Man Killed / କାହାକୁ ବିଶ୍ୱାସ କରିବା ? ଯିଏ ସାଙ୍ଗ ବୋଲି କହୁଛି ସିଏ ଜୀବନ ବି ନେଉଛି !

Key Points
ଗାଁର କିଛି ଯୁବକ ତାଙ୍କୁ ମଦ ପିଇବାକୁ ଡ଼ାକିନେଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ ।
ମଦ ପିଇବାକୁ ଡାକିନେଇ ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆକ୍ଷେତା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଟିକନ ସାହୁ । ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏହି ଘଟଣା । ତେବେ ଗତକାଲି ଅପରାହ୍ନରେ ସେ ରାସନ୍ ଚାଉଳ ଆଣିବା ଲାଗି ଗାଁକୁ ଯାଇଥିଲେ । ଗାଁର କିଛି ଯୁବକ ତାଙ୍କୁ ମଦ ପିଇବାକୁ ଡ଼ାକିନେଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଘଟଣାସ୍ଥଳରେ ତାଙ୍କ ଗାଡ଼ି ସହ ଏକ ଠେଙ୍ଗା, ମଦ ବୋତଲ ଓ ଗ୍ଲାସ ପଡ଼ିଥିଲା । ନୂଆକ୍ଷେତାରୁ ନୂଆ ରାଇଗୋଡା ମଧ୍ୟରେ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ତାଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ କଟକରୁ ମଧ୍ୟ ସାମ୍ନାକୁ ଆସିଛି ଡବଲ ମର୍ଡର । ଦରଘାବଜାର ଜେଲ୍ କଲୋନିରେ ଶୁକ୍ରବାର ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବାପା ଓ ସାବତ ମା’ଙ୍କୁ ଛୁରି ଭୁସି ହତ୍ୟା କରିଛି ପୁଅ। ଏହି ଘଟଣାରେ ହତ୍ୟାକାରୀ ପୁଅ ମଧ୍ୟ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ପୋଲିସ ଶବ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ଧାର ଟଙ୍କା ନଶୁଝିବାରୁ ପୁଅ ଏଭଳି କାଣ୍ଡ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଦୀପକ ଦାସ (୫୮) ଜେଲ ବିଭାଗରେ ସେଲ୍ସ୍ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। କିଛି ବର୍ଷ ତଳେ ତାଙ୍କ ପ୍ରଥମ ପତ୍ନୀ ନଳିନୀପ୍ରଭା ଦାସଙ୍କର ମୃତ୍ୟୁ ଘଟିଥିଲା। ପରେ ଲିତାରାଣୀ ଦାସ(୪୫)ଙ୍କୁ ବିବାହ କରିଥିଲେ ଦୀପକ । ଦୁହେଁ ଦରଘାବଜାର ଜେଲ୍ କଲୋନିରେ ରହୁଥିଲେ। ଏମାନଙ୍କ ସହ ଲିତାରାଣୀଙ୍କ ପୁତୁରା ଜୁଲିୟସ ଦାସ ବି ରହୁଥିଲେ। ପ୍ରଥମ ପତ୍ନୀଙ୍କ ପୁଅ ଆଲୋକ ଦାସ, ପତ୍ନୀ ତରୁଲତା ଓ ଝିଅ ସହ ମକରାବାଗରେ ରହୁଛନ୍ତି। ଆଲୋକଙ୍କଠାରୁ ବାପା ଦୀପକ ୧୦ ଲକ୍ଷ ଟଙ୍କା ଧାର ଆଣିଥିଲେ। ଏହାକୁ ପରିଶୋଧ କରିଦେବେ ବୋଲି କହିଥିଲେ ହେଁ ଶୁଝି ପାରି ନଥିଲେ।
ସେପଟେ ଆଲୋକ ମଧ୍ୟ ଏକାଧିକ ବ୍ୟକ୍ତିଙ୍କଠାରୁ ଧାରସୂତ୍ରରେ ଟଙ୍କା ଆଣିଥିଲେ। ସେମାନେ ଟଙ୍କା ମାଗିବାରୁ ଆଲୋକ ଫେରାଇ ପାରୁନଥିଲେ। ଧାର ଦେଇଥିବା ଲୋକମାନେ ଆଲୋକଙ୍କୁ ମାଡ଼ ବି ମାରିଥିଲେ। ଏହି ଘଟଣାକୁ ନେଇ ପରିବାରରେ ବିବାଦ ଲାଗି ରହିଥିଲା। ଶୁକ୍ରବାର ରାତିରେ ଏହା ଉଗ୍ର ରୂପ ନେଇଥିଲା। ରାତି ପ୍ରାୟ ୯ଟା ବେଳେ ଆଲୋକ ଏକ ଛୁରି ଧରି ଦରଘାବଜାର ଜେଲ୍ କଲୋନିରେ ପହଞ୍ଚିଥିଲା। ଘରେ ପଶି ବାପା ଦୀପକ ଓ ସାବତ ମା’ଙ୍କୁ ଆକ୍ରମଣ କରିଥିଲା। ଦୁହେଁ ପ୍ରତିବାଦ କରିଥିଲେ ହେଁ ବର୍ତ୍ତି ପାରି ନଥିଲେ। ଆଲୋକ ଛୁରି ଭୁସି ଉଭୟଙ୍କୁ ହତ୍ୟା କରିଥିଲା।
📱 Get Argus News App
✨Related Topics
Explore more stories