ପାଳନ କରାଯିବ। ଭୁବନେଶ୍ବର ଭଷାଣୀ ଉତ୍ସବ କମିଟିରେ ସହିଦ ନଗର, ରାଜଧାନୀ ମନ୍ଦିର ସୁରକ୍ଷା ଭଷାଣୀ କମିଟି -ନୟାପଲ୍ଲୀ, ଉତ୍ତର ଭୁବନେଶ୍ଵର ଭଷାଣୀ କମିଟି -ଚନ୍ଦ୍ରଶେଖରପୁର ଏବଂ ଓଲ୍ଡ ଟାଉନ୍ ଭଷାଣୀ କମିଟି। ଏହି ଭଷାଣୀ ସମୟରେ ଯାନବାହାନ ଗୁଡ଼ିକର ଚଳାଚଳକୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବାରଣ କରାଯାଇଛି।

୩ ତାରିଖ ଅପରାହ୍ନ ୨ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ। ସହିଦ ନଗର ଭଷାଣୀ କମିଟିର ସମସ୍ତ ମେଢ଼ ସହିଦ ନଗରରେ ଏକତ୍ରିତ ହୋଇ ସେଠାରୁ ଭାୟା ରାମ ମନ୍ଦିର ଛକ, ମାଷ୍ଟର କ୍ୟାଣ୍ଟିନ୍ ଛକ ଦେଇ ରାଜମହଲ ଯିବେ।

ନୟାପଲ୍ଲୀ ଭଷାଣୀ କମିଟିର ସମସ୍ତ ମେଢ଼ ନୟାପଲ୍ଲୀରେ ଏକତ୍ରିତ ହୋଇ ସେଠାରୁ CRP ଛକ ଭାୟା ନୟାପଲ୍ଲୀ ଅଣ୍ଡରପାସ୍‌, ସି.ଆର.ପି ଛକ, ଡି.ଏ.ଭି ଛକ ଡାହାଣ ମୋଡ଼ ନେଇ ଗୋପବନ୍ଧୁ ଛକ, ସିରିପୁର ଛକ ଦେଇ ଯିବେ। ଶୋଭାଯାତ୍ରା ସମୟରେ, ସି.ଆର.ପି ଛକ ପାର୍ଶ୍ବରୁ ଜୟଦେବ ବିହାର ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହନ ଗୁଡ଼ିକ ସି.ଆର.ପି ଛକଠାରୁ ଏକାମ୍ର ପାର୍କ ରାସ୍ତା ଦେଇ ଯାଇପାରିବେ ।


ଏହାସହ ପଢ଼ନ୍ତୁ:- ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ-ନେତାନ୍ୟାହୁ ଆଲୋଚନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଟ୍ରାଫିକ୍ ନିୟମ ଅପରାହ୍ନ ୨ଟାରୁ ଭଷାଣୀ ଯାତ୍ରା ଶେଷ ହେବ ପର୍ଯ୍ୟନ୍ତ ଲାଗୁ ରହିବ । ଏହି ସମୟରେ ଷ୍ଟୁଆର୍ଟ ସ୍କୁଲ୍ ରାସ୍ତା, ୟୁନିଟ୍-୮ ରାସ୍ତା, ଓ.ୟୁ.ଏ.ଟି ଛକ - ନିୟୁ ଏୟାରପୋର୍ଟ ରାସ୍ତାରେ ଯାତାୟତ କରୁଥିବା ଯାନବାହାନ ଗୁଡ଼ିକ ଏହାର ସଂଲଗ୍ନ ରାସ୍ତା ଦେଇ ଯାଇପାରିବେ । ଚନ୍ଦ୍ରଶେଖରପୁର ଭଷାଣୀ କମିଟିର ସମସ୍ତ ମେଢ଼ କ୍ଲବ ଟାଉନ ଆପର୍ଟମେଣ୍ଟ ପଡିଆରେ ଏକତ୍ରିତ ହୋଇ ସେଠାରୁ ନାଲକୋ ଛକ ହୋଇ ଯିବେ।

ଶୋଭାଯାତ୍ରା ସମୟରେ, ନନ୍ଦନକାନନ ଛକ ପଟୁ ଜୟଦେବ ବିହାର ଛକ ଆଡ଼କୁ ଆସୁଥିବା ଯାନବାହ‌ନ ଗୁଡ଼ିକକୁ କିଟ୍ କିମ୍ବା କଳାରାହାଙ୍ଗ ଛକ ଠାରେ ଥିବା ସଂଲଗ୍ନ ରାସ୍ତା ଦେଇ ଯାଇପାରିବେ । ଏହି ଟ୍ରାଫିକ୍ ନିୟମ ଅପରାହ୍ଣ ୨ଟାଠାରୁ ଭଷାଣୀଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଲାଗୁ ହେବ। ସେହିପରି ଭୁବନେଶ୍ବର ସହରର ବିଭିନ୍ନ ରାସ୍ତାରେ ଅନ୍ୟ ପୂଜା କମିଟି ମାନଙ୍କ ଦ୍ବାରା ବ୍ୟକ୍ତିଗତ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଏବେ ଭକ୍ତଙ୍କ ଗହଣରେ ଅଛନ୍ତି ଜଗତଜନନୀ ମା' । ଚାଲିଛି ପୂଜାର୍ଚ୍ଚନା ହୋମଯଜ୍ଞ । ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମଳୁଛି । ଆଜି ମଣ୍ଡପରେ ମା’ଙ୍କର ନବମୀ ପୂଜା ଚାଲିଥିବା ବେଳେ ପୀଠରେ ଚାଲିଛି ଦଶମୀ ପୂଜା । ମଣ୍ଡପଗୁଡିକରେ ପ୍ରବଳ ଭିଡ ଲାଗି ରହିଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ରାଜଧାନୀ ସମେତ ପୂରା ରାଜ୍ୟରେ ପୂଜା ବଜାରର ମାହୋଲ ।

Related Topics

Explore more stories

Sponsored
Bhubaneswar Bhasani | Who should take which road during Bhubaneswar Bhasani, what are the rules? | Argus News