Videos
|
Odisha

କିଏ ସେ ଦୁର୍ବୃତ୍ତ ଯିଏ ନିଆଁ ଲଗାଇଥିଲା ? କାହିଁକି ଲଗାଇଲା ନିଆଁ ?

Smruti Parija
Browse all articles by Smruti Parija
·1 year ago·2 min read
କିଏ ସେ ଦୁର୍ବୃତ୍ତ ଯିଏ ନିଆଁ ଲଗାଇଥିଲା ?  କାହିଁକି ଲଗାଇଲା ନିଆଁ ?

Key Points

ବଳଙ୍ଗା ପିଡୀତାଙ୍କ ଚିକିତ୍ସା ପାଇଁ ସରକାରଙ୍କ ତ୍ବରିତ ଆକସନ୍ (ଡବଲ୍ ୱିନଡୋ)
ଭୁବନେଶ୍ବର ଏମସରୁ ଦିଲ୍ଲୀ ଏମସକୁ ଏୟାରଲିଫ୍ଟ,
ଗତକାଲି ଅପେକ୍ଷା ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି
ସେପଟେ କିଏ, କାହିଁକି କେମିିତିକୁ ନେଇ ତନାଘନା
ଘଟଣାସ୍ଥଳରେ ପହଞ୍ଚି ପୋଲିସ ଡିଜିଙ୍କ ଅନୁଧ୍ୟାନ

ବଳଙ୍ଗା ପିଡୀତାଙ୍କୁ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦେବା ପାଇଁ ସରକାରଙ୍କ ତତ୍ପରତା। ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ ଆବଶ୍ୟକ ହେଲେ ପିଡୀତାଙ୍କୁ ଏୟାର ଲିଫ୍ଟ କରାଯିବ। ଆଜି ସକାଳୁ ଏମସ କର୍ତ୍ତୃପକ୍ଷ ଆରମ୍ଭ କରିଦେଇଥିଲେ ପ୍ରକ୍ରିୟା। ଏମ୍ସରୁ ବିମାନବନ୍ଦର ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏମ୍ସରୁ ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କୁ ନିଆଯାଇଥିଲା ଏୟାରପୋର୍ଟ। ପରିବାର ଲୋକେ ମଧ୍ୟ ପୀଡ଼ିତାଙ୍କ ସାଙ୍ଗରେ ଯାଇଛନ୍ତି। ସାଙ୍ଗରେ ଏକ ଡାକ୍ତରୀ ଟିମ୍ ମଧ୍ୟ ଦିଲ୍ଲୀ ଯାଇଛି । ଡାକ୍ତରଙ୍କ ସୂଚନା ଅନୁସାରେ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ପୀଡ଼ିତାଙ୍କର କିଡନୀ, ହାର୍ଟ କାଲି ଅପେକ୍ଷା ଭଲ ଅଛି, କିନ୍ତୁ lungs ଅବସ୍ଥା ଭଲ ନାହିଁ ।


ସେପଟେ । ପୋଲିସ ଡିଜି ଓ୍ବାଇ. ବି ଖୁରାନିଆ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯେଉଁ ସ୍ଥାନରେ ନାବାଳିକାକଙ୍କ ଦେହରେ ନିଆଁ ଲଗାଯାଇଥିଲା , ସେହି ସ୍ଥାନ ବୁଲି ଦେଖିଥିଲେ ଡିଜିପି । ପରେ ପୀଡିତାଙ୍କ ଘରକୁ ଯାଇଥିଲେ ଡିଜିପି । ପରିବାର ଲୋକଙ୍କ ସହିତ କଥା ହୋଇଥିଲେ । ସାଇଣ୍ଟିଫିକ୍ ଟିମର ୧୦ ଜଣିଆ ଦଳ ବଳଙ୍ଗାରେ ସ୍ଥିତି ଯାଞ୍ଚ କରିଛି । ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି I ପୀଡିତାଙ୍କ ପିଉସୀ ଓ ଦାଦା , ୨୦ରୁ ଅଧିକ ବ୍ୟକ୍ତିଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇଛି । ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଛି ସ୍ପେଶାଲ ସ୍କ୍ବାଡ୍ । ଡିଜି କହିଛନ୍ତି ତଦନ୍ତ ଚାଲିଛି, ଖୁବଶୀଘ୍ର ଘଟଣା ଉପରୁ ପରଦା ହଟିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏବେ ବଡ଼ ପ୍ରଶ୍ନ
କିଏ ସେ ଦୁର୍ବୃତ୍ତ ଯିଏ ନିଆଁ ଲଗାଇଥିଲା ?
ବଳଙ୍ଗା ପୀଡ଼ିତାଙ୍କ ଦେହରେ କାହିଁକି ନିଆଁ ଲଗାଇଲା ?
ପୋଲିସକୁ ମିଳିଲାଣି କି ଅଭିଯୁକ୍ତଙ୍କ ନାଁ ?
ପୋଲିସକୁ ମିଳିଛି କି ଗୁରୁତ୍ବପୂର୍ଣ୍ଣ ସୁରାକ ?
କେବେ ଧରାପଡ଼ିବେ ବଳଙ୍ଗାର ଜହ୍ଲାଦ ?
ଏମିତି ବର୍ବରତା ପଛର କାରଣ କଣ ?
ନାବାଳିକା ସହ ଥିଲା କି ପୂର୍ବ ଶତ୍ରୁତା ?

who-was-the-miscreant-who-set-the-fire-why-did-balanga-set-fire-to-the-victims-body | Argus News