Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟ କଂଗ୍ରେସ ପାଇବ ତ ସଭାପତି ?

Odisha

ରାଜ୍ୟ କଂଗ୍ରେସ ପାଇବ ତ ସଭାପତି ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ରାଜ୍ୟ କଂଗ୍ରେସ ପାଇବ ତ ସଭାପତି ?

Key Points

  • ରାଜ୍ୟ କଂଗ୍ରେସ ପାଇବ ତ ସଭାପତି ?
  • ମୋକିମ୍ ? ଶ୍ରୀକାନ୍ତ ଜେନା ? ନା ଭକ୍ତ ଦାସ ?
     

ଅର୍ଗସ ବ୍ୟୁରୋ: କେବେ ରାଜ୍ୟ କଂଗ୍ରେସ ପାଇବ ସଭାପତି ? ଏନେଇ ପୂର୍ବରୁ ବି ଅନେକ ଥର ଆଲୋଚନା ହୋଇଛି, ବୈଠକ ବି ବସିଛି । ହେଲେ ଚୟନ ହୋଇପାରିନି ସଭାପତି । ଏହାରି ଭିତରେ AICC ନିର୍ଦ୍ଦେଶରେ ପିସିସି ସଭାପତି ଚୟନ କରିବା ଲାଗି ଦୁଇ ନେତା ଓଡ଼ିଶା ଗସ୍ତରେ ଆସିଥିଲେ । ବୈଠକରେ ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ବି ସାମିଲ ହୋଇଥିଲେ । ଖୁବଶୀଘ୍ର ପିସିସି ସଭାପତି ଚୟନ ହେବ ବୋଲି ନେତାଏ ବୟାନ ଦେଇଥିଲେ । ହେଲେ କେନ୍ଦ୍ରୀୟ ନେତା ଯାଉ ଯାଉ ପୁଣି ନେତା ନେତାଙ୍କ ଭିତରେ ଆରମ୍ଭ ହୋଇଗଲାଣି ବୟାନବାଜି । ଗୋଡ ଟଣାଟଣି ନୀତି । 

ରାଜ୍ୟରେ କଂଗ୍ରେସର ଅବସ୍ଥା କଣ ? ତାହା ସମସ୍ତେ ଅଳ୍ପବହୁତେ ଜାଣନ୍ତି । ସେଇଥି ଲାଗି ତ ପିସିସି ସଭାପତି ତୁରନ୍ତ ହୁଅନ୍ତୁ ବୋଲି ବରିଷ୍ଠ ନେତା ଯୁକ୍ତି ବାଢିଥିଲେ । ଚର୍ଚ୍ଚାରେ ଥିଲେ ପୂର୍ବତନ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ, ଭକ୍ତ ଦାସ ଓ ଶ୍ରୀକାନ୍ତ ଜେନା । ଏହାରି ଭିତରେ ଛତିଶଗଡ଼ର CLP ଲିଡର ଚରଣ ଦାସ ମହନ୍ତ ଓ AICC ସାଧାରଣ ସଂପାଦିକା ମୀନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ ମାନସ ମନ୍ଥନ ହେଲା । ଆଉ ନିଷ୍କର୍ଷ ଆସିବା ପୂର୍ବରୁ କଂଗ୍ରେସ ନେତାଙ୍କ ଗୋଡ଼ ଟଣାଟଣି ରୋଗ ସାମ୍ନାକୁ ଆସିଲାଣି ।

ସୂଚନା ଅନୁସାରେ, ଅଧିକ ଚର୍ଚ୍ଚାରେ ଥିଲା ମହମ୍ମଦ ମୋକିମଙ୍କ ନାଁ । ବୟସ, ଅଭିଜ୍ଞତା, ଦଳକୁ ସମ୍ଭାଳିବାର କ୍ଷମତା ଓ ସମସ୍ତଙ୍କୁ ନେଇ ଚାଲିବାର ଦକ୍ଷତା ସବୁଥିରେ ଫିଟ୍ ମୋକିମ୍। ତେବେ ବୈଠକରେ ମୋକିମ୍‌ଙ୍କ ଝିଅ ବିଧାୟିକା ସୋଫିଆ ବାପାଙ୍କ ନାଁନେଇ ନଥିଲେ ବି ସେ ଜଣ ଦକ୍ଷ, ଯୁବ ଓ ଅଭିଜ୍ଞ ନେତାଙ୍କ ନାଁ ସୁପାରିଶ କରିଥିବା କହିଛନ୍ତି । ହେଲେ ମୋକିମ୍ ନାଁରେ ମାମଲା ଥିବା କହି ତାଙ୍କୁ ବିରୋଧ ଆଳରେ ଭକ୍ତଙ୍କ ନାଁ ସୁପାରିଶ କରିଥିବା କହିଛନ୍ତି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ମୋକିମଙ୍କ ଭଳି ପୂର୍ବତନ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଶ୍ରୀକାନ୍ତ ଜେନାଙ୍କ ନାଁ ଚର୍ଚ୍ଚା ହେଉଥିଲା ବେଳେ ଭକ୍ତ ନିଜ ସପକ୍ଷରେ ବ୍ୟାଟିଂ କରିଛନ୍ତି। କହିଛନ୍ତି- ମୁଁ ପୂର୍ବରୁ ଦୁଇ ଦୁଇଥର ପିସିସିକୁ ସମ୍ଭାଳି ସାରିଛି, ଲମ୍ବା ଅଭିଜ୍ଞତା ଅଛି, ଅର୍ଥ ନଥିଲେ ବି ଟିମ୍ ମ୍ୟାନେଜ୍ କରିବାର କ୍ଷମତା ଅଛି। ତେଣୁ ତାରା ତାଙ୍କ ନାଁ ସୁପାରିଶ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେବାକୁ ବି ପଛାଇ ନାହାନ୍ତି ଭକ୍ତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଂଗ୍ରେସ ନେତାଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଯିଏ ସଭାପତି ଚୟନ ହୁଅନ୍ତି ପରେ ପରେ କିଛି ନେତା ଦିଲ୍ଲୀ ଗସ୍ତରେ ଯାଇ ତାଙ୍କୁ ସଭାପତି ପଦରୁ ହଟାଇବାକୁ ଜିଦ୍‌ କରନ୍ତି । ଇଏ  ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ଦେଖାଯାଇଛି । ସେପଟେ, ପିସିସି ଚୟନ କମିଟି ବୈଠକ ପୂର୍ବରୁ କମିଟି ମୁଖ୍ୟ ସ୍ପଷ୍ଟ କହିଥିଲେ ଯେ ଲବି କାମ କରିବିନି । ତେଣୁ ଦଳର ରାଜ୍ୟ ମୁଖିଆ ଭାବେ ଚୟନ କମିଟି କାହା ନାଁ ସୁପାରିଶ କରୁଛନ୍ତି ଏବଂ ସେ ନାଁକୁ ରାଜ୍ୟ ନେତାଏ କିଭଳି ଗ୍ରହଣ କରୁଛନ୍ତି ଏବେ ତା ଉପରେ ନଜର ରହିଛି । ଏପଟେ, ରାଜ୍ୟରେ ମଙ୍ଗୁଆଳ ନଥିବାରୁ କଂଗ୍ରେସ ଉଧେଇ ପାରୁନଥିବା ଅନେକ ନେତାଙ୍କ ବୟାନ ।
 

Sponsored
PCC President | Argus News