Videos
|
Odisha

ରାଜ୍ୟ ବିଜେପିକୁ ମିଳିବ ନୂଆ ମୁଖିଆ, ଦିନେ ଦୁଇ ଦିନରେ ହେବ ଘୋଷଣା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ରାଜ୍ୟ ବିଜେପିକୁ ମିଳିବ ନୂଆ ମୁଖିଆ, ଦିନେ ଦୁଇ ଦିନରେ ହେବ ଘୋଷଣା

ଭୁବନେଶ୍ଵର: କିଏ ହେବେ ରାଜ୍ୟ ବିଜେପି ସଭାପତି ? ଏନେଇ ନାନା ଚର୍ଚ୍ଚା ଚାଲିଥିବା ବେଳେ ସାଂଗଠନିକ ନିର୍ବାଚନ ଅଧିକାରୀ ଥିବା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଦିନେରୁ ଦୁଇ ଦିନ ମଧ୍ୟରେ ନାଁ ଘୋଷଣା ହେବ । ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଟିକେ ବିଳମ୍ବ ହୋଇଛି ।


ସେ କହିଛନ୍ତି, ଖୁବଶୀଘ୍ର ରାଜ୍ୟ ସଭାପତି ନିର୍ବାଚନ ଦାୟିତ୍ୱରେ ଥିବା ସାଂସଦ ସଞ୍ଜୟ ଜୟସ୍ୱାଲ ଓଡ଼ିଶା ଆସିବେ । ସେ ଆସିଲା ପରେ ହିଁ ରାଜ୍ୟର ପରବର୍ତ୍ତୀ ବିଜେପି ସଭାପତିଙ୍କ ନାଁ ଘୋଷଣା ହେବ । ଏଥିପାଇଁ ଆଉ ଦିନେ କିମ୍ବା ଅତି ବେଶୀରେ ୨ ଦିନ ଅପେକ୍ଷା କରିବାକୁ ପଡ଼ିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଛି ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ । ବୈଠକରେ ରାଜ୍ୟ ସଭାପତିଙ୍କ ସମେତ ବହୁ ତୁଙ୍ଗ ନେତା ସାମିଲ ହୋଇଛନ୍ତି । ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ନିଗମ, ବୋର୍ଡ, କମିଶନ ଓ ଜିଲ୍ଲା ପ୍ଲାନିଂ ବୋର୍ଡକୁ ନେଇ ଆଲୋଚନା ହୋଇଛି ।


ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନେଇ ଆଜିର ବୈଠକରେ ଆଲୋଚନା ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ଚୟନ ଓ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ । ଏହାଛଡା ଅନ୍ୟନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

Who Will Be Next Odisha BJP Chief To Declare In Next Two Days | Argus News