Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bargarh DhanuYatra / ଏଥର କିଏ ହେବେ କଂସ ମହାରାଜା ? ୪୪ ଜଣ କଳାକାର କରିଛନ୍ତି ଆବେଦନ

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଏଥର କିଏ ହେବେ କଂସ ମହାରାଜା ? ୪୪ ଜଣ କଳାକାର କରିଛନ୍ତି ଆବେଦନ

Key Points

ଡିସେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ଦୁଲୁକିବ ମଞ୍ଚ, ଦୁଲୁକିବ ରାଜ ଦରବାର
ଦୀର୍ଘ ୧୧ ଦିନ ଧରି ବରଗଡ଼ରେ ଚାଲିବ ମହାରାଜା କଂସଙ୍କ ରାଜୁତି
କଂସଙ୍କ ଅତ୍ୟାଚାରରେ ଥରହର ହେବେ ବରଗଡ଼ବାସୀ
ଆସୁଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଦୁଲୁକିବ ମଞ୍ଚ, ଦୁଲୁଲିବ ରାଜ ଦରବାର । ବରଗଡ଼ ସହର ପାଲଟିଯିବ ମଥୁରା ନଗରୀ, ଅମ୍ବାପାଲି ହୋଇଯିବ ଗୋପପୁର । ଦୀର୍ଘ ୧୧ ଦିନ ଧରି ବରଗଡ଼ରେ ଚାଲିବ ମହାରାଜା କଂସଙ୍କ ରାଜୁତି । କଂସଙ୍କ ଅତ୍ୟାଚାରରେ ଥରହର ହେବେ ବରଗଡ଼ବାସୀ । ଏଥର କିଏ ହେବେ କଂସ ମହାରାଜା ? ୪୪ ଜଣ କଳାକାର କରିଛନ୍ତି ଆବେଦନ । ଆସନ୍ତା ୧୭ରେ ମେଗା ଅଡିସନ୍ ରହିଛି। ଯେଉଁଦିନ ସମ୍ପୂର୍ଣ୍ଣଭାବେ ସ୍ପଷ୍ଟ ହୋଇଯିବ ଯେ, କିଏ ଚଳିତ ବର୍ଷ ହେବ କଂସ ମହାରାଜା।

ନିୟମ ଅନୁଯାୟୀ ଚଳିତ ବର୍ଷ ପୁଣିଥରେ ନୂତନ କଳାକାର ଚୟନ ହେବେ । ଚଳିତ ବର୍ଷ ଯାତ୍ରାକୁ ଆହୁରି କିପରି ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେନେଇ ଗୁରୁତ୍ଵ ଦେଇଛି କମିଟି । ଅନ୍ୟପଟେ ଧନୁଯାତ୍ରାକୁ କୋଟି କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାର ଦେଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ବରଗଡ଼ ବିଧାୟକ ଓ ଅତାବିରା ବିଧାୟକ।ଧନୁଯାତ୍ରା ମହୋତ୍ସବ କମିଟିର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ , ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା


ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ୭୮ ବର୍ଷ ପୂର୍ତ୍ତି ହେଉଥିବାରୁ ଧୂମଧାମ ରେ ପାଳନ କରିବାର ନିଷ୍ପତି ନିଆଯାଇଛି । ଚଳିତ ବର୍ଷ ମହାରାଜା କଂସଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ସେନାପତି , ଚାଣ୍ଡୁର ମୁଷ୍ଟିକ୍ ପରି ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା କଲାକାରଙ୍କୁ ନୂତନ ଭାବେ ଚୟନ କରାଯିବାକୁ ନିଷ୍ପତି ହୋଇଛି । ତାସହ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ବିଶେଷ ଭାବେ କଳାକାରଙ୍କ ଅଭିନୟ ଦକ୍ଷତା କୁ ରୁଦ୍ଧିମନ୍ତ କରାଯିବ,ଉଦଘାଟନୀ ଉତ୍ସବକୁ ଅଧିକ ଆକର୍ଷଣୀୟ କରାଯିବା ସହ ଆକର୍ଷଣୀୟ ତୋରଣ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

କୃଷ୍ଣ ଜନ୍ମ ଠାରୁ ଆରମ୍ଭ କରି କଂସ ବଧ ପର୍ଯ୍ୟନ୍ତ ଏଗାର ଦିନ ଧରି ଚାଲୁଥିବା ଏହି ଯାତ୍ରାରେ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୁଏ। ଏଣୁ ସୁରକ୍ଷା ବ୍ୟବସ୍ଥାକୁ ଚଳିତ ବର୍ଷ କଡାକଡି କରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଥିଲା । ଗାଡି ମୋଟର ପାର୍କିଙ୍ଗ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡି କରାଯିବା, ସହରର ମୁଖ୍ୟ ଛକ ମାନଙ୍କରେ ସିସି ଟିଭି ଲଗାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯିବ ବୋଲି ବୈଠକରେ କୁହାଯାଇଛି। ଏହାସହ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ନିଜେ ଧନୁଯାତ୍ରା ଦେଖିବାକୁ ଆସିବାର ସୂଚନା ରହିଛି ବରଗଡ ଧନୁଯାତ୍ରା ବିଶ୍ଵର ସବୁଠାରୁ ବଡ ଖୋଲା ରଙ୍ଗମଞ୍ଚ ଭାବେ ସାରା ବିଶ୍ୱରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ତେଣୁ ସମସ୍ତେ ଏକତ୍ରିତ ହୋଇ ଏହାର ସଂସ୍କୃତି ଓ ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ୱାନ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bargarh DhanuYatra | Who Will Be the Next Kansa Maharaja? 44 Artists Applyed for the Coveted Role | Argus News | Argus News